ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା: ଅକ୍ଷୟଙ୍କୁ ୪ ଘଣ୍ଟା ଜେରା କଲା ପୁଲିସ

The Sakala Picture
Published On

ଭୁବନେଶ୍ୱର: ନିମାପଡ଼ାର ସାମ୍ବାଦିକ ଅକ୍ଷୟ ନାୟକଙ୍କୁ କମିଶନରେଟ ପୁଲିସ ପଚରା ଉଚରା କରିଛି । ନିମାପଡ଼ା ନିର୍ବାଚନ ମଣ୍ଡଳୀର ୧୧ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ପୁଲିସର ପଚର ଉଚରା କରିଛି। ଆତ୍ମହତ୍ୟାର ଠିକ ୨ ଘଣ୍ଟା ପୂର୍ବରୁ ମୃତକ ସ୍ଥାନୀୟ ସାମ୍ବାଦିକଙ୍କ ସହ କଥା ହୋଇଥିବା ନେଇ ଅଡ଼ିଓ କଲ୍ ଭାଇରାଲ ହୋଇଥିଲା । ଯେଉଁଥିରେ ମୃତକ ଧର୍ମେନ୍ଦ୍ର ସାହୁ ଅନେକ କଥା କହିଥିବା ସାମ୍ବାଦିକ ଅକ୍ଷୟ ନାୟକ ଯୁକ୍ତି […]

ଭୁବନେଶ୍ୱର: ନିମାପଡ଼ାର ସାମ୍ବାଦିକ ଅକ୍ଷୟ ନାୟକଙ୍କୁ କମିଶନରେଟ ପୁଲିସ ପଚରା ଉଚରା କରିଛି । ନିମାପଡ଼ା ନିର୍ବାଚନ ମଣ୍ଡଳୀର ୧୧ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ପୁଲିସର ପଚର ଉଚରା କରିଛି। ଆତ୍ମହତ୍ୟାର ଠିକ ୨ ଘଣ୍ଟା ପୂର୍ବରୁ ମୃତକ ସ୍ଥାନୀୟ ସାମ୍ବାଦିକଙ୍କ ସହ କଥା ହୋଇଥିବା ନେଇ ଅଡ଼ିଓ କଲ୍ ଭାଇରାଲ ହୋଇଥିଲା । ଯେଉଁଥିରେ ମୃତକ ଧର୍ମେନ୍ଦ୍ର ସାହୁ ଅନେକ କଥା କହିଥିବା ସାମ୍ବାଦିକ ଅକ୍ଷୟ ନାୟକ ଯୁକ୍ତି ବାଢିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ବରକୁ ପାଉଥିଲା ଭଲ, ଇର୍ଷାରେ ବିବାହ ପୂର୍ବରୁ ଭାବୀ କନ୍ୟା ଉପରକୁ ଏସିଡ୍ ଫିଙ୍ଗିଲା ପଡ଼ୋଶୀ ଯୁବତୀ

ଏହି ମାମଲାକୁ କମିଶନରେଟ ପୁଲିସ ତଦନ୍ତ କରୁଥିବାବେଳେ, ଆଜି ଡିସିପି ଅଫିସରେ ହାଜର ହେବାକୁ ଉକ୍ତ ସାମ୍ବାଦିକଙ୍କୁ ପୁଲିସ ନୋଟିସ କରିଥିଲା । ସେପଟେ ନିର୍ଦ୍ଧିଷ୍ଟ ସମୟରେ ପହଞ୍ଚିଥିଲେ ସାମ୍ବାଦିକ ଅକ୍ଷୟ ନାୟକ । କମିଶନରେଟ ପୁଲିସର ଏକ ଟିମ୍ ୪ଘଣ୍ଟା ଧରି ଜେରା କରିଥିଲେ । ପରେ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ କମିଶନରେଟ ପୁଲିସ ଛାଡିଛି । କଲ ରେକର୍ଡ ସମ୍ପର୍କରେ ପଚରାଉଚରା କରାଯିବା ସହିତ ତାଙ୍କ ମୋବାଇଲକୁ ଜବତ କରାଯାଇଛି । କଲ ରେକର୍ଡ, ଧର୍ମେନ୍ଦ୍ରଙ୍କ ସହ ତାଙ୍କର ସମ୍ପର୍କ ନେଇ ପଚରାଉଚରା କରିଛି ପୋଲିସ । ଏହା ସହ ସୋସିଆଲ ମିଡିଆରେ କଣ ପାଇଁ ଅଡିଓକୁ ଭାଇରାଲ କରିଛନ୍ତି, ସେ ସମ୍ପର୍କରେ ମଧ୍ୟ ତଦନ୍ତ ହୋଇଛି ।

ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି ଅକ୍ଷୟ । ଆବଶ୍ୟକ ପଡ଼ିଲେ ପୁଣି ଅକ୍ଷୟଙ୍କୁ ଜେରା କରାଯିବ ବୋଲି ପୁଲିସ କହିଛି। ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ଅକ୍ଷୟ ନାୟକଙ୍କ ସହ କଥା ହୋଇଥିବା ଅଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ବିରୋଧି ଦଳ ମଧ୍ୟ ଆନ୍ଦୋଳନ ଏବଂ ପ୍ରତିବାଦ କରି ଆସୁଛି ।

02 Oct 2022 By The Sakala

ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା: ଅକ୍ଷୟଙ୍କୁ ୪ ଘଣ୍ଟା ଜେରା କଲା ପୁଲିସ

ଭୁବନେଶ୍ୱର: ନିମାପଡ଼ାର ସାମ୍ବାଦିକ ଅକ୍ଷୟ ନାୟକଙ୍କୁ କମିଶନରେଟ ପୁଲିସ ପଚରା ଉଚରା କରିଛି । ନିମାପଡ଼ା ନିର୍ବାଚନ ମଣ୍ଡଳୀର ୧୧ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ପୁଲିସର ପଚର ଉଚରା କରିଛି। ଆତ୍ମହତ୍ୟାର ଠିକ ୨ ଘଣ୍ଟା ପୂର୍ବରୁ ମୃତକ ସ୍ଥାନୀୟ ସାମ୍ବାଦିକଙ୍କ ସହ କଥା ହୋଇଥିବା ନେଇ ଅଡ଼ିଓ କଲ୍ ଭାଇରାଲ ହୋଇଥିଲା । ଯେଉଁଥିରେ ମୃତକ ଧର୍ମେନ୍ଦ୍ର ସାହୁ ଅନେକ କଥା କହିଥିବା ସାମ୍ବାଦିକ ଅକ୍ଷୟ ନାୟକ ଯୁକ୍ତି ବାଢିଛନ୍ତି ।

ଏହି ମାମଲାକୁ କମିଶନରେଟ ପୁଲିସ ତଦନ୍ତ କରୁଥିବାବେଳେ, ଆଜି ଡିସିପି ଅଫିସରେ ହାଜର ହେବାକୁ ଉକ୍ତ ସାମ୍ବାଦିକଙ୍କୁ ପୁଲିସ ନୋଟିସ କରିଥିଲା । ସେପଟେ ନିର୍ଦ୍ଧିଷ୍ଟ ସମୟରେ ପହଞ୍ଚିଥିଲେ ସାମ୍ବାଦିକ ଅକ୍ଷୟ ନାୟକ । କମିଶନରେଟ ପୁଲିସର ଏକ ଟିମ୍ ୪ଘଣ୍ଟା ଧରି ଜେରା କରିଥିଲେ । ପରେ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ କମିଶନରେଟ ପୁଲିସ ଛାଡିଛି । କଲ ରେକର୍ଡ ସମ୍ପର୍କରେ ପଚରାଉଚରା କରାଯିବା ସହିତ ତାଙ୍କ ମୋବାଇଲକୁ ଜବତ କରାଯାଇଛି । କଲ ରେକର୍ଡ, ଧର୍ମେନ୍ଦ୍ରଙ୍କ ସହ ତାଙ୍କର ସମ୍ପର୍କ ନେଇ ପଚରାଉଚରା କରିଛି ପୋଲିସ । ଏହା ସହ ସୋସିଆଲ ମିଡିଆରେ କଣ ପାଇଁ ଅଡିଓକୁ ଭାଇରାଲ କରିଛନ୍ତି, ସେ ସମ୍ପର୍କରେ ମଧ୍ୟ ତଦନ୍ତ ହୋଇଛି ।

ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି ଅକ୍ଷୟ । ଆବଶ୍ୟକ ପଡ଼ିଲେ ପୁଣି ଅକ୍ଷୟଙ୍କୁ ଜେରା କରାଯିବ ବୋଲି ପୁଲିସ କହିଛି। ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ଅକ୍ଷୟ ନାୟକଙ୍କ ସହ କଥା ହୋଇଥିବା ଅଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ବିରୋଧି ଦଳ ମଧ୍ୟ ଆନ୍ଦୋଳନ ଏବଂ ପ୍ରତିବାଦ କରି ଆସୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର