ସୀତା ହେବେ କରିନା

The Sakala Picture
Published On

ବଲିଉଡ୍ ଫିଲ୍ମ ନିର୍ମାତା ମଧୁ ମଣ୍ଟେନାଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ମଧୁଙ୍କର ଏହି ବହୁ ପ୍ରତିକ୍ଷୀତ ଫିଲ୍ମ ବଲିଉଡ୍‌ର ଏକ ମେଗା ପ୍ରୋଜେକ୍ଟ ଫିଲ୍ମ ହେବ । ଏଥ୍‌ରେ ସାଉଥ ସୁପରଷ୍ଟାର ମହେଶ ବାବୁ ଏବଂ ବଲିଉଡ୍ ଅଭିନେତା ପ୍ରିତିକ୍ ରୋଶନ ଲିଡ୍ ରୋଲ୍‌ରେ ନଜର ଆସିବେ। ‘ରାମାୟଣ’ରେ ମହେଶ ବାବୁ ରାମ ଓ ଡ୍ରିତିକ୍ ରାବଣ ଭୂମିକାରେ ନଜର ଆସିବେ । ଆଉ ସୀତା ଭୂମିକା […]

ବଲିଉଡ୍ ଫିଲ୍ମ ନିର୍ମାତା ମଧୁ ମଣ୍ଟେନାଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ମଧୁଙ୍କର ଏହି ବହୁ ପ୍ରତିକ୍ଷୀତ ଫିଲ୍ମ ବଲିଉଡ୍‌ର ଏକ ମେଗା ପ୍ରୋଜେକ୍ଟ ଫିଲ୍ମ ହେବ । ଏଥ୍‌ରେ ସାଉଥ ସୁପରଷ୍ଟାର ମହେଶ ବାବୁ ଏବଂ ବଲିଉଡ୍ ଅଭିନେତା ପ୍ରିତିକ୍ ରୋଶନ ଲିଡ୍ ରୋଲ୍‌ରେ ନଜର ଆସିବେ। ‘ରାମାୟଣ’ରେ ମହେଶ ବାବୁ ରାମ ଓ ଡ୍ରିତିକ୍ ରାବଣ ଭୂମିକାରେ ନଜର ଆସିବେ । ଆଉ ସୀତା ଭୂମିକା ଲାଗି ଦୀପିକା ପାହ୍ୟୁକୋନ୍‌ଙ୍କ ନାଁ ପ୍ରଥମେ ଚର୍ଚ୍ଚା ହେଉଥିଲା ।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

କିନ୍ତୁ ଶେଷ ମୁହୂର୍ତ୍ତରେ ଦୀପିକାଙ୍କୁ ବାଦ୍ ଦିଆଯାଇ କରିନା କପୁର ଖାନ୍‌ଙ୍କୁ ସୀତା ଭୂମିକା ପାଇଁ ଚୟନ କରାଯାଇଛି। ଫିଲ୍ମ ଲାଗି କରିନାଙ୍କୁ ୧୨କୋଟି ଟଙ୍କାର ଅଗ୍ରିମ ଚେକ୍ ମଧ୍ୟ ଦିଆଯାଇଛି ବୋଲି ଜଣାପଡିଛି। ଏଥିରେ ଡ୍ରିତିକ୍ ରାବଣ ଭୂମିକାରେ ଅଭିନୟ କରୁଥିବାରୁ ତାଙ୍କୁ ସଜ୍ଜାଇବା ନିମନ୍ତେ ହଲିଉଡ୍ ଫିଲ୍ମ ‘ଅବତାର’ର କଷ୍ଟ୍ୟମ୍ ଡିଜାଇନର୍‌ଙ୍କୁ ନିୟୋଜିତ କରାଯିବ । କରିନା ଏସ୍ ଏସ୍ ରାଜମୌଲୀଙ୍କ ପିତା ବିଜେନ୍ଦ୍ର ପ୍ରସାଦଙ୍କ ଫିଲ୍ମ ‘ସୀତା-ଦି ଇନକାଗନେଶନ’ରେ ସୀତା ଭୂମିକାରେ ଅଭିନୟ କରୁଛନ୍ତି ବୋଲି ଅନେକ ଦିନରୁ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । ଦୁଇଟି ଫିଲ୍ମ ମଧ୍ୟରୁ କେଉଁଥିରେ ବେଳେ ସୀତା ହେବାକୁ ପସନ୍ଦ କରୁଛନ୍ତି ତାହା ଅଗାମୀ ଦିନରେ ଜଣାପଡ଼ିବ ।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp