ବାଧ୍ୟବାଧକତା

The Sakala Picture
Published On

କିଛି ହୋଇନି, ସବୁ ଠିକ୍‌‌ ଠାକ୍‌‌ ଅଛି। ସତ୍ୟକୁ ସ୍ୱୀକାର କରିବା ସକାଶେ ଯେଉଁ ସାହସ ଦରକାର ତାହାର ବ୍ୟାପକ ଅନୁଭୂତ ହୋଇଛି। ଯିଏ ବିପର୍ଯ୍ୟୟ ଘଟାଇଛି ଓ ଯିଏ ବିପର୍ଯ୍ୟସ୍ତ ହୋଇଛି, ଉଭୟ ପକ୍ଷ ନିରବ। କାହା ପାଇଁ ସମ୍ମାନର ପ୍ରଶ୍ନ ଓ କାହା ପାଇଁ ଆନ୍ତର୍ଜାତିକ ସମୁଦାୟର ଦୋଷାରୋପ ସମ୍ଭାବନା। ତେଣୁ ଅସଲ ନିର୍ଯାସ ସାମ୍ନାକୁ ଆସୁନାହିଁ। ତେବେ ଘଟଣାକ୍ରମ ଉପରେ ସତର୍କ ଦୃଷ୍ଟି ରଖିଥିବା ବିଶେଷଜ୍ଞ ଓ ସମୀକ୍ଷକ ଯେଉଁ ତଥ୍ୟ ପ୍ରକାଶ […]

କିଛି ହୋଇନି, ସବୁ ଠିକ୍‌‌ ଠାକ୍‌‌ ଅଛି। ସତ୍ୟକୁ ସ୍ୱୀକାର କରିବା ସକାଶେ ଯେଉଁ ସାହସ ଦରକାର ତାହାର ବ୍ୟାପକ ଅନୁଭୂତ ହୋଇଛି। ଯିଏ ବିପର୍ଯ୍ୟୟ ଘଟାଇଛି ଓ ଯିଏ ବିପର୍ଯ୍ୟସ୍ତ ହୋଇଛି, ଉଭୟ ପକ୍ଷ ନିରବ। କାହା ପାଇଁ ସମ୍ମାନର ପ୍ରଶ୍ନ ଓ କାହା ପାଇଁ ଆନ୍ତର୍ଜାତିକ ସମୁଦାୟର ଦୋଷାରୋପ ସମ୍ଭାବନା। ତେଣୁ ଅସଲ ନିର୍ଯାସ ସାମ୍ନାକୁ ଆସୁନାହିଁ। ତେବେ ଘଟଣାକ୍ରମ ଉପରେ ସତର୍କ ଦୃଷ୍ଟି ରଖିଥିବା ବିଶେଷଜ୍ଞ ଓ ସମୀକ୍ଷକ ଯେଉଁ ତଥ୍ୟ ପ୍ରକାଶ କରୁଛନ୍ତି, ତାହାକୁ ସୂତ୍ର ଖଣ୍ଡନ କରିଚାଲିଛି। ଏଭଳି ବିବାଦୀୟ ପରିସ୍ଥିତିରେ ଗୁମର ଖୋଲିବାକୁ ଗଣମାଧ୍ୟମ ସାହସ କରୁନାହିଁ। ଏହି ଅଚଳାବସ୍ଥା ମଧ୍ୟରେ ପତିଆରା ଓ ପ୍ରଭୁତ୍ୱ ପ୍ରଦର୍ଶନ ପାଇଁ ପାକିସ୍ତାନ ସୁଯୋଗ ସୃଷ୍ଟି କରି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ନିକଟବର୍ତ୍ତୀ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ ନା ଭାରତ ପ୍ରତିବାଦ କରିପାରୁଛି, ନା ସତ୍ୟକୁ ସାମ୍ନାକୁ ଆଣିପାରୁଛି। ପାକିସ୍ତାନ ବାୟୁସେନାର ୨୦ ପ୍ରତିଶତ ଭିତ୍ତିଭୂମି କେବଳ ଧୂଳିସାତ ହୋଇନି, ‘କିରାନା ହିଲ୍‌‌ସ’ ଆଣବିକ ଅସ୍ତ୍ରାଗାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେଠାରୁ ନିର୍ଗତ ତେଜସ୍କ୍ରିୟ ରଶ୍ମି ବିକିରଣକୁ ବିଭିନ୍ନ ମହଲରୁ ଅସ୍ୱୀକାର କରାଯାଉଥିଲେ ମଧ୍ୟ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନରୁ ସ୍ପଷ୍ଟ ହୋଇଛି ଯେ ସେଠାରେ କିଛି ନା କିଛି ଘଟିଛି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଥିବାର ଅନୁଭବ କରି ଶେଷ ମୁହୂର୍ତ୍ତରେ ପାକିସ୍ତାନ ଆମେରିକା ନିକଟରେ ଫେରାଦ ହୋଇଛି। କାରଣ ଏ କ୍ଷେତ୍ରରେ ସେ ହିଁ ସୁରକ୍ଷାର ଢାଲ ହୋଇପାରିବ। କେବଳ ନିଜ ସୁରକ୍ଷା ନୁହେଁ, ପ୍ରତିପକ୍ଷ ଭାରତ ଉପରେ ମଧ୍ୟ ଆମେରିକା ଚାପ ପ୍ରୟୋଗ କରିପାରିବ। ଏଠାରେ ବାଣିଜ୍ୟ ସମ୍ପର୍କ ନୁହେଁ, ପାକିସ୍ତାନର ଆଣବିକ ଅସ୍ତ୍ରାଗାରରେ କ୍ଷତି ପହଞ୍ଚାଇ କାଇଲି ହୋଇଯାଇଛି ଭାରତ। ତେଣୁ ତ ଏତେ ଆଲୋଚନା ଓ ସମାଲୋଚନା ସତ୍ତ୍ବେ ନିରବ ରହିଛି ଭାରତ।

ଏକଥା ସତ ଯେ ଆମେରିକା ଆଣବିକ ବିପଦର ମୁକାବିଲା ପାଇଁ ଉଦ୍ଦିଷ୍ଟ ଆମେରିକାର ବି୩୫୦ ଏଏମ୍‌‌ଏସ୍‌‌ ବିମାନ ପାକିସ୍ତାନରେ ପହଞ୍ଚିଛି। ଆକାଶମାର୍ଗରୁ ସେ ଯେଉଁ କାର୍ଯ୍ୟରେ ନିୟୋଜିତ ଅଛି, ତାହା ଦୁଇପକ୍ଷଙ୍କୁ ଜଣା। କିରାନା ହିଲ୍‌‌ସ ଆକାଶମାର୍ଗରୁ ଏହି ବିମାନ କେବଳ ନିରୀକ୍ଷଣ କରୁନି, ବିକିରଣ ହେଉଥିବା ତେଜସ୍କ୍ରିୟ ରଶ୍ମିରୁ ସମ୍ଭାବ୍ୟ ବିପଦକୁ ପ୍ରତିହତ କରୁଛି। ଆମେରିକା ଓ ପାକିସ୍ତାନ ମଧ୍ୟରେ ହୋଇଥିବା ବୁଝାମଣାର ଏହି ଦିଗ ଏପର୍ଯ୍ୟନ୍ତ ଆଲୋଚନା ପରିସରକୁ ଆସିନି। ଏହି ଘଟଣାକୁ କିଛି ଲୋକ ଅସତ୍ୟ କହିବାରେ ଆମର କିଛି ଯାଏ ଆସେ ନାହିଁ। ମିଶରର ନୀଳନଦୀ ଉପତ୍ୟକାରେ ଗଚ୍ଛିତ ଥିବା ମୂଲ୍ୟବାନ ବୋରନ ପରିବହନ ବିମାନଯୋଗେ ପାକିସ୍ତାନରେ ଆସି ପହଞ୍ଚାଇବା ଉଦ୍ଦେଶ୍ୟ କ’ଣ? ରୁଷିଆର ଚେର୍ଣ୍ଣୋବିଲ୍‌‌ରେ ଘଟିଥିବା ଆଣବିକ ଦୁର୍ଘଟଣା ସ୍ଥଳକୁ ବିପୁଳ ପରିମାଣର ବୋରନ ପଠାଯାଉଥିଲା। ତାହା ହିଁ ବିକିରଣକୁ ନିଷ୍କ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଯଦି କିରାନା ହିଲ୍‌‌ସରେ କିଛି ଘଟିନି ତେବେ ବୋରନ ସଂଗ୍ରହର ଆବଶ୍ୟକତା କ’ଣ ଅଛି ପାକିସ୍ତାନର? ଏପରିକି ବିଶ୍ୱରେ ଆଣବିକ କାର୍ଯ୍ୟକ୍ରମକୁ ତଦାରଖ କରୁଥିବା ଏଆଇଇଏ ସଂଗଠନ ମଧ୍ୟ ଘଟଣାର ଦୃଢ଼ ଖଣ୍ଡନ କରିଛି। ଏବେ ବି ଆମର ମନେ ଅଛି ଇରାକ୍‌‌ରୁ ସଦାମ ହୁସେନଙ୍କୁ କ୍ଷମତାରୁ ହଟାଇବା ପାଇଁ ଆମେରିକା ଏଆଇଇଏକୁ ବ୍ୟବହାର କରିଥିଲା। ସେଠାରେ ବିପୁଳ ରାସାୟନିକ ଓ ଅନ୍ୟାନ୍ୟ ଗଣବିଧ୍ୱଂସୀ ଅସ୍ତ୍ରଶସ୍ତ୍ର ମହଜୁଦ ଥିବାର ରିପୋର୍ଟ ଦେଇଥିଲା ଏହି ଏଜେନ୍ସି। ହେଲେ ସଦ୍ଦାମ ନିହତ ହେବା ସହ ତାଙ୍କ କ୍ଷମତାକେନ୍ଦ୍ରକୁ ଆମେରିକା ଧୂଳିସାତ କରିଦେଇଥିଲେ ମଧ୍ୟ ସେଠାରୁ ମିଳିଲା କ’ଣ? ଆମର ଏଠାରେ କହିବାର କଥା ହେଲା, ଆମେରିକା ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଏହି ଏଜେନ୍ସି ଟ୍ରମ୍ପଙ୍କ ସ୍ୱାର୍ଥରକ୍ଷା ସକାଶେ ମିଛ ପ୍ରତିକ୍ରିୟା ପ୍ରକାଶ କରୁନି ତ?

ଆମେ ଏଠାରେ ସମସ୍ତଙ୍କୁ ମନେ ପକାଇ ଦେବାକୁ ଚାହୁଁ ଯେ ‘ଅପରେସନ ସିନ୍ଦୂର’ର ପରାକ୍ରମ ସମ୍ପର୍କରେ ସାମରିକ ବାହିନୀ ପକ୍ଷରୁ ତଥ୍ୟ ପ୍ରଦାନ ବେଳେ ଏହି ପ୍ରସଙ୍ଗ ନେଇ ସାମ୍ବାଦିକଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଥିଲା। ବାୟୁସେନା ପ୍ରମୁଖ ଉତ୍ତର ଦେଇଥିଲେ, କିରାନା ହିଲ୍‌‌ସରେ ପାକିସ୍ତାନ ଯେ ଆଣବିକ ଅସ୍ତ୍ର ଗଚ୍ଛିତ ରଖିଛି, ଏ ତଥ୍ୟ ଆମ ନିକଟରେ ନାହିଁ। ବାୟୁସେନା ପାଇଁ ଏହି ପ୍ରଶ୍ନ ହିଁ ଏକ ନୂଆ ତଥ୍ୟ ହୋଇପାରେ। ଏଭଳି ଏକ ଉତ୍ତର ପରେ ସେହିଠାରେ ହିଁ ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ପାକିସ୍ତାନର ଏକାଧିକ ଗୁରୁତ୍ୱପୂର୍ଣ୍ଣ ବାୟୁସେନା କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିବା ବେଳେ ସବୁଠାରୁ ଅଧିକ ବିପର୍ଯ୍ୟୟ ଘଟିଛି ସର୍ଗୋଧା ଓ ଗୁଲାରିରେ। ସେଠାରେ ଅଣୁଅସ୍ତ୍ର ପରିବହନ କ୍ଷମତା ଥିବା ସବୁଠାରୁ ବିଚକ୍ଷଣ ଯୁଦ୍ଧ ବିମାନ- ଏଫ୍‌‌-୧୬ ଓ ଜେଏଫ୍‌‌-୧୭ ମହଜୁଦ ଥିଲା। ସର୍ଗୋଧା ସହ ସଂଯୋଗ ଥିବା କିରାନା ହିଲ୍‌‌ସ ଟନେଲ, ନୁରଖାନ୍‌‌ ଏୟାରବେସ୍‌‌, ପିଏଏଫ୍‌‌ ମୁସାଫ୍‌‌, ଭୋଲାରୀ ଏୟାରବେସ୍‌‌ ଏହି କ୍ଷେପଣାସ୍ତ୍ର ମାଡ଼ରେ କ୍ଷତିଗ୍ରସ୍ତ ହେବା କିଛି ବିଚିତ୍ର ନୁହେଁ। ଏହାକୁ ଉଦ୍ଦେଶ୍ୟପୂର୍ଣ୍ଣ ଆକ୍ରମଣ ସାବ୍ୟସ୍ତ କଲେ ଭାରତର ଆଣବିକ କାର୍ଯ୍ୟକ୍ରମ ଉପରେ କଟକଣା ପ୍ରୟୋଗ ଭଳି ଆଶଙ୍କା ଥିବାରୁ ସେନା ଓ ସରକାର ନିରବ ଥିବା ଭଳି ମନେହୁଏ। ବରଂ ଆମ ପରାକ୍ରମ ପରିଚିତି ନ ପାଉ ହେଲେ ଭାରତ କଟକଣାର ସମ୍ମୁଖୀନ ନହେଉ। ଏଭଳି ଏକ ବୃହତ୍ତର ସ୍ୱାର୍ଥର ସୁରକ୍ଷା ପାଇଁ ରାଜନୈତିକ ଉଚ୍ଚାକାଂକ୍ଷା ବଳି ପଡ଼ିଥିବା ଭଳି ମନେହୁଏ। ଏଠାରେ ମନେପକାଇ ଦିଆଯାଇ ପାରେ କି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଭାରତ ବିରୋଧରେ ଆଣବିକ ଅସ୍ତ୍ର ପ୍ରୟୋଗ ଚେତାବନୀ ଦେଇ ଯେଉଁ ଅହଂକାର ପ୍ରଦର୍ଶନ କରିଥିଲେ, ତାହାର ମଧୁର ପ୍ରତିଶୋଧ ନେବାକୁ ସମର୍ଥ ହୋଇଛି ଭାରତ।

ଏକାଧିକ ବିଫଳତା ମଧ୍ୟରେ ସଫଳତା ଖୋଜୁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥିଲା ପାକିସ୍ତାନ। ଚୀନ୍‌‌ର ସାହାଯ୍ୟ ଓ ସହଯୋଗ ସତ୍ତ୍ବେ ପାକିସ୍ତାନ ଅସୁରକ୍ଷିତ। ଚୀନ ପ୍ରଦତ୍ତ ଏଚ୍‌‌କ୍ୟୁ-୯ ଓ ପିଏଲ୍‌‌-୧୫ ଏୟାର ଡିଫେନ୍ସ ଆଣ୍ଡ ମିସାଇଲ୍‌‌ ସିଷ୍ଟମ ଭାରତର ବାୟୁସେନା ଆକ୍ରମଣକୁ ପ୍ରତିହତ କରିପାରିନି। ବରଂ ବ୍ୟବସ୍ଥାକୁ ଜଖମ କରି ବାୟୁସେନା କେନ୍ଦ୍ରରେ ବିପର୍ଯ୍ୟୟ ଘଟାଇଛି। ଏହାଛଡ଼ା ଭାରତ ଉପରେ ପ୍ରଭାବ ପକାଇବାର ସାମର୍ଥ୍ୟ ଆମେରିକାର ଥିବାରୁ ପାକିସ୍ତାନ ପାଇଁ ଶରଣ ପଶିବାର ବାଧ୍ୟବାଧକତା ସୃଷ୍ଟି ହୋଇଥିଲା। ବିଶ୍ୱ ବ୍ୟବସ୍ଥାରେ ଚୀନ ଆମେରିକାର ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲେ ମଧ୍ୟ ତାହାର ନିକଟତମ ସହଯୋଗୀକୁ ଟ୍ରମ୍ପ ଆଶ୍ରୟ ଦେଇ ନିଜ ସ୍ୱାର୍ଥର ସାମୟିକ ପୂର୍ତ୍ତି ହାସଲ କରିଛନ୍ତି ସତ, ଦକ୍ଷିଣ ଏସିଆ କୂଟନୀତିରେ କିନ୍ତୁ ତ୍ରୁଟିପୂର୍ଣ୍ଣ ଗୋଟିଚାଳନା କରି ସ୍ଥାୟୀ ବନ୍ଧୁରାଷ୍ଟ୍ରର ସହଯୋଗ ହରାଇଥିବା ସ୍ୱୀକାର କରିବାକୁ ହେବ। ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ହାସଲ କରିଥିବା ସିମଳା ରାଜିନାମାକୁ ଉଲ୍ଲଙ୍ଘନ କରି ସେ କୂଟନୈତିକ ସମ୍ପର୍କରେ ଖସଡ଼ା ପରମ୍ପରା ସୃଷ୍ଟି କରିଛନ୍ତି। କେବଳ ସେତିକି ନୁହେଁ, ଆନ୍ତର୍ଜାତିକ ସ୍ତରରେ ଏହା ସପକ୍ଷରେ ବିଶ୍ୱସନୀୟତା ସୃଷ୍ଟି ପାଇଁ ସେ ବାରମ୍ବାର ଏହି ବକ୍ତବ୍ୟକୁ ଦୋହାରାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର