‘ସୀତା’ ଭୂମିକା ପାଇଁ ୧୨ କୋଟି

The Sakala Picture
Published On

ବଲିଉଡ୍ ଅଭିନେତ୍ରୀ କରିନା କପୁର ‘ସୀତା’ ଭୂମିକା ପାଇଁ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାରେ । ‘ରାମାୟଣ’ ପୃଷ୍ଠଭୂମି ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି ଏବଂ ଏଥିରେ ସୀତା ଭାବେ କରିନା ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି। ଏହି ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଅନେକ ଏଥିପାଇଁ କରିନାଙ୍କୁ ଟ୍ରୋଲ କରିଥିଲେ। କରିନା ଜଣେ ମୁସଲିମ୍‌ଙ୍କୁ ବିବାହ କରିଥିବାରୁ ସେ ଏହି ଭୂମିକା କରିପାରିବେ ନାହିଁ ବୋଲି ଅନେକ […]

ବଲିଉଡ୍ ଅଭିନେତ୍ରୀ କରିନା କପୁର ‘ସୀତା’ ଭୂମିକା ପାଇଁ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାରେ । ‘ରାମାୟଣ’ ପୃଷ୍ଠଭୂମି ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି ଏବଂ ଏଥିରେ ସୀତା ଭାବେ କରିନା ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି। ଏହି ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଅନେକ ଏଥିପାଇଁ କରିନାଙ୍କୁ ଟ୍ରୋଲ କରିଥିଲେ। କରିନା ଜଣେ ମୁସଲିମ୍‌ଙ୍କୁ ବିବାହ କରିଥିବାରୁ ସେ ଏହି ଭୂମିକା କରିପାରିବେ ନାହିଁ ବୋଲି ଅନେକ ୟୁଜର୍ସ କହିଥିଲେ। କେବଳ ସେତିକି ନୁହେଁ, କରିନା ଏହି ଭୂମିକା ପାଇଁ ତାଙ୍କର ପାରିଶ୍ରମିକ ବୃଦ୍ଧି କରିଥିବା ସହ ଏଥିପାଇଁ ସେ ୧୨ କୋଟି ଟଙ୍କା ନେବେ ବୋଲି ମଧ୍ୟ ଖବର ପ୍ରକାଶ ପାଇଥିଲା। ଅବଶ୍ୟ ପାରିଶ୍ରମିକ ପ୍ରସଙ୍ଗ ଉପରେ ତାପସୀ ପନ୍ନୁ, ପୂଜା ହେଗ୍‌ଡେ, ପ୍ରିୟାମଣି ଆଦି ଅଭିନେତ୍ରୀମାନେ କରିନାଙ୍କ ସମର୍ଥନରେ ବାହାରିଥିଲେ।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ଏହି ଅଭିନେତ୍ରୀମାନେ କହିଥିଲେ ଯେ, ଦୀର୍ଘଦିନରୁ ଇଣ୍ଡଷ୍ଟ୍ରୀରେ ଅଭିନେତା ଓ ଅଭିନେତ୍ରୀଙ୍କ ପାରିଶ୍ରମିକକୁ ନେଇ ତର୍କ ଚାଲିଛି। କରିନାଙ୍କ ପାରିଶ୍ରମିକ ବୃଦ୍ଧିକୁ ନେଇ ଲୋକଙ୍କର କଟୁ ମନ୍ତବ୍ୟ ଏୟା ପ୍ରମାଣ କରୁଛି ଯେ, ସମାଜ ନାରୀ ଓ ପୁରୁଷଙ୍କୁ ନେଇ ଭିନ୍ନଭିନ୍ନ ମାନସିକତା ରଖୁଛି। ଏବେ ଏହି ବିବାଦ ଉପରେ ନିଜେ କରିନା ମୁହଁ ଖୋଲିଛନ୍ତି। ନିକଟରେ ଏକ ସାକ୍ଷାତକାର ସମୟରେ କରିନାଙ୍କୁ ଏହି ପ୍ରସଙ୍ଗ ଉପରେ ପଚରାଯିବାରୁ ସେ ବହୁତ କମ୍‌ କଥାରେ ବହୁତ କିଛି କହି ଦେଇଥିଲେ। ଯେତେବେଳେ କରିନାଙ୍କୁ ପଚାରାଗଲା ଆପଣ ସୀତା ରୋଲ୍‌ ପାଇଁ ୧୨ କୋଟି ଟଙ୍କା ନେଉଛନ୍ତି? ଏହି ଖବର କ’ଣ ଗୁଜବ ବୋଲି ପଚାରାଯିବାରୁ କରିନା ‘ହଁ’ ‘ହଁ’ କହି ସେହିକଥାରୁ ଓହରି ଯାଇଥିଲେ। କରିନାଙ୍କ ଏପରି କଥାରୁ ଜଣାପଡୁଛି ଯେ, ନା ସେ ସୀତା ରୋଲ୍‌ରେ ନଜର ଆସିବେ ନା ସେଥÒପାଇଁ ୧୨ କୋଟି ଟଙ୍କା ନେଉଛନ୍ତି।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp