ମଧୁମେହ ରୋଗୀଙ୍କ ପାଇଁ କେଉଁ ଜଳଖିଆ ଠିକ୍? ସକାଳେ ଏହି ୩ଟି ଖାଦ୍ୟ ଖାଆନ୍ତୁ ଏବଂ ୩ଟିରୁ ଦୂରେଇ ରୁହନ୍ତୁ

Suryakanta Picture
Published On

ମଧୁମେହ ବା ଡାଇବେଟିସ୍ ରୋଗୀମାନଙ୍କ ପାଇଁ ସକାଳର ଜଳଖିଆ ବା ବ୍ରେକଫାଷ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ରକ୍ତରେ ଶର୍କରା ବା ବ୍ଲଡ୍ ସୁଗାର୍ ସ୍ତରକୁ ନିୟନ୍ତ୍ରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଡାଇବେଟିସ୍ ରିଭର୍ସାଲ୍ କୋଚ୍ ଏବଂ ପୁଷ୍ଟିକର ବିଶେଷଜ୍ଞ ତନୟ ମଣ୍ଡୋୱାରାଙ୍କ ଅନୁଯାୟୀ, କେତେକ ଜଳଖିଆ ସୁସ୍ଥକର ମନେ ହେଉଥିଲେ ମଧ୍ୟ ସେଥିରେ ଥିବା ଅଧିକ ଶର୍କରା ଏବଂ ସରଳ କାର୍ବୋହାଇଡ୍ରେଟ୍ ରକ୍ତରେ ସୁଗାର୍ ସ୍ତରକୁ ହଠାତ୍ ବଢ଼ାଇଦେଇଥାଏ। ତେଣୁ ସକାଳେ କ'ଣ ଖାଇବା ଉଚିତ୍ ଏବଂ କ'ଣ ନୁହେଁ, ସେ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ।

ଆହୁରି ପଢ଼ନ୍ତୁ: ଓଭାରିଆନ୍ କ୍ୟାନ୍ସରକୁ ନେଇ ୮ଟି ପ୍ରମୁଖ ଭ୍ରାନ୍ତ ଧାରଣା: ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଖାଇବା ଉଚିତ୍ ଥିବା ୩ଟି ଜଳଖିଆ

୧. ଅଣ୍ଡା (Eggs)

ଆହୁରି ପଢ଼ନ୍ତୁ: ଡାଏବେଟିସ୍ ପରିଚାଳନାରେ 'କମ୍ ରକ୍ତ ଶର୍କରା' ଏକ ଲୁକ୍କାୟିତ ବିପଦ: ଡା. ଦେବମାଲ୍ୟ ସାନ୍ୟାଲ

ଅଣ୍ଡା ହେଉଛି ଉଚ୍ଚମାନର ପ୍ରୋଟିନ୍ର ଏକ ଉତ୍ତମ ଉତ୍ସ। ଏଥିରେ ଭିଟାମିନ୍ ଏ, ଡି, ଇ, କେ ସହିତ ସେଲେନିୟମ୍, ଫସଫରସ୍, କ୍ୟାଲସିୟମ୍ ଏବଂ ପୋଟାସିୟମ୍ ଭଳି ଖଣିଜ ତତ୍ତ୍ୱ ଭରି ରହିଥାଏ। ଏହାକୁ ଖାଇବା ଦ୍ୱାରା ପେଟ ପୂରିବା ଭଳି ଅନୁଭବ ହୁଏ ଏବଂ ଶରୀରକୁ ସନ୍ତୁଳିତ ପୁଷ୍ଟି ମିଳିଥାଏ।

ଆହୁରି ପଢ଼ନ୍ତୁ: ଗର୍ଭାବସ୍ଥାରେ ଶରୀରରେ ଆସିଥାଏ ଅନେକ ପରିବର୍ତ୍ତନ: ନିଦ୍ରାହୀନତା ଠାରୁ ହୃଦସ୍ପନ୍ଦନ ବୃଦ୍ଧି, ଜାଣନ୍ତୁ ସବିଶେଷ ତଥ୍ୟ

୨. ବେସନ ଚିଲ୍ଲା (Besan Chilla)

ଶାକାହାରୀଙ୍କ ପାଇଁ ଏହା ଏକ ଚମତ୍କାର ବିକଳ୍ପ। ଏହା ବୁଟ ଡାଲି ବା ବେସନରୁ ପ୍ରସ୍ତୁତ ହୋଇଥିବାରୁ ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥାଏ। ଏହା ସହିତ ପିଆଜ, ଟମାଟୋ, ପାଳଙ୍ଗ କିମ୍ବା କ୍ୟାପ୍ସିକମ୍ ଭଳି ପନିପରିବା ମିଶାଇଲେ ଏଥିରୁ ଫାଇବର୍, ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ।

୩. ପନିପରିବା ଯୁକ୍ତ ପୋହା (Vegetable-loaded Poha)

ପୋହା ବା ଚୁଡ଼ା ଉପମାରେ ଅଧିକ ପରିମାଣରେ ପନିପରିବା ମିଶାଇଲେ ଏହାର ଫାଇବର୍ ମାତ୍ରା ବୃଦ୍ଧି ପାଇଥାଏ। ମଟର, ଗାଜର, ବିନ୍ସ ଏବଂ କ୍ୟାପ୍ସିକମ୍ ମିଶାଇବା ଦ୍ୱାରା ଏଥିରେ ଥିବା ଫାଇବର୍ କାର୍ବୋହାଇଡ୍ରେଟ୍ ଶୋଷଣକୁ ମନ୍ଥର କରିଥାଏ, ଯାହାଦ୍ୱାରା ଖାଇବା ପରେ ହଠାତ୍ ସୁଗାର୍ ସ୍ତର ବଢ଼ିନଥାଏ।

ଏଡ଼ାଇବା ଉଚିତ୍ ଥିବା ୩ଟି ଖାଦ୍ୟ

୧. ମିଠା ସିରିଏଲ୍ସ (Cereals)

ସକାଳେ ଖିଆଯାଉଥିବା ଅନେକ ପ୍ୟାକେଟ୍ ସିରିଏଲ୍ସରେ ଅଧିକ ପରିମାଣରେ ଚିନି ଏବଂ ସିମ୍ପଲ୍ କାର୍ବୋହାଇଡ୍ରେଟ୍ ଥାଏ। ଏହା ଶରୀରରେ ଯାଇ ରକ୍ତରେ ଗ୍ଲୁକୋଜ୍ ମାତ୍ରାକୁ ଅତି ଶୀଘ୍ର ବଢ଼ାଇଦେଇଥାଏ, ତେଣୁ ଏଥିରୁ ଦୂରେଇ ରହିବା ଭଲ।

୨. ଛଣାଛଣି ଖାଦ୍ୟ (Fried Foods)

ଭଡ଼ା ପାଓ ଏବଂ କଚୋଡ଼ି ଭଳି ଛଣା ଖାଦ୍ୟରେ ରିଫାଇଣ୍ଡ୍ କାର୍ବୋହାଇଡ୍ରେଟ୍ ଏବଂ ଅଧିକ ଫ୍ୟାଟ୍ ଥାଏ। ଏହାକୁ ନିୟମିତ ସକାଳ ଜଳଖିଆ ଭାବରେ ଖାଇବା ଉଚିତ୍ ନୁହେଁ। କ୍ୱଚିତ୍ ଖାଇଲେ ଅଲଗା କଥା, କିନ୍ତୁ ପ୍ରତିଦିନ ଅଭ୍ୟାସ କରିବା ହାନିକାରକ।

୩. ଫଳ ରସ (Fruit Juices)

ଫଳରୁ ରସ ବାହାର କରିଦେଲେ ସେଥିରେ ଥିବା ଗୁରୁତ୍ୱପୂର୍ଣ୍ଣ ଫାଇବର୍ ନଷ୍ଟ ହୋଇଯାଏ। କେବଳ ଚିନି ଅଂଶ ବାକି ରହୁଥିବାରୁ ଏହା ପିଇଲେ ବ୍ଲଡ୍ ସୁଗାର୍ ତୁରନ୍ତ ବଢ଼ିବାର ଆଶଙ୍କା ଥାଏ। ତେଣୁ ରସ ବଦଳରେ ସମ୍ପୂର୍ଣ୍ଣ ଫଳ ଖାଇବା ଲାଭଦାୟକ ଅଟେ।

ଶେଷରେ, ବିଶେଷଜ୍ଞଙ୍କ ମତରେ କେବଳ ସଠିକ୍ ଖାଦ୍ୟ ବାଛିବା ଯଥେଷ୍ଟ ନୁହେଁ, ବରଂ ଖାଦ୍ୟର ପରିମାଣ (Portion Size) ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ଡାଇବେଟିସ୍ ମ୍ୟାନେଜମେଣ୍ଟ୍ ପ୍ଲାନ୍ ଉପରେ ଧ୍ୟାନ ଦେବା ମଧ୍ୟ ନିହାତି ଆବଶ୍ୟକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp