ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ଘଟଣା, ୩ ଗିରଫ

The Sakala Picture
Published On

ଖୋର୍ଦ୍ଧା: ଗତ ଶୁକ୍ରବାର ୧୬ ନମ୍ବର ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ଦିବାଲୋକରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ରାମେଶ୍ବର ଛକ ନିକଟରେ ଲୁଟ୍ ହୋଇଥିବା ଘଟଣାରେ ଆଜି ଖୋର୍ଦ୍ଧା ଜିଲ୍ଲା ପୁଲିସ ସମ୍ପୃକ୍ତ ୩ ଜଣ ଅପରାଧୀଙ୍କୁ ଗିରଫ କରିଛି । ପୂର୍ବ ସୂଚନା ଅନୁଯାୟୀ, ରାମେଶ୍ୱର ଛକ ନିକଟସ୍ଥ ପାଇକରାୟ ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କକୁ ଯାଉଥିବା ବେଳେ ୬ ଜଣ ଲୁଟେରା ଆସି କର୍ମଚାରୀଙ୍କୁ […]

ଖୋର୍ଦ୍ଧା: ଗତ ଶୁକ୍ରବାର ୧୬ ନମ୍ବର ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ଦିବାଲୋକରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ରାମେଶ୍ବର ଛକ ନିକଟରେ ଲୁଟ୍ ହୋଇଥିବା ଘଟଣାରେ ଆଜି ଖୋର୍ଦ୍ଧା ଜିଲ୍ଲା ପୁଲିସ ସମ୍ପୃକ୍ତ ୩ ଜଣ ଅପରାଧୀଙ୍କୁ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ଡେଟିଂ ଆପ୍‌ରୁ ପ୍ରେମ, ବିବାହର ୬ ମାସ ନପୂରୁଣୁ ଭୋପାଳରେ ନୋଏଡା ଯୁବତୀଙ୍କ ମୃତ୍ୟୁ: ଯୌତୁକ ହତ୍ୟା ଅଭିଯୋଗରେ ତଦନ୍ତ ଜାରି

ପୂର୍ବ ସୂଚନା ଅନୁଯାୟୀ, ରାମେଶ୍ୱର ଛକ ନିକଟସ୍ଥ ପାଇକରାୟ ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କକୁ ଯାଉଥିବା ବେଳେ ୬ ଜଣ ଲୁଟେରା ଆସି କର୍ମଚାରୀଙ୍କୁ ଭୁଜାଲି ଓ ପିସ୍ତଲ ଦେଖାଇ ସ୍କୁଟି ଚାବି ଛଡାଇ ନେବା ସହିତ ସ୍କୁଟି ଡିକିରୁ ଜମା ନିମନ୍ତେ ଥିବା ୫ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିଲେ ।

ଆହୁରି ପଢ଼ନ୍ତୁ: ଟ୍ୱିଶା ଶର୍ମା ମୃତ୍ୟୁ ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ଖଣ୍ଡନ ହେଲା ଡ୍ରଗ୍ସ ସେବନ ଅଭିଯୋଗ, ଜିମ୍ନାଷ୍ଟିକ୍ ବେଲ୍ଟକୁ ନେଇ ବଢ଼ିଲା ସନ୍ଦେହ

ଘଟଣା ସମ୍ପର୍କରେ ସୂଚନା ପାଇ ଜଙ୍କିଆ ପୁଲିସ ନିଜ ପକ୍ଷରୁ ତଦନ୍ତ ଆରମ୍ଭ କରିବା ସହ ଖୋର୍ଦ୍ଧା ସ୍ପେଶାଲ ସ୍କ୍ବାଆର୍ଡ଼ , ନିରାକାରପୁର ପୁଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖି ଲୁଟ ଘଟଣାରେ ସମ୍ପୃକ୍ତ ୩ ଜଣ ଅପରାଧୀଙ୍କୁ ମଳିପଡ଼ା ନିକଟ ଏକ ପରିତ୍ୟକ୍ତ ଘରୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ନଗଦ ଏକ ଲକ୍ଷ ଏକ ହଜାର ସାତଶହ ଟଙ୍କା ସମେତ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି ଓ ଗୋଟିଏ ଖଣ୍ଡା ଜବତ କରିଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।

18 Apr 2021 By The Sakala

ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ଘଟଣା, ୩ ଗିରଫ

ଖୋର୍ଦ୍ଧା: ଗତ ଶୁକ୍ରବାର ୧୬ ନମ୍ବର ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ଦିବାଲୋକରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ରାମେଶ୍ବର ଛକ ନିକଟରେ ଲୁଟ୍ ହୋଇଥିବା ଘଟଣାରେ ଆଜି ଖୋର୍ଦ୍ଧା ଜିଲ୍ଲା ପୁଲିସ ସମ୍ପୃକ୍ତ ୩ ଜଣ ଅପରାଧୀଙ୍କୁ ଗିରଫ କରିଛି ।

ପୂର୍ବ ସୂଚନା ଅନୁଯାୟୀ, ରାମେଶ୍ୱର ଛକ ନିକଟସ୍ଥ ପାଇକରାୟ ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କକୁ ଯାଉଥିବା ବେଳେ ୬ ଜଣ ଲୁଟେରା ଆସି କର୍ମଚାରୀଙ୍କୁ ଭୁଜାଲି ଓ ପିସ୍ତଲ ଦେଖାଇ ସ୍କୁଟି ଚାବି ଛଡାଇ ନେବା ସହିତ ସ୍କୁଟି ଡିକିରୁ ଜମା ନିମନ୍ତେ ଥିବା ୫ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିଲେ ।

ଘଟଣା ସମ୍ପର୍କରେ ସୂଚନା ପାଇ ଜଙ୍କିଆ ପୁଲିସ ନିଜ ପକ୍ଷରୁ ତଦନ୍ତ ଆରମ୍ଭ କରିବା ସହ ଖୋର୍ଦ୍ଧା ସ୍ପେଶାଲ ସ୍କ୍ବାଆର୍ଡ଼ , ନିରାକାରପୁର ପୁଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖି ଲୁଟ ଘଟଣାରେ ସମ୍ପୃକ୍ତ ୩ ଜଣ ଅପରାଧୀଙ୍କୁ ମଳିପଡ଼ା ନିକଟ ଏକ ପରିତ୍ୟକ୍ତ ଘରୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ନଗଦ ଏକ ଲକ୍ଷ ଏକ ହଜାର ସାତଶହ ଟଙ୍କା ସମେତ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି ଓ ଗୋଟିଏ ଖଣ୍ଡା ଜବତ କରିଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର