'ଅନୁପମା'ଙ୍କ ଡାଏଲଗ୍ ଶୁଣି ମୁଣ୍ଡରେ ହାତ ଦେଲେ ଦର୍ଶକ, କହିଲେ- 'କାନରୁ ରକ୍ତ ବାହାର କରିବ କି?'

Tapas Ranjan Nanda Picture
Published On

ଲୋକପ୍ରିୟ ଟିଭି ଧାରାବାହିକ 'ଅନୁପମା' (Anupamaa) ରେ ଖୁବଶୀଘ୍ର ଅନେକ ନୂଆ ଟ୍ୱିଷ୍ଟ ଆସିବାକୁ ଯାଉଛି। ହେଲେ ଏହା ପୂର୍ବରୁ ସୋସିଆଲ ମିଡିଆରେ ଶୋ’ର ଏକ କ୍ଲିପ୍ ଜୋରଦାର ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅନୁପମାଙ୍କ ଏକ ଲମ୍ବା ଡାଏଲଗ୍ ଶୁଣି ଦର୍ଶକମାନେ ମେକର୍ସଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି। ୨୦୨୦ ମସିହାରୁ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଏହି ଶୋ'ରେ ଏବେ ଏମିତି କିଛି ଘଟିଛି ଯାହାକୁ ନେଇ ଇଣ୍ଟରନେଟରେ ଚର୍ଚ୍ଚା ଜୋର ଧରିଛି।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

କାହିଁକି ଟ୍ରୋଲ୍ ହେଲେ ଅନୁପମା?

ଇଣ୍ଟରନେଟରେ ଘୁରି ବୁଲୁଥିବା ଏହି ଭିଡିଓରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ରୁପାଲି ଗାଙ୍ଗୁଲି (Rupali Ganguly) ଏକ ଦମଦାର୍ କିନ୍ତୁ ଅଦ୍ଭୁତ ଡାଏଲଗ୍ କହୁଥିବାର ନଜର ଆସିଛନ୍ତି। ସେ କହୁଛନ୍ତି, "ତୋତେ ବୁଲାଇ ବୁଲାଇ ମାରିବି, ଗୋଡାଇ ଗୋଡାଇ ମାରିବି, ଜୋତା ଭିଜାଇ ମାରିବି... ହାତ ଥକିଗଲେ ଗୋଡରେ ମାରିବି ଆଉ ଗୋଡ ଥକିଗଲେ କଥାରେ ମାରିବି।" ଅନୁପମାଙ୍କ ମୁହଁରୁ ଏତେ ଲମ୍ବା ଏବଂ ବାରମ୍ବାର 'ମାରିବି' ଶବ୍ଦ ଶୁଣି ୟୁଜର୍ସମାନେ ଆଶ୍ଚର୍ଯ୍ୟ ହେବା ସହ ମଜା ଉଡାଇଛନ୍ତି।

ଆହୁରି ପଢ଼ନ୍ତୁ: ଗଣେଶ ପୂଜାରେ ରିଲିଜ୍ ହେବ ତିନୋଟି ଓଡ଼ିଆ ସିନେମା: 'ଦାହାନ୍', 'ଦଣ୍ଡକାଳୀ' ଏବଂ 'ଯଦି' ମଧ୍ୟରେ କଡ଼ା ଟକ୍କର

ଆହୁରି ପଢ଼ନ୍ତୁ: ମୁମ୍ବାଇ ଘରେ ହୋଇଥିବା ଛୁରାମାଡ଼କୁ ଭୁଲିପାରି ନାହାନ୍ତି ସୈଫ ଅଲ୍ଲୀ ଖାନ, କହିଲେ- 'ଛୁରୀ ଦେଖିଲେ ଡର ଲାଗେ'

ୟୁଜର୍ସଙ୍କ ମଜାଦାର କମେଣ୍ଟ

ଯଦିଓ କିଛି ଫ୍ୟାନ୍ସ ରୁପାଲିଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି, ତଥାପି ଅନେକ ଲୋକ ଏହାକୁ ନେଇ ଟ୍ରୋଲିଂ ଆରମ୍ଭ କରିଦେଇଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, "ବସ୍ କର, କାନରୁ ରକ୍ତ ବାହାର କରିବ କି?" ଅନ୍ୟ ଜଣେ କହିଛନ୍ତି ଯେ, ଏତେ ଲମ୍ବା ଡାଏଲଗ୍ ଶୁଣି ସାମ୍ନା ବାଲା ମାଡ଼ ଖାଇବା ଆଗରୁ ହିଁ ମରିଯିବ। କିଛି ଲୋକ ମଜାଳିଆ ଢଙ୍ଗରେ କହିଛନ୍ତି ଯେ, ଏହି ଡାଏଲଗରେ କେତେଥର 'ମାରିବି' ଶବ୍ଦ ବ୍ୟବହାର ହୋଇଛି, ତାହା ଗଣି ଗଣି ସେମାନେ କନ୍‌ଫ୍ୟୁଜ୍ ହୋଇଗଲେଣି।

'ନାଗିନ୍-୭' ଯୋଗୁଁ କମିଲା ଟିଆରପି

ଅନ୍ୟପଟେ, 'ନାଗିନ୍-୭' (Naagin 7) ପ୍ରସାରିତ ହେବା ପରେ 'ଅନୁପମା'ର ଟିଆରପି (TRP) ଉପରେ ବଡ଼ ପ୍ରଭାବ ପଡିଛି। ଦୀର୍ଘ ବର୍ଷ ଧରି ନମ୍ବର ୧ ସ୍ଥାନ ବଜାୟ ରଖିଥିବା ରୁପାଲି ଗାଙ୍ଗୁଲିଙ୍କ ଏହି ଶୋ' ଏବେ ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନକୁ ଖସି ଆସିଛି। ଚଳିତ ବର୍ଷର ପ୍ରଥମ ମାସରେ ମଧ୍ୟ ଶୋ' ନମ୍ବର ୧ ହେବାରେ ବିଫଳ ହୋଇଛି। ଟିଆରପି ବଢାଇବା ପାଇଁ ମେକର୍ସ ଏବେ କାହାଣୀରେ ନୂଆ ମୋଡ ଆଣିବାକୁ ଚେଷ୍ଟା କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp