Friday horoscope; ଶୁକ୍ରବାର ରାଶିଫଳ ( ୧୨-୧୨-୨୦୨୫ )

Madhusudan Das Picture
Published On

ମେଷ: ସେୟାର ମାର୍କେଟରେ ଲାଭ ହେବ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁନି। ବ୍ୟବସାୟିକ ଯାତ୍ରା ଶୁଭଫଳ ପ୍ରଦାନ କରିବ। ଭାଗ୍ୟ ଆପଣଙ୍କ ସାଥ୍‌ ଦେବ। ଜୀବନସାଥୀଙ୍କ ବ୍ୟବହାରରେ ଖୁସି ହେବେ। 

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

ବୃଷ: ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ପୁରୁଣା ରୋଗ ଦେଖାଦେଇପାରେ। ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି। ସଫଳତା ପାଇଁ ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। 

ଆହୁରି ପଢ଼ନ୍ତୁ: ମଙ୍ଗଳବାର ରାଶିଫଳ ( ୦୯-୧୨-୨୦୨୫ )

ମିଥୁନ: ରାଜନୀତିରେ ସଫଳତା ମିଳିବ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ବିବେକ ଅନୁଯାୟୀ କାମ କରନ୍ତୁ। ଧାର୍ମିକ କାର୍ଯ୍ୟରେ ମନ ଦେବେ। କୋର୍ଟ କଚେରୀ ମାମଲାର ଶୁଣାଣି ହେବ । 

ଆହୁରି ପଢ଼ନ୍ତୁ: ଶୁକ୍ରବାର ରାଶିଫଳ ( ୦୫-୧୨-୨୦୨୫ )

କର୍କଟ: ଧନଲାଭ ହେବ। ଜମି କିଣିବା ଯୋଗ ଅଛି।  ନିଜ ଲୋକ ଶତ୍ରୁ ସାଜିପାରନ୍ତି। ବ୍ୟବସାୟ ଜନିତ ସମସ୍ୟା ସମାଧାନ ହେବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। 

ସିଂହ: ବନ୍ଧୁ ମିଳନ ଯୋଗ ଅଛି। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଉପୁଜିପାରେ।  ଘରେ ପୂଜାପାଠ ଆୟୋଜନ କରିବେ। ପ୍ରେମ ସମ୍ବନ୍ଧରେ ତିକ୍ତତା ଦେଖା ଦେବ। କାର୍ଯ୍ୟକ୍ଷେତ୍ରରେ ସମସ୍ୟା ଦୂର ହେବ। 

କନ୍ୟା: କାର୍ଯ୍ୟକ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ସେୟାର ମାର୍କେଟରେ ନିବେଶ ଲାଭଦାୟକ ରହିବ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ଉଚିତ ଫଳ ମିଳିବ। ଜମି କିମ୍ବା ଯାନବାହନ କ୍ରୟ କରିପାରନ୍ତି। 

ତୁଳା: ବନ୍ଧୁଙ୍କ ସହିତ ଦୂରସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂତନ କାର୍ଯ୍ୟ  ଆରମ୍ଭ କରିପାରନ୍ତି। ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ। ଦାମ୍ପତ୍ୟ ଜୀବନରେ ମତଭେଦ ସୃଷ୍ଟି ହେବ। 

ବିଛା: ଅଜଣା ଲୋକଙ୍କ ଉପରେ ବିଶ୍ବାସ କରନ୍ତୁନି।  ଆୟ ବ୍ୟୟ ସମାନ ରହିବ। ବରିଷ୍ଠ ଅଧିକାରୀ କାମ ପାଇଁ ପ୍ରଶଂସା କରିବେ। ଗରିବ ଲୋକଙ୍କୁ ସାହାଯ୍ୟ କରିବେ। ମୂଲ୍ୟବାନ ସାମଗ୍ରୀକୁ ସାଇତି ରଖନ୍ତୁ।

ଧନୁ: ରାଜନେତାଙ୍କ ପାଇଁ ଦିନଟି ଭଲ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଆଣ୍ଠୁଗଣ୍ଠି ସମସ୍ୟା ଦେଖାଦେଇପାରେ। ବ୍ୟବସାୟରେ ସଫଳ ହେବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ପରିବାର ସଦସ୍ୟଙ୍କୁ ସମୟ ଦେବେ। 

ମକର: ବ୍ୟବସାୟିକ ଯାତ୍ରା ସଫଳ ରହିବ। ଭାଗ୍ୟ ଆପଣଙ୍କ ସାଥ୍‌ ଦେବ। ପରିବାର ସହିତ ହସଖୁସିର ସମୟ ବିତାଇବେ। ପୁରୁଣା ବନ୍ଧୁଙ୍କ ସହ ଦେଖାସାକ୍ଷାତ ହେବ। ଅଟକିଥିବା କାର୍ଯ୍ୟ ପୂରା ହେବ। 

କୁମ୍ଭ: ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ନୂଆ ଯୋଜନା କରିବେ। ମାନ ସମ୍ମାନ ବୃଦ୍ଧି ପାଇବ । ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି। ବିରୋଧୀଙ୍କଠାରୁ ଦୂରେଇ ରହିବେ।

ମୀନ: ବ୍ୟବସାୟ ଠିକ୍‌ ଚାଲିବ। ଶାରୀରିକ କଷ୍ଟ ପାଇପାରନ୍ତି। ମନ ପ୍ରସନ୍ନ ରହିବ। କଥାବାର୍ତ୍ତାରେ ସଂଯମତା ରଖନ୍ତୁ। ଅଜଣା ଲୋକଙ୍କୁ ଆଦୌ ଭରସା କରନ୍ତୁନି। ଯୋଜନା ମୁତାବକ କାମ କରିବେ। 

Join Us @ WhatsApp

About The Author

Google News
Join Us @ WhatsApp