ପ୍ରଯୋଜନାରେ ହାତ ମାରିଲେ କରିନା

The Sakala Picture
Published On

ବଲିଉଡ୍‌ରେ ନିଜ ଅଭିନୟ ପରାକାଷ୍ଠା ଦେଖାଇ ଅଗଣିତ ପ୍ରଶଂସକଙ୍କ ବାହାବା ସାଉଁଟିଛନ୍ତି ଅଭିନେତ୍ରୀ କରିନା କପୁର। ଅନେକ ବଲିଉଡ୍‌ ଫିଲ୍ମରେ ଚୁଲ୍‌ବୁଲି ନାୟିକା ଭାବେ ଦେଖାଯାଇଥିବା ବେବୋ (କରିନା) ଏବେ ଆଉ ପାଦେ ଆଗକୁ ଯାଇ ପ୍ରଯୋଜନା ଦୁନିଆରେ ପାଦ ଥାପିବାକୁ ମନ ବଳାଇଛନ୍ତି। ଫିଲ୍ମ ପ୍ରଯୋଜନା ଲାଗି କାମ ଆରମ୍ଭ କରିଦେଇଥିବା ଖବରକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ପ୍ରଯୋଜିକା ଏକତା କପୁର ଏବଂ ନିର୍ଦ୍ଦେଶକ ହଁସଲ ମେହତାଙ୍କ ସହିତ ଇନ୍‌ଷ୍ଟାଗ୍ରାମରେ କରିନା ନିକଟରେ […]

ବଲିଉଡ୍‌ରେ ନିଜ ଅଭିନୟ ପରାକାଷ୍ଠା ଦେଖାଇ ଅଗଣିତ ପ୍ରଶଂସକଙ୍କ ବାହାବା ସାଉଁଟିଛନ୍ତି ଅଭିନେତ୍ରୀ କରିନା କପୁର। ଅନେକ ବଲିଉଡ୍‌ ଫିଲ୍ମରେ ଚୁଲ୍‌ବୁଲି ନାୟିକା ଭାବେ ଦେଖାଯାଇଥିବା ବେବୋ (କରିନା) ଏବେ ଆଉ ପାଦେ ଆଗକୁ ଯାଇ ପ୍ରଯୋଜନା ଦୁନିଆରେ ପାଦ ଥାପିବାକୁ ମନ ବଳାଇଛନ୍ତି। ଫିଲ୍ମ ପ୍ରଯୋଜନା ଲାଗି କାମ ଆରମ୍ଭ କରିଦେଇଥିବା ଖବରକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ପ୍ରଯୋଜିକା ଏକତା କପୁର ଏବଂ ନିର୍ଦ୍ଦେଶକ ହଁସଲ ମେହତାଙ୍କ ସହିତ ଇନ୍‌ଷ୍ଟାଗ୍ରାମରେ କରିନା ନିକଟରେ ଏକ ଫଟୋ ସେୟାର କରିଛନ୍ତି। ଏଥିରେ କରିନାଙ୍କର କ୍ୟାପସନ୍‌ ରହିଛି ଯେ, ‘ନ୍ୟୁ ବିଗ୍‌ନିଂସ୍‌’। ତୈମୁର୍‌ ଜନ୍ମ ହେବା ପରେ ‘ବୀରେ ଦ ୱେଡିଂ’ କରିନାଙ୍କ ପ୍ରଥମ ଫିଲ୍ମ ଥିଲା।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ସେହିଭଳି ଦ୍ବିତୀୟ ସନ୍ତାନ ଜନ୍ମ ପରେ ଏହି ଫିଲ୍ମ ମାଧ୍ୟମରେ କରିନା ପରଦାକୁ ଫେରିବେ। ସଂଯୋଗ କ୍ରମେ ଦୁଇ ଦୁଇଥର ମା’ ହେବା ପରେ କରିନା ଏକତା କପୁରଙ୍କ ଫିଲ୍ମରୁ ହିଁ ଅଭିନୟ ଜଗତକୁ ଫେରିଛନ୍ତି। ତେବେ ଏକତାଙ୍କ ସହିତ ଫିଲ୍ମ ନିର୍ମାଣ କରିବାକୁ ନେଇ ସେ ବେଶ୍‌ ଉତ୍ସାହିତ ଥିବା କଥା କହିଛନ୍ତି। ଏହାସହିତ ହଁସଲଙ୍କ ପ୍ରତ୍ୟେକ ଫିଲ୍ମର କରିନା ବଡ଼ ପ୍ରଶଂସକ ବୋଲି ସେ ସ୍ବୀକାର କରିଛନ୍ତି। ସେହିଭଳି କରିନା ବହୁମୁଖୀ ପ୍ରତିଭାର ଅଧିକାରିଣୀ ବୋଲି ଏକତା ମତ ରଖୀଛନ୍ତି । ପୂର୍ବରୁ ଆମେ ଏକାଠି ‘ବୀରେ ଦ ୱେଡିଂ’ରେ କାମ କରିଥିଲୁ। ଯାହାକି ଜଣେ ନାୟିକାଙ୍କ ପାଇଁ ସବୁଠୁ ବଡ଼ ହିଟ୍‌ ଫିଲ୍ମ। କେବଳ ପ୍ରଯୋଜନା କ୍ଷେତ୍ରରେ ନୁହେଁ, ଏବେ କରିନାଙ୍କ ହାତରେ ରହିଛି ବଲିଉଡ୍‌ର ଅନେକ ବଡ଼ ବଡ଼ ପ୍ରୋଜେକ୍ଟ। ଖୁବ୍‌ଶୀଘ୍ର ସେ ‘ଲାଲ୍‌ ସିଂହ ଚଢ଼ା’ରେ ଅମିର ଖାନ୍‌ଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟି ସୁପରହିଟ୍‌ ହଲିଉଡ୍‌ ଫିଲ୍ମ ‘ଫରେଷ୍ଟ ଗମ୍ଫ’ର ହିନ୍ଦୀ ରିମେକ୍‌।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp