‘ରାଧେ ଶ୍ୟାମ୍‌’ର ଗୋଟିଏ ସିନ୍ ପାଇଁ ଖର୍ଚ୍ଚ ହେଲା ଦେଢ଼ କୋଟି

The Sakala Picture
Published On

ବକ୍ସ ଅଫିସ୍‌ରେ ଫିଲ୍ମକୁ ହିଟ୍ ସାବ୍ୟସ୍ତ କରିବା ପାଇଁ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରିଦିଅନ୍ତି। ବଲିଉଡ୍‌ର ବହୁ ପ୍ରତିକ୍ଷୀତ ଫିଲ୍ମ ‘ରାଧେ ଶ୍ୟାମ’ର ଏକ ଟିଜର୍ ଫେବୃଆରୀ ୧୪ରେ ରିଲିଜ୍ କରାଯାଇଛି। ଏହି ଫିଲ୍ମରେ ଲିଡ୍‌ ରୋଲରେ ଅଭିନେତା ପ୍ରଭାସ ଓ ଅଭିନେତ୍ରୀ ପୂଜା ହେଗ୍‌ଡେ ଦେଖାଯିବେ। ଟିଜରରେ ଷ୍ଟେସନର ଏକ ସିନ୍‌ ରହିଛି। ଏହି ସିନ୍‌କୁ ସୁଟ୍ କରିବା ପାଇଁ ପାଖାପାଖି ଦେଢ଼କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ […]

ବକ୍ସ ଅଫିସ୍‌ରେ ଫିଲ୍ମକୁ ହିଟ୍ ସାବ୍ୟସ୍ତ କରିବା ପାଇଁ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରିଦିଅନ୍ତି। ବଲିଉଡ୍‌ର ବହୁ ପ୍ରତିକ୍ଷୀତ ଫିଲ୍ମ ‘ରାଧେ ଶ୍ୟାମ’ର ଏକ ଟିଜର୍ ଫେବୃଆରୀ ୧୪ରେ ରିଲିଜ୍ କରାଯାଇଛି। ଏହି ଫିଲ୍ମରେ ଲିଡ୍‌ ରୋଲରେ ଅଭିନେତା ପ୍ରଭାସ ଓ ଅଭିନେତ୍ରୀ ପୂଜା ହେଗ୍‌ଡେ ଦେଖାଯିବେ। ଟିଜରରେ ଷ୍ଟେସନର ଏକ ସିନ୍‌ ରହିଛି। ଏହି ସିନ୍‌କୁ ସୁଟ୍ କରିବା ପାଇଁ ପାଖାପାଖି ଦେଢ଼କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଉକ୍ତ ସିନ୍‌କୁ ସୁଟ୍ କରିବା ପାଇଁ ପୂରା ଟିମ୍‌କୁ ଇଟାଲି ଯିବାର ଥିଲା। କିନ୍ତୁ କରୋନା ମହାମାରୀ ଯୋଗୁଁ ଏହା ସମ୍ଭବ ହୋଇ ନ ଥିଲା। ସେଥିପାଇଁ ଫିଲ୍ମ ନିର୍ମାତାମାନଙ୍କୁ ଭାରତରେ ଏଭଳି ଏକ ସେଟ୍‌ ପ୍ରସ୍ତୁତ କରିବାକୁ ପଡ଼ିଥିଲା। ଫିଲ୍ମର ଏହି ସିନ୍‌କୁ ସୁଟ୍ କରିବା ପାଇଁ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓକୁ ସେଟ୍‌ରେ ବଦଳାଇ ଦିଆଗଲା। ଏହାର ପୂରା ଦାୟିତ୍ବ ଆର୍ଟ ଡାଇରେକ୍ଟର ରବିନ୍ଦର ରେଡ୍ଡିଙ୍କୁ ଦିଆଗଲା। ଏହି ସେଟ୍‌କୁ ତିଆରି କରିବା ପାଇଁ ପାଖାପାଖି ଏକ ମାସ ସମୟ ଲାଗି ଯାଇଥିଲା। ଏହି ଫିଲ୍ମର ଟିଜର୍‌କୁ ଏଯାବତ୍ ୮୧ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଟିଜରରେ ପ୍ରଥମେ ଏକ ଟ୍ରେନ୍ ଦେଖିବାକୁ ମିଳିବ। ଏହି ଟ୍ରେନ ଜଙ୍ଗଲ ରାସ୍ତା ଦେଇ ଯାଉଛି। ଏଥିରେ ପୂଜା ଓ ପ୍ରଭାସଙ୍କୁ ଏକ ରୋମାଣ୍ଟିକ୍‌ ଅନ୍ଦାଜରେ ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: 'ସୋନ୍ ପରୀ'ର ଫ୍ରୁଟିଙ୍କୁ ମନେ ଅଛି କି? ୩୪ ବର୍ଷ ବୟସରେ ଅଭିନୟ ଛାଡି ଏବେ ଗେମର୍ ପାଲଟିଛନ୍ତି ତନ୍ୱୀ ହେଗଡେ

20 Feb 2021 By The Sakala

‘ରାଧେ ଶ୍ୟାମ୍‌’ର ଗୋଟିଏ ସିନ୍ ପାଇଁ ଖର୍ଚ୍ଚ ହେଲା ଦେଢ଼ କୋଟି

ବକ୍ସ ଅଫିସ୍‌ରେ ଫିଲ୍ମକୁ ହିଟ୍ ସାବ୍ୟସ୍ତ କରିବା ପାଇଁ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରିଦିଅନ୍ତି। ବଲିଉଡ୍‌ର ବହୁ ପ୍ରତିକ୍ଷୀତ ଫିଲ୍ମ ‘ରାଧେ ଶ୍ୟାମ’ର ଏକ ଟିଜର୍ ଫେବୃଆରୀ ୧୪ରେ ରିଲିଜ୍ କରାଯାଇଛି। ଏହି ଫିଲ୍ମରେ ଲିଡ୍‌ ରୋଲରେ ଅଭିନେତା ପ୍ରଭାସ ଓ ଅଭିନେତ୍ରୀ ପୂଜା ହେଗ୍‌ଡେ ଦେଖାଯିବେ। ଟିଜରରେ ଷ୍ଟେସନର ଏକ ସିନ୍‌ ରହିଛି। ଏହି ସିନ୍‌କୁ ସୁଟ୍ କରିବା ପାଇଁ ପାଖାପାଖି ଦେଢ଼କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଉକ୍ତ ସିନ୍‌କୁ ସୁଟ୍ କରିବା ପାଇଁ ପୂରା ଟିମ୍‌କୁ ଇଟାଲି ଯିବାର ଥିଲା। କିନ୍ତୁ କରୋନା ମହାମାରୀ ଯୋଗୁଁ ଏହା ସମ୍ଭବ ହୋଇ ନ ଥିଲା। ସେଥିପାଇଁ ଫିଲ୍ମ ନିର୍ମାତାମାନଙ୍କୁ ଭାରତରେ ଏଭଳି ଏକ ସେଟ୍‌ ପ୍ରସ୍ତୁତ କରିବାକୁ ପଡ଼ିଥିଲା। ଫିଲ୍ମର ଏହି ସିନ୍‌କୁ ସୁଟ୍ କରିବା ପାଇଁ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓକୁ ସେଟ୍‌ରେ ବଦଳାଇ ଦିଆଗଲା। ଏହାର ପୂରା ଦାୟିତ୍ବ ଆର୍ଟ ଡାଇରେକ୍ଟର ରବିନ୍ଦର ରେଡ୍ଡିଙ୍କୁ ଦିଆଗଲା। ଏହି ସେଟ୍‌କୁ ତିଆରି କରିବା ପାଇଁ ପାଖାପାଖି ଏକ ମାସ ସମୟ ଲାଗି ଯାଇଥିଲା। ଏହି ଫିଲ୍ମର ଟିଜର୍‌କୁ ଏଯାବତ୍ ୮୧ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଟିଜରରେ ପ୍ରଥମେ ଏକ ଟ୍ରେନ୍ ଦେଖିବାକୁ ମିଳିବ। ଏହି ଟ୍ରେନ ଜଙ୍ଗଲ ରାସ୍ତା ଦେଇ ଯାଉଛି। ଏଥିରେ ପୂଜା ଓ ପ୍ରଭାସଙ୍କୁ ଏକ ରୋମାଣ୍ଟିକ୍‌ ଅନ୍ଦାଜରେ ଦେଖିବାକୁ ମିଳୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର