ଏଟିଏମରୁ ଟଙ୍କା ଉଠାଉଥିଲେ ସାବଧାନ: ସାହାଯ୍ୟ ଆଳରେ ଚୂନ ଲଗାଉଛନ୍ତି ବିହାରୀ ଗ୍ୟାଙ୍ଗ

The Sakala Picture
Published On

ଭୁବନେଶ୍ବର: ସାଇବର ଅପରାଧର ନୂଆ ତରିକା । ଆଖି ପିଛୁଳାକେ ଗାଏବ ହୋଇଯାଉଛି ଟଙ୍କା । ଏଟିଏମକୁ ଯାଉଥିବା ବେଳେ ଟିକେ ହୋଇଯାନ୍ତୁ ସାବଧାନ। ନହେଲେ ଆପଣ ହୋଇପାରନ୍ତି ଲୁଟର ଶିକାର। ସାଇବର ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ – ଚିନ୍ମୟ କୁମାର ଷଢଙ୍ଗୀ ନାମକ ଜଣେ ବ୍ୟକ୍ତି ଏଟିଏମ୍ ଲୁଟର ଶିକାର ହୋଇଥିଲେ। ଚିନ୍ମୟ ନାମକ ଜଣେ ଯୁବକ ଏଟିଏମକୁ ଟଙ୍କା କାଢ଼ିବାକୁ ଯାଇଥିବା ବେଳେ, ଏଟିଏମ ମେସିନରେ କାର୍ଡ ଲାଖି ରହି ଯାଇଥିଲା । […]

ଭୁବନେଶ୍ବର: ସାଇବର ଅପରାଧର ନୂଆ ତରିକା । ଆଖି ପିଛୁଳାକେ ଗାଏବ ହୋଇଯାଉଛି ଟଙ୍କା । ଏଟିଏମକୁ ଯାଉଥିବା ବେଳେ ଟିକେ ହୋଇଯାନ୍ତୁ ସାବଧାନ। ନହେଲେ ଆପଣ ହୋଇପାରନ୍ତି ଲୁଟର ଶିକାର।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହେଲା ସ୍କର୍ପିଓ, ଶାଶୂ ଓ ଜ୍ୱାଇଁଙ୍କ ମୃତ୍ୟୁ

ସାଇବର ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ – ଚିନ୍ମୟ କୁମାର ଷଢଙ୍ଗୀ ନାମକ ଜଣେ ବ୍ୟକ୍ତି ଏଟିଏମ୍ ଲୁଟର ଶିକାର ହୋଇଥିଲେ। ଚିନ୍ମୟ ନାମକ ଜଣେ ଯୁବକ ଏଟିଏମକୁ ଟଙ୍କା କାଢ଼ିବାକୁ ଯାଇଥିବା ବେଳେ, ଏଟିଏମ ମେସିନରେ କାର୍ଡ ଲାଖି ରହି ଯାଇଥିଲା । ପାଖରେ ଛିଡା ହୋଇଥିବା ଜଣେ ଅଜଣା ବ୍ଯକ୍ତି ଏନେଇ ତାଙ୍କୁ ଗାଇଡ଼ କରିବା ଆରମ୍ଭ କରି ଦେଇଥିଲେ। ଏଟିଏମ ଭିତରେ ପୂର୍ବରୁ ଲାଗିଥିବା ଏକ ଫେକ ହେଲ୍ପ ଲାଇନ ନମ୍ବରରେ କଲ କରିବା ପାଇଁ କହିଥିଲେ। ତେବେ ଚିନ୍ମୟ ହେଲ୍ପ ଲାଇନକୁ କଲ କରିବା ପରେ ଠକ ମାନେ କାର୍ଡର ଡାଟା ମାଗିବା ସହ , ପିନ କୋଡ଼ ମଧ୍ୟ ଏଣ୍ଟ୍ରି କରିବାକୁ କହିଥିଲେ। ଏହାପରେ ଘରକୁ ଆସି ଦେଖିଲା ବେଳକୁ ମୋବାଇଲକୁ ଗୋଟିଏ ପରେ ଗୋଟିଏ ମେସେଜ ଆସିଥିଲା । ହଠାତ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିଲା ।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ତେବେ ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ, ବିହାରୀ ଗ୍ୟାଙ୍ଗ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି । ଆଉ ଟିକିଏ ସୁଯୋଗ ପାଇଲେ ଟଙ୍କା ଲୁଟି ନେଉଛନ୍ତି । ଏମାନେ ବିଶେଷକରି ରିମୋଟ କଣ୍ଟ୍ରୋଲ ଡିଭାଇସକୁ ଏଟିଏମରେ ଲଗାଇ ଦେଉଥିଲେ। ଯେଉଁଠାରେ କାର୍ଡ ଭର୍ତି କରିବା ମାତ୍ରେ ସେଠାରେ କାର୍ଡଟି ଲେଖାଇଯାଏ । ଆଉ ତା ସାହାଯ୍ୟରେ ଲୁଟି ନେଉଥିଲେ ଟଙ୍କା। ଏହି ଘଟଣାରେ ଅଭିଯୁକ୍ତ ଅସଦ ଅଲ୍ଲୀକୁ କୁ ଗିରଫ କରାଯାଇଛି । ତାଠାରୁ ୪୦ ହଜାର ସହ ଏଟିଏମ କାର୍ଡ ଜବତ କରାଯାଇଛି । ସେପଟେ ପୁଲିସ କହିଛି -ଏଟିଏମକୁ ଯାଉଥିବା ବେଳେ ଯଦି ଆପଣମାନେ କୌଣସି ଅସୁବିଧାର ସମୁଖୀନ ହେଉଛନ୍ତି ତେବେ କେବେ ହେଲେ ଅଜଣା ବ୍ୟକ୍ତିର ସହଜ୍ୟ ନିଅନ୍ତୁ ନାହିଁ ।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର