ଆନ୍ତଃ ରାଜ୍ୟ ବାଇକ ଲୁଟେରା ଗିରଫ; ୨ ସ୍କୁଟି ଓ ଗୋଟିଏ ବାଇକ ଜବତ

The Sakala Picture
Published On

ବାଲୁଗାଁ: ବାଲୁଗାଁ ଥାନା ଅଧିନ ନାଭାଲ ଫାଣ୍ଡି ପୋଲିସ ଏକ ଆନ୍ତଃ ରାଜ୍ୟ ବାଇକ ଲୁଟେରାକୁ ଗିରଫ କରିବା ସହ ତା ଠାରୁ ଚୋରି ୨ ଟି ସ୍କୁଟି ଓ ଗୋଟିଏ ହିରୋ ଗ୍ଲାମର ବାଇକ ଜବତ କରିଛନ୍ତି। ଲୁଟେରା ଜଣକ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗ୍ରାମର ଦିଲ୍ଲୀପ ସାହୁ ବୋଲି ଜଣା ପଡିଛି। ପୋଲିସ ସୂଚନା ମୁତାବକ, ଦିଲ୍ଲୀପର ଶ୍ୱଶୁର ଘର ନାଭାଲ ଛକ ନିକଟସ୍ଥ ଛତ୍ରଗଡ଼ ଗ୍ରାମ ହୋଇ […]

ବାଲୁଗାଁ: ବାଲୁଗାଁ ଥାନା ଅଧିନ ନାଭାଲ ଫାଣ୍ଡି ପୋଲିସ ଏକ ଆନ୍ତଃ ରାଜ୍ୟ ବାଇକ ଲୁଟେରାକୁ ଗିରଫ କରିବା ସହ ତା ଠାରୁ ଚୋରି ୨ ଟି ସ୍କୁଟି ଓ ଗୋଟିଏ ହିରୋ ଗ୍ଲାମର ବାଇକ ଜବତ କରିଛନ୍ତି। ଲୁଟେରା ଜଣକ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗ୍ରାମର ଦିଲ୍ଲୀପ ସାହୁ ବୋଲି ଜଣା ପଡିଛି।
ପୋଲିସ ସୂଚନା ମୁତାବକ, ଦିଲ୍ଲୀପର ଶ୍ୱଶୁର ଘର ନାଭାଲ ଛକ ନିକଟସ୍ଥ ଛତ୍ରଗଡ଼ ଗ୍ରାମ ହୋଇ ଥିବା ବେଳେ କିଛି ଦିନ ପୂର୍ବେ ଉକ୍ତ ଗ୍ରାମରୁ ଏକ ସ୍କୁଟି ଚୋରି ହୋଇଥିଲା। ଏ ନେଇ ବାଲୁଗାଁ ଥାନାରେ ଅଭିଯୋଗ ହୋଇଥିବା ବେଳେ ଅଭିଯୋଗକୁ ଆଧାର କରି ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ର ନାଥ ଗୌଡ଼ ବାଲୁଗାଁ ଥାନା କେସ ନମ୍ବର ୧୬୦/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ। ତେବେ ସି ସି ଟିଭି ଫୁଟେଜରୁ ଦିଲ୍ଲୀପ ପୋଲିସର ସନ୍ଦେହ ଘେରକୁ ଆସି ଥିଲା। ଦିଲ୍ଲୀପକୁ କୌଶଳ କ୍ରମେ ଧରି ଆଣି ପଚରା ଉଚରା କରାଯିବାରେ ସେ ଆନ୍ତଃ ରାଜ୍ୟ ଗାଡି ଚୋରି ରାକେଟରେ ସମ୍ପୃକ୍ତ ଥିବା ଜଣା ପଡିଥିଲା। ଦିଲ୍ଲୀପର ବୟାନ ଅନୁଯାୟୀ ପୋଲିସ ଅଭିଯୁକ୍ତ ନିକଟରୁ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାରୁ ଚୋରି ହୋଇଥିବା ଏକ ସ୍କୁଟି ସମେତ ସ୍ଥାନୀୟ ଅଞ୍ଚଳରୁ ଚୋରି କରିଥିବା ଏକ ସ୍କୁଟି ଓ ଏକ ବାଇକକୁ ଜବତ କରିଥିଲେ। ଏନେଇ ଗିରଫ ଅଭିଯୁକ୍ତ ଦିଲ୍ଲୀପଙ୍କୁ ଶନିବାର କୋର୍ଟ ଚାଲାଣ କରିଥିଲେ। ତେବେ ଏଥିରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା ବାଲୁଗାଁ ଥାନା ଅଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।
05 May 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର