ଦାନ୍ତ ଏବଂ ମାଢ଼ିକୁ କେମିତି ରଖିବେ ସୁସ୍ଥ, ଜାଣନ୍ତୁ ଏହାର ଆୟୁର୍ବେଦିକ ଉପାୟ…

The Sakala Picture
Published On

ମୁଖଗହ୍ବରର ସ୍ବଚ୍ଛତା କେବଳ ଦାନ୍ତ ଏବଂ ମାଢ଼ିକୁ ସୁସ୍ଥ ରଖେ ତାହା ନୁହେଁ, ଏହା ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୁଏ। ତେଣୁ ସାମଗ୍ରିକ ସ୍ବାସ୍ଥ୍ୟ ପାଇଁ ସମସ୍ୟାମୁକ୍ତ ମୁଖସ୍ବାସ୍ଥ୍ୟ ଅତ୍ୟନ୍ତ ଜରୁରି। କାରଣ ଖରାପ ଦାନ୍ତ ହୃଦ୍‌ରୋଗ ଏବଂ ମଧୁମେହ ଭଳି ଅବସ୍ଥା ସହିତ ଜଡ଼ିତ। ତେଣୁ ଏକ ନିୟମିତ ଦୈନିକ ମୁଖ ନିୟମ ପାଳନ, ସଠିକ୍ ବ୍ରଶ୍‌ କରିବା କୌଶଳ, ଆୟୁର୍ବେଦିକ ସମାଧାନ ଗ୍ରହଣ କରି ଦୀର୍ଘସ୍ଥାୟୀ ଦନ୍ତ ସ୍ୱାସ୍ଥ୍ୟ ନିଶ୍ଚିତ କରାଯାଇପାରିବ […]

ମୁଖଗହ୍ବରର ସ୍ବଚ୍ଛତା କେବଳ ଦାନ୍ତ ଏବଂ ମାଢ଼ିକୁ ସୁସ୍ଥ ରଖେ ତାହା ନୁହେଁ, ଏହା ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୁଏ। ତେଣୁ ସାମଗ୍ରିକ ସ୍ବାସ୍ଥ୍ୟ ପାଇଁ ସମସ୍ୟାମୁକ୍ତ ମୁଖସ୍ବାସ୍ଥ୍ୟ ଅତ୍ୟନ୍ତ ଜରୁରି। କାରଣ ଖରାପ ଦାନ୍ତ ହୃଦ୍‌ରୋଗ ଏବଂ ମଧୁମେହ ଭଳି ଅବସ୍ଥା ସହିତ ଜଡ଼ିତ। ତେଣୁ ଏକ ନିୟମିତ ଦୈନିକ ମୁଖ ନିୟମ ପାଳନ, ସଠିକ୍ ବ୍ରଶ୍‌ କରିବା କୌଶଳ, ଆୟୁର୍ବେଦିକ ସମାଧାନ ଗ୍ରହଣ କରି ଦୀର୍ଘସ୍ଥାୟୀ ଦନ୍ତ ସ୍ୱାସ୍ଥ୍ୟ ନିଶ୍ଚିତ କରାଯାଇପାରିବ ବୋଲି ଦନ୍ତ ବିଶେଷଜ୍ଞ ଡ. ସୋନିଆ ଦତ୍ତା ପରାମର୍ଶ ଦିଅନ୍ତି।

ଆହୁରି ପଢ଼ନ୍ତୁ: ପ୍ରତିବର୍ଷ କିଣୁଛନ୍ତି କି ୨୦-ଟେଷ୍ଟ୍ ହେଲ୍ଥ ପ୍ୟାକେଜ୍? ଟଙ୍କା ବର୍ବାଦ ନକରି କେବଳ ଏହି ଜରୁରୀ ପରୀକ୍ଷା କରାନ୍ତୁ ବୋଲି କହିଲେ ନ୍ୟୁରୋଲୋଜିଷ୍ଟ୍

ମୁଖଗହ୍ବର ସ୍ବଚ୍ଛତା ପାଇଁ ଦିନରେ ଦୁଇଥର ଆୟୁର୍ବେଦିକ୍‌ ଟୁଥପେଷ୍ଟ ବ୍ୟବହାର କରିବା ଆବଶ୍ୟକ। ଏହାଦ୍ବାରା ପ୍ଲାକ୍ ଏବଂ ବ୍ୟାକ୍ଟେରିଆ ଦୂର ସହିତ ମାଢ଼ିକୁ ମଜଭୁତ କରେ। ଜୀବାଣୁ ନାଶକ ମାଉଥ୍ ୱାଶ୍ ବ୍ୟବହାର ଆବଶ୍ୟକ। ପୁଦିନା ଏବଂ ଲବଙ୍ଗ ଭଳି ଆୟୁର୍ବେଦିକ୍‌ ଉପାଦାନ ଯୁକ୍ତ ଏକ ମାଉଥୱାଶ୍ ମୁଖ ଗହ୍ୱରର ଜୀବାଣୁକୁ ନିୟନ୍ତ୍ରଣ ସହ ସତେଜ ଶ୍ୱାସ ପ୍ରଦାନ କରିଥାଏ।

ଆହୁରି ପଢ଼ନ୍ତୁ: ଶରୀରରେ ଭିଟାମିନ୍-ଡି ଅଭାବ: କେବେ ଖାଇବେ ଔଷଧ ଓ କେବେ ସୂର୍ଯ୍ୟ କିରଣ ହିଁ ଯଥେଷ୍ଟ?

ରୁହନ୍ତୁ ହାଇଡ୍ରେଟେଡ୍: ଦିନସାରା ପାଣି ପିଇବା ଏକ ଭଲ ଅଭ୍ୟାସ। ଏହା ଖାଦ୍ୟ କଣିକାକୁ ଧୋଇ ଲାଳ ଉତ୍ପାଦନରେ ସାହାଯ୍ୟ କରୁଥିବାରୁ ପ୍ରାକୃତିକ ଭାବେ ଦାନ୍ତକୁ ସୁରକ୍ଷା ମିଳିଥାଏ। ସେହିପରି ବ୍ରଶ୍‌ କରିବା ଉତ୍ତମ ମୁଖସ୍ୱାସ୍ଥ୍ୟର ମୂଳଦୁଆ। ଏହାକୁ କିନ୍ତୁ ଭୁଲ ଭାବେ କରିବା ଦ୍ବାରା ପ୍ଲାକ୍ (ଜୀବାଣୁ) ଛାଡ଼ିଦେଇପାରେ କିମ୍ବା ମାଢ଼ି ନଷ୍ଟ କରିପାରେ। ତେଣୁ ମସୃଣ ଟୁଥବ୍ରଶ୍ ବ୍ୟବହାର କରିବା ଆବଶ୍ୟକ। ଅତିକମ୍‌ରେ ଦୁଇ ମିନିଟ୍ ପାଇଁ ବ୍ରଶ୍‌ କରିବା, ଜିଭ ସହିତ ସମସ୍ତ ଦାନ୍ତ ପୃଷ୍ଠକୁ ଧୋଇବା ସହ ପ୍ରତି ୨-୩ ମାସରେ ଟୁଥବ୍ରଶ୍ ବଦଳାଇବା ଆବଶ୍ୟକ।

ସନ୍ତୁଳିତ ଖାଦ୍ୟ: ସନ୍ତୁଳିତ ଖାଦ୍ୟ ଦାନ୍ତକୁ ମଜଭୁତ କରୁଥିବାବେଳେ ଆଉ କିଛି ଦନ୍ତ କ୍ଷୟ କରିଥାଏ। ଉଦାହରଣ ସ୍ବରୂପ ଦୁଗ୍ଧ, ଶାଗ, ଏବଂ ଆଲମଣ୍ଡ ଭଳି କ୍ୟାଲସିୟମ୍ ଯୁକ୍ତ ଖାଦ୍ୟ, ସେଓ, ଗାଜର, ଶାକସବ୍‌ଜି ଦାନ୍ତକୁ ପ୍ରାକୃତିକ ଭାବେ ପରିଷ୍କାର କରେ। ଅନ୍ୟ ପକ୍ଷରେ, ଚିନି ଯୁକ୍ତ ସ୍ନାକ୍ସ, ଷ୍ଟିକି କ୍ୟାଣ୍ଡି, ଏବଂ କାର୍ବୋନେଟେଡ୍ ପାନୀୟ ହାନିକାରକ ବ୍ୟାକ୍ଟେରିଆକୁ ବୃଦ୍ଧି କରି କ୍ୟାଭିଟି ସୃଷ୍ଟି କରେ। ସାଇଟ୍ରସ୍ ଫଳ ଏବଂ ସୋଡ଼ା ଭଳି ଏସିଡ୍‌ ଜାତୀୟ ଖାଦ୍ୟ ଏନାମେଲ୍‌କୁ ଦୁର୍ବଳ କରିବାର ଆଶଙ୍କା ଥିବାରୁ ସନ୍ତୁଳିତ ଖାଦ୍ୟପେୟକୁ ଗୁରୁତ୍ବ ଦେବା ଜରୁରି।

ଆୟୁର୍ବେଦ ଉପାୟ: ଲବଙ୍ଗରେ ଜୀବାଣୁନାଶକ ଏବଂ ଯନ୍ତ୍ରଣା ନିବାରକ ଗୁଣ ଥାଏ। ଏହା ମାଢ଼ି ସ୍ବାସ୍ଥ୍ୟକୁ ହିତ। ପୁଦିନା ଶ୍ୱାସକୁ ସତେଜ ସହ ମୁଖସ୍ୱାସ୍ଥ୍ୟକୁ ସୁସ୍ଥ ରଖେ, ଅଦାର ଜ୍ବଳନ ନାଶକ ଗୁଣ ମୁଖସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ। ତେଣୁ ଦୈନିକ ସଠିକ୍ ବ୍ରଶ୍‌ କରିବା କୌଶଳ ଏବଂ ଆୟୁର୍ବେଦିକ ସମାଧାନ ଗ୍ରହଣ କରି ଦୀର୍ଘସ୍ଥାୟୀ ଦନ୍ତ ସ୍ୱାସ୍ଥ୍ୟକୁ ନିଶ୍ଚିତ କରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp