ବିଭତ୍ସ ହତ୍ୟା : ନଦୀ ପଠାରେ ପଡିଛି ଖଣ୍ଡ ବିଖଣ୍ଡିତ ମୃତଦେହ

The Sakala Picture
Published On

ସୁନ୍ଦରଗଡ଼ : ଇବ୍ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ନଦୀ ପଠାରୁ ଜଣେ ଯୁବକଙ୍କ କଟା ମୁଣ୍ଡ, ଗୋଟିଏ ଗୋଡ଼ ଏବଂ ଗଣ୍ଡି ମିଳିଛି । କେହି ଅତି ନୃଶଂସ ଭାବେ ହତ୍ୟା କରି ଯୁବକଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଫୋପାଡ଼ିଥିବା ଅନୁମାନ କରାଯାଇଛି। ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କ ପରିଚୟ ତଥା ଶରୀରର ଅନ୍ୟ ଅଂଶ ମିଳିପାରି ନାହିଁ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଗତ […]

ସୁନ୍ଦରଗଡ଼ : ଇବ୍ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ନଦୀ ପଠାରୁ ଜଣେ ଯୁବକଙ୍କ କଟା ମୁଣ୍ଡ, ଗୋଟିଏ ଗୋଡ଼ ଏବଂ ଗଣ୍ଡି ମିଳିଛି । କେହି ଅତି ନୃଶଂସ ଭାବେ ହତ୍ୟା କରି ଯୁବକଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଫୋପାଡ଼ିଥିବା ଅନୁମାନ କରାଯାଇଛି। ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କ ପରିଚୟ ତଥା ଶରୀରର ଅନ୍ୟ ଅଂଶ ମିଳିପାରି ନାହିଁ।

ଆହୁରି ପଢ଼ନ୍ତୁ: ଇନଷ୍ଟାଗ୍ରାମରୁ ପରିଚୟ ପରେ ବିବାହ ଆଳରେ ପ୍ରତାରଣା, ପ୍ରେମିକକୁ ବାନ୍ଧିଲା ପୋଲିସ

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଗତ ରାତିରେ ଇବ୍ ନଦୀ ପଠାରୁ ସଦର ଥାନା ପୁଲିସ୍‌ ଶରୀରର ଖଣ୍ଡ ବିଖଣ୍ଡିତ ଅଂଶକୁ ଉଦ୍ଧାର କରିଛି । ବର୍ତ୍ତମାନ ଯାଏ ମୃତକଙ୍କ ୨ ହାତ, ଗୋଟିଏ ଗୋଡ଼, ଛାତି ଅଂଶ ମିଳିପାରିନାହିଁ । କେହି ଦୁର୍ବୃତ୍ତ ଅତି ଅମାନୁଷିକ ଭାବେ ହତ୍ୟା କରି ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ନଦୀ ପଠାରେ ଫୋଫାଡ଼ି ଦେଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଛି ।

ପୂର୍ବରୁ ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିଲା । ଗତ ଜାନୁଆରୀ ୧୪ ତାରିଖରେ ସୁନ୍ଦରଗଡ଼ ଟାଉନ ଥାନା ଭବାଣୀପୁରର ଗାଁ ସାଥୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହେବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପ୍ରାୟ ୩ ଦିନର ପରିଶ୍ରମ ପରେ ପୋଖରୀରୁ ଶରୀରର ଖଣ୍ଡ ବିଖଣ୍ଡିତ ଅଂଶ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ ଓ ପୁଲିସ । ପୁଣି ଥରେ ସେହିଭଳି ହତ୍ୟାକାଣ୍ଡର ପୁନରାବୃତ୍ତି ହୋଇଛି ସୁନ୍ଦରଗଡ଼ ଜିଲ୍ଲାରେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର