ଆଞ୍ଜେଲ ପ୍ରିୟା ପ୍ରତି ଏତେ ଦରଦ କାହିଁକି

The Sakala Picture
Published On

ଫେସବୁକରେ ଆଞ୍ଜେଲ ପ୍ରିୟା ପରିଚୟ ଦେଇ ଲୁଟୁଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ନାମରେ ସହିଦନଗର ଥାନାରେ ଆଉ ୫ଟି ଅଭିଯୋଗ ହୋଇଛି। ବିଶେଷକରି ପ୍ରିୟଙ୍କାଙ୍କ ଜାଲରେ ଇଞ୍ଜିନିୟର ଏବଂ ସରକାରୀ ଚାକିରିଆ ଫସିଛନ୍ତି । ପୁଲିସ ଏହି ସବୁ ମାମଲାକୁ ରଖି ପୁରୁଣା ମାମଲା ସହ ଟ୍ୟାଗ୍ କରିଛି । ଆବଶ୍ୟକ ପଡ଼ିଲେ ପ୍ରିୟଙ୍କାଙ୍କ ନାମରେ ତଡ଼ିପାର ଭଳି କାର୍ଯ୍ୟାନୁଷ୍ଠାନ ନେଇପାରେ ପୁଲିସ। ଅନ୍ୟପଟରେ ଫେସ୍‌ବୁକ୍‌ର ଆଞ୍ଜେଲ ପ୍ରିୟା ହୋଇ ପ୍ରିୟଙ୍କା ଏକାଧିକ ଯୁବକମାନଙ୍କୁ ଠକେଇ କରୁଥିଲା। ପ୍ରିୟଙ୍କା […]

ଫେସବୁକରେ ଆଞ୍ଜେଲ ପ୍ରିୟା ପରିଚୟ ଦେଇ ଲୁଟୁଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ନାମରେ ସହିଦନଗର ଥାନାରେ ଆଉ ୫ଟି ଅଭିଯୋଗ ହୋଇଛି। ବିଶେଷକରି ପ୍ରିୟଙ୍କାଙ୍କ ଜାଲରେ ଇଞ୍ଜିନିୟର ଏବଂ ସରକାରୀ ଚାକିରିଆ ଫସିଛନ୍ତି । ପୁଲିସ ଏହି ସବୁ ମାମଲାକୁ ରଖି ପୁରୁଣା ମାମଲା ସହ ଟ୍ୟାଗ୍ କରିଛି । ଆବଶ୍ୟକ ପଡ଼ିଲେ ପ୍ରିୟଙ୍କାଙ୍କ ନାମରେ ତଡ଼ିପାର ଭଳି କାର୍ଯ୍ୟାନୁଷ୍ଠାନ ନେଇପାରେ ପୁଲିସ।

ଆହୁରି ପଢ଼ନ୍ତୁ: ଦୁବାଇରେ ଗିରଫ ହେଲା କୋଟିପତି ଗ୍ୟାଙ୍ଗଷ୍ଟର ରାଓ ଇନ୍ଦ୍ରଜିତ, ଭାରତ ଆଣିବାକୁ ପ୍ରସ୍ତୁତି କରୁଛି ହରିୟାଣା ଏସଟିଏଫ୍

ଅନ୍ୟପଟରେ ଫେସ୍‌ବୁକ୍‌ର ଆଞ୍ଜେଲ ପ୍ରିୟା ହୋଇ ପ୍ରିୟଙ୍କା ଏକାଧିକ ଯୁବକମାନଙ୍କୁ ଠକେଇ କରୁଥିଲା। ପ୍ରିୟଙ୍କା ବିରୋଧରେ ପୁଲିସ ଆଇଟି ଆକ୍ଟ ଲଗାଇବା କଥା। କିନ୍ତୁ ପୁଲିସ ଆଇଟି ଆକ୍ଟରେ ଦଫା ଲଗାଇ ନାହିଁ । ଯେଉଁଥିପାଇଁ ଅଭିଯୁକ୍ତ ସହଜରେ ଜେଲରୁ ମୁକୁଳି ଯିବ ବୋଲି କୁହାଯାଉଛି। ଅନ୍ୟପଟରେ ପୁଲିସ ପ୍ରିୟଙ୍କାଙ୍କ ସିଡିଆର ରିପୋର୍ଟ ଏବଂ ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ୍ କରୁଛି । ଏହି ଠକେଇରେ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ସ୍ପଷ୍ଟ ହେବ। ଏହାସହ ପ୍ରିୟଙ୍କାଙ୍କ ସହ ଅନ୍ୟ କେଉଁମାନେ ଯୋଗାଯୋଗରେ ଅଛନ୍ତି ତାହା ମଧ୍ୟ ସ୍ପଷ୍ଟ ହେବ। ପ୍ରିୟଙ୍କା ଏହି ଠକେଇର ମାଷ୍ଟରମାଇଣ୍ଡ ହୋଇଥିବାରୁ ତା’ର ଚେର୍ ସାରା ରାଜ୍ୟକୁ ବ୍ୟାପିଥିବା ପୁଲିସ ସନ୍ଦେହ କରୁଛି। କେବଳ ଭୁବନେଶ୍ବର ନୁହେଁ ବାଲେଶ୍ବର, ଭଦ୍ରକ, ଯାଜପୁର, ଆଦି ଜିଲ୍ଲାର ଲୋକଙ୍କୁ ମଧ୍ୟ ସେ ଚୂନ ଲଗାଇଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ର ରାୟଗଡ଼ରେ ଚାଞ୍ଚଲ୍ୟ: ଲିଭ୍-ଇନ୍ ପାର୍ଟନରକୁ ମଙ୍ଗଳସୂତ୍ରରେ ତଣ୍ଟିଚିପି ହତ୍ୟା କଲା ପ୍ରେମିକ

ଫୋନରେ ପ୍ରେମିକା, ଟଙ୍କା ନେଲା ବେଳେ ଭଉଣୀ:

ଆହୁରି ପଢ଼ନ୍ତୁ: ରାଜଧାନୀରେ ଆତଙ୍କବାଦୀ ଲିଙ୍କ୍ ସନ୍ଦେହ: ଭୁବନେଶ୍ୱରର ୟୁନିଟ୍-୬ ଅଞ୍ଚଳରୁ ସନ୍ଦିଗ୍ଧ ଗିରଫ

ପ୍ରିୟଙ୍କା ଫେସ୍‌ବୁକ୍‌ରେ ଅନ୍ୟ ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଇ ଯୁବକ ଫସାଇଥିଲେ। ପରେ ସେ ଉକ୍ତ ଯୁବକଙ୍କୁ ପ୍ରେମ ଜାଲରେ ଫସାଇ କଣ୍ଠକୁ ସନ୍ଥ କରି କଥା ହେଉଥିଲେ । କିନ୍ତୁ ବହୁ ସମୟ ଧରି ଫୋନ୍‌ରେ କଥା ହେଉ ନ ଥିଲେ। ଭଉଣୀ ଆସିଲା, ମାମୁ ଆସିଲା ଆଦି ବାହାନା କରି ଫୋନ୍ କାଟି ଦେଉଥିଲେ। କେବଳ ସେ ହ୍ୱାଟ୍ସଆପ୍‌ରେ କଥା ହେଉଥିଲା। ବିଭିନ୍ନ ବାହାନା କରି ଯୁବକଙ୍କୁ ଟଙ୍କା ମାଗୁଥିଲେ । ଏକ ନିର୍ଦ୍ଦିଷ୍ଟ ଜାଗାକୁ ଟଙ୍କା ଦେବା ପାଇଁ ଡାକୁଥିଲେ। ଟଙ୍କା ଆଣିବା ପାଇଁ ତା’ର ଭଉଣୀକୁ ପଠାଇଥିବା କହୁଥିଲେ। କିନ୍ତୁ ସେ ନିଜେ ଟଙ୍କା ଆଣିବା ପାଇଁ ଯାଉଥିଲା । ଯୁବକ ଟଙ୍କା ଦେବା ସମୟରେ ସେ କିଛିବି କଥା ହେଉ ନ ଥିଲା। ଏନେଇ ଯୁବକ ପ୍ରିୟଙ୍କାକୁ ଫୋନ୍ କରି ପଚାରିଲେ ତାଙ୍କ ଭଉଣୀ କାହା ସହ କଥା ହୁଏନି ବୋଲି କହୁଥିଲା ।

ଏକାଧିକ ଯୁବତୀଙ୍କୁ ଟ୍ରେନିଂ

ପ୍ରିୟଙ୍କା ଏକାଧିକ ଯୁବତୀଙ୍କ ଏହି ରାକେଟରେ ସାମିଲ କରିଥିଲା। କିଭଳି ଯୁବକମାନଙ୍କୁ ମିଠା ମିଠା କଥା କହି ଠକେଇ କରାଯିବ ସେନେଇ ତାହାର ତାଲିମ ଦେଉଥିଲା । ଏପରିକି ସୋସିଆଲ ମିଡିଆରେ ଆକ୍ଟିଭ ଝିଅମାନଙ୍କୁ ସେ ଏଥ୍‌ରେ ସାମିଲ କରିଥିଲା। ଜଣଙ୍କୁ ୨୦ରୁ ୩୦ ହଜାର ଟଙ୍କା ଦେଇ ଚାକିରି ଭଳି ରଖିଥିଲା। ପୁଲିସ ପ୍ରିୟଙ୍କାକୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ଏହି ରାକେଟ୍ ସମ୍ପର୍କରେ ସ୍ପଷ୍ଟ ହୋଇଥିଲା।

13 Sep 2021 By The Sakala

ଆଞ୍ଜେଲ ପ୍ରିୟା ପ୍ରତି ଏତେ ଦରଦ କାହିଁକି

ଫେସବୁକରେ ଆଞ୍ଜେଲ ପ୍ରିୟା ପରିଚୟ ଦେଇ ଲୁଟୁଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ନାମରେ ସହିଦନଗର ଥାନାରେ ଆଉ ୫ଟି ଅଭିଯୋଗ ହୋଇଛି। ବିଶେଷକରି ପ୍ରିୟଙ୍କାଙ୍କ ଜାଲରେ ଇଞ୍ଜିନିୟର ଏବଂ ସରକାରୀ ଚାକିରିଆ ଫସିଛନ୍ତି । ପୁଲିସ ଏହି ସବୁ ମାମଲାକୁ ରଖି ପୁରୁଣା ମାମଲା ସହ ଟ୍ୟାଗ୍ କରିଛି । ଆବଶ୍ୟକ ପଡ଼ିଲେ ପ୍ରିୟଙ୍କାଙ୍କ ନାମରେ ତଡ଼ିପାର ଭଳି କାର୍ଯ୍ୟାନୁଷ୍ଠାନ ନେଇପାରେ ପୁଲିସ।

ଅନ୍ୟପଟରେ ଫେସ୍‌ବୁକ୍‌ର ଆଞ୍ଜେଲ ପ୍ରିୟା ହୋଇ ପ୍ରିୟଙ୍କା ଏକାଧିକ ଯୁବକମାନଙ୍କୁ ଠକେଇ କରୁଥିଲା। ପ୍ରିୟଙ୍କା ବିରୋଧରେ ପୁଲିସ ଆଇଟି ଆକ୍ଟ ଲଗାଇବା କଥା। କିନ୍ତୁ ପୁଲିସ ଆଇଟି ଆକ୍ଟରେ ଦଫା ଲଗାଇ ନାହିଁ । ଯେଉଁଥିପାଇଁ ଅଭିଯୁକ୍ତ ସହଜରେ ଜେଲରୁ ମୁକୁଳି ଯିବ ବୋଲି କୁହାଯାଉଛି। ଅନ୍ୟପଟରେ ପୁଲିସ ପ୍ରିୟଙ୍କାଙ୍କ ସିଡିଆର ରିପୋର୍ଟ ଏବଂ ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ୍ କରୁଛି । ଏହି ଠକେଇରେ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ସ୍ପଷ୍ଟ ହେବ। ଏହାସହ ପ୍ରିୟଙ୍କାଙ୍କ ସହ ଅନ୍ୟ କେଉଁମାନେ ଯୋଗାଯୋଗରେ ଅଛନ୍ତି ତାହା ମଧ୍ୟ ସ୍ପଷ୍ଟ ହେବ। ପ୍ରିୟଙ୍କା ଏହି ଠକେଇର ମାଷ୍ଟରମାଇଣ୍ଡ ହୋଇଥିବାରୁ ତା’ର ଚେର୍ ସାରା ରାଜ୍ୟକୁ ବ୍ୟାପିଥିବା ପୁଲିସ ସନ୍ଦେହ କରୁଛି। କେବଳ ଭୁବନେଶ୍ବର ନୁହେଁ ବାଲେଶ୍ବର, ଭଦ୍ରକ, ଯାଜପୁର, ଆଦି ଜିଲ୍ଲାର ଲୋକଙ୍କୁ ମଧ୍ୟ ସେ ଚୂନ ଲଗାଇଛି।

ଫୋନରେ ପ୍ରେମିକା, ଟଙ୍କା ନେଲା ବେଳେ ଭଉଣୀ:

ପ୍ରିୟଙ୍କା ଫେସ୍‌ବୁକ୍‌ରେ ଅନ୍ୟ ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଇ ଯୁବକ ଫସାଇଥିଲେ। ପରେ ସେ ଉକ୍ତ ଯୁବକଙ୍କୁ ପ୍ରେମ ଜାଲରେ ଫସାଇ କଣ୍ଠକୁ ସନ୍ଥ କରି କଥା ହେଉଥିଲେ । କିନ୍ତୁ ବହୁ ସମୟ ଧରି ଫୋନ୍‌ରେ କଥା ହେଉ ନ ଥିଲେ। ଭଉଣୀ ଆସିଲା, ମାମୁ ଆସିଲା ଆଦି ବାହାନା କରି ଫୋନ୍ କାଟି ଦେଉଥିଲେ। କେବଳ ସେ ହ୍ୱାଟ୍ସଆପ୍‌ରେ କଥା ହେଉଥିଲା। ବିଭିନ୍ନ ବାହାନା କରି ଯୁବକଙ୍କୁ ଟଙ୍କା ମାଗୁଥିଲେ । ଏକ ନିର୍ଦ୍ଦିଷ୍ଟ ଜାଗାକୁ ଟଙ୍କା ଦେବା ପାଇଁ ଡାକୁଥିଲେ। ଟଙ୍କା ଆଣିବା ପାଇଁ ତା’ର ଭଉଣୀକୁ ପଠାଇଥିବା କହୁଥିଲେ। କିନ୍ତୁ ସେ ନିଜେ ଟଙ୍କା ଆଣିବା ପାଇଁ ଯାଉଥିଲା । ଯୁବକ ଟଙ୍କା ଦେବା ସମୟରେ ସେ କିଛିବି କଥା ହେଉ ନ ଥିଲା। ଏନେଇ ଯୁବକ ପ୍ରିୟଙ୍କାକୁ ଫୋନ୍ କରି ପଚାରିଲେ ତାଙ୍କ ଭଉଣୀ କାହା ସହ କଥା ହୁଏନି ବୋଲି କହୁଥିଲା ।

ଏକାଧିକ ଯୁବତୀଙ୍କୁ ଟ୍ରେନିଂ

ପ୍ରିୟଙ୍କା ଏକାଧିକ ଯୁବତୀଙ୍କ ଏହି ରାକେଟରେ ସାମିଲ କରିଥିଲା। କିଭଳି ଯୁବକମାନଙ୍କୁ ମିଠା ମିଠା କଥା କହି ଠକେଇ କରାଯିବ ସେନେଇ ତାହାର ତାଲିମ ଦେଉଥିଲା । ଏପରିକି ସୋସିଆଲ ମିଡିଆରେ ଆକ୍ଟିଭ ଝିଅମାନଙ୍କୁ ସେ ଏଥ୍‌ରେ ସାମିଲ କରିଥିଲା। ଜଣଙ୍କୁ ୨୦ରୁ ୩୦ ହଜାର ଟଙ୍କା ଦେଇ ଚାକିରି ଭଳି ରଖିଥିଲା। ପୁଲିସ ପ୍ରିୟଙ୍କାକୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ଏହି ରାକେଟ୍ ସମ୍ପର୍କରେ ସ୍ପଷ୍ଟ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର