କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Madhusudan Das Picture
Published On

ମେଷ: ରବିବାରରେ ସମସ୍ୟା ବୃଦ୍ଧି ପାଇପାରେ, ବିବାଦରୁ ଦୂରେଇ ରୁହନ୍ତୁ। ସୋମ, ମଙ୍ଗଳ, ବୁଧବାରରେ ସମାଜରେ କୀର୍ତ୍ତି ସ୍ଥାପନ କରିବେ। ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବା ପାଇଁ ସକ୍ଷମ ହେବେ। ଗୁରୁ, ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ଅଧିକାରୀମାନଙ୍କ ସହଯୋଗ ପ୍ରାପ୍ତ ହେବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । 

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ (୦୭-୧୦-୨୦୨୬)

ବୃଷ: ରବିବାରରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ଗୁରୁଜନଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ। ସୋମ, ମଙ୍ଗଳ, ବୁଧବାରରେ ଜୀବନରେ ଅକସ୍ମାତ୍ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ବ୍ୟବସାୟୀମାନେ ଲାଭବାନ ହେବେ । ଗୁରୁ, ଶୁକ୍ର, ଶନିବାରେ କୌଣସି ପୁରୁଣା ବନ୍ଧୁଙ୍କଠାରୁ ସାହାଯ୍ୟ ପାଇବେ । ସମସ୍ୟାର ସମାଧନ ବାଟ ପାଇବେ।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ (୦୯-୧୦-୨୦୨୬)

ମିଥୁନ: ରବିବାରରେ ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । ପରିବାର ମଧ୍ୟରେ ଉତ୍ତମ ବୁଝାମଣା ରହିବ। ସୋମ, ମଙ୍ଗଳ, ବୁଧବାରରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ିବେ। ଗୁରୁ, ଶୁକ୍ର, ଶନିବାରରେ ବାଦବିବାଦରେ ପଡ଼ିଯାଇପାରନ୍ତି। ନିଜ ବୁଦ୍ଧି ଓ ବିବେକ ଅନୁସାରେ କାର୍ଯ୍ୟ କରି ସଫଳତା ପାଇବେ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

କର୍କଟ: ରବିବାରରେ କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ। ସୋମ, ମଙ୍ଗଳ, ବୁଧବାରରେ  ସାମାଜିକ କାର୍ଯ୍ୟରେ ଭାଗନେବେ । ଜୀବନରେ ନୂତନ ଯୋଜନାକୁ ପୂରା କରିବା ପାଇଁ  ଚେଷ୍ଟା କରିବେ । ଗୁରୁ, ଶୁକ୍ର, ଶନିବାରରେ ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ।

ସିଂହ: ରବିବାରରେ ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ପରେ ମନ ପ୍ରସନ୍ନ ରହିବ। ସୋମ, ମଙ୍ଗଳ, ବୁଧବାରରେ କାର୍ଯ୍ୟ ଶେଷ କରିବା ପାଇଁ ନୂଆ ଯୋଜନା ଚିନ୍ତା କରିବେ। ଜୀବନସାଥୀଙ୍କ ପାଇଁ କିଛି ଖାସ୍ କରିବାକୁ ପ୍ରୟାସ କରିବେ । ଗୁରୁ, ଶୁକ୍ର, ଶନିବାରରେ ନିବେଶ କରିବା ପାଇଁ ସମୟ ଭଲ ରହିବ । 

କନ୍ୟା: ରବିବାରରେ କ୍ରୋଧାନ୍ବିତ ହେବା ଫଳରେ କାମ ବିଗିଡ଼ି ଯାଇପାରେ । ଜୀବନସାଥୀଙ୍କ ସହ ତାଳମେଳ ଠିକ୍ ରହିବ । ସୋମ, ମଙ୍ଗଳ, ବୁଧବାରରେ କର୍ମକ୍ଷେତ୍ରରେ କୌଣସି ବଡ଼ କାମ ପୂରା କରିବା ପାଇଁ ଅବସର ମିଳିପାରେ । ଗୁରୁ, ଶୁକ୍ର, ଶନିବାରରେ କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଅଧିକ ସମୟ ଲାଗିବ। 

ତୁଳା: ରବିବାରରେ ମାନସିକ ଶାନ୍ତି ଫେରିପାଇବେ। ପରିବାରର ସହଯୋଗ ଓ ସୁଖ ମିଳିବ। ସୋମ, ମଙ୍ଗଳ, ବୁଧବାରରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ୤ ସକାରାତ୍ମକ ଚିନ୍ତା ରଖି କାର୍ଯ୍ୟ କରିବେ। ଗୁରୁ, ଶୁକ୍ର, ଶନିବାରରେ ବିଗିଡ଼ି ଯାଇଥିବା କାମ ପୂରଣ ହେବ। କାର୍ଯ୍ୟ ସ୍ଥଳରେ ପଦୋନ୍ନତି ହେବାର ସମ୍ଭାବନା ରହିଛି। 

ବିଛା: ରବିବାରରେ କିଛି ସମସ୍ୟାରେ ଜଡ଼ିତ ରହିବେ। ସୋମ, ମଙ୍ଗଳ, ବୁଧବାରରେ  ପରିବାର ସଦସ୍ୟଙ୍କ ସହ ଆନନ୍ଦଦାୟକ ସମୟ କଟିବ। ଗୁରୁ, ଶୁକ୍ର, ଶନିବାରରେ ଅଟକି ରହିଥିବା କାମ ପୂରଣ ହେବ । ସନ୍ତାନଙ୍କଠାରୁ ଶୁଭ ଖବର ପ୍ରାପ୍ତ ହେବ । ଉଚ୍ଚସ୍ତରରେ ନିଯୁକ୍ତି ପାଇବାର ସୁଯୋଗ ରହିଛି। 

ଧନୁ: ରବିବାରରେ ପରିଜନଙ୍କ ସ୍ନେହ ଓ ସହଯୋଗ ପ୍ରାପ୍ତ ହେବ । ନୂତନ କଳା କୌଶଳର ଅଧିକାରୀ ହେବେ। ସୋମ, ମଙ୍ଗଳ, ବୁଧବାରରେ ଆର୍ଥିକ ମାମଲାରେ ସାବଧାନ ରୁହନ୍ତୁ । ଗୁରୁ, ଶୁକ୍ର, ଶନିବାରରେ ଜୀବନସାଥୀଙ୍କ ସହ ତାଳମେଳ ଠିକ୍ ରଖିବା ପାଇଁ ପ୍ରୟାସ କରନ୍ତୁ । ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ ।  

ମକର: ରବିବାରରେ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବା ସହ ବ୍ୟବସାୟରେ ସମସ୍ତ କାମ ପୂରଣ ହେବ । ସୋମ, ମଙ୍ଗଳ, ବୁଧବାରରେ  ପରିବାରରେ ଗୁରୁଜନ ତଥା ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ । କର୍ମକ୍ଷେତ୍ରରେ  ସଫଳତା ନପାଇ ନିରାଶ ରହିବେ । ଗୁରୁ, ଶୁକ୍ର, ଶନିବାରରେ ଜୀବନରେ କିଛି ଖାସ୍ ପରିବର୍ତ୍ତନ ହୋଇପାରେ୤ ଅଯଥା ଖର୍ଚ୍ଚରେ  ପଡ଼ିପାରନ୍ତି।

କୁମ୍ଭ: ରବିବାରରେ ବିଭିନ୍ନ ପ୍ରକାର କାର୍ଯ୍ୟରେ ସହ ଜଡ଼ିତ ରହିବେ। ସୋମ, ମଙ୍ଗଳ, ବୁଧବାରରେ ଆଶା ଅନୁସାରେ ଫଳ ପାଇବେ। ମହିଳାଙ୍କ ପାଇଁ ସମୟ ମିଶ୍ରିତ ରହିବ। ଅନ୍ୟ  କଥାରେ କାର୍ଯ୍ୟ କରି କଷ୍ଟ ପାଇବେ । ଗୁରୁ, ଶୁକ୍ର, ଶନିବାରରେ ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ। ଉଧାର ଦେଇଥିବା ଅର୍ଥ ଫେରି ପାଇବେ।

ମୀନ: ରବିବାରରେ ଅର୍ଥ ସମ୍ବନ୍ଧୀୟ ମାମଲାରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ସୋମ, ମଙ୍ଗଳ, ବୁଧବାରରେ ଚାକିରି ଓ ବେପାର କ୍ଷେତ୍ରରେ  ଲାଭ ମିଳିବ । ଜୀବନରେ କିଛି ନୂତନ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ । ଗୁରୁ, ଶୁକ୍ର, ଶନିବାରରେ ଜରୁରି କାମ ପ୍ରତି ଅଧିକ ଧ୍ୟାନ ଦେବେ । ସମାଜରେ ମାନସମ୍ମାନ ବୃଦ୍ଧି ହେବ । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp