ମନୋରଞ୍ଜନ
ଓଡ଼ିଶା
ଏସଟିଏଫ୍ ପଞ୍ଝାରେ ବ୍ରାଉନସୁଗର ବେପାରୀ: ଜବତ ହେଲା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର
ଭୁବନେଶ୍ୱର: ଏସଟିଏଫ୍ ପଞ୍ଝାରେ ବ୍ରାଉନସୁଗର ବେପାରୀ । ପୁଣି ଜବତ ହେଲା ପୁଳାପୁଳା ବ୍ରାଉନସୁଗର । ଜାତୀୟ ରାଜପଥ-୧୬ ପାହାଳ କ୍ରସିଂ ନିକଟରୁ ଜଣେ ମାଫିଆ ଶିବ ପ୍ରସାଦ ଦାସଙ୍କୁ ଗିରଫ କରିଛି ଏସଟିଏଫ୍ । ଅଭିଯୁକ୍ତ ଠାରୁ ୧ କେଜି ୨୨୭ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ । ଅଭିଯୁକ୍ତ ନିକଟରୁ ଗୋଟିଏ ପଲସର ଗାଡି, ମୋବାଇଲଫୋନ୍ ଓ […]
ଭୁବନେଶ୍ୱର: ଏସଟିଏଫ୍ ପଞ୍ଝାରେ ବ୍ରାଉନସୁଗର ବେପାରୀ । ପୁଣି ଜବତ ହେଲା ପୁଳାପୁଳା ବ୍ରାଉନସୁଗର । ଜାତୀୟ ରାଜପଥ-୧୬ ପାହାଳ କ୍ରସିଂ ନିକଟରୁ ଜଣେ ମାଫିଆ ଶିବ ପ୍ରସାଦ ଦାସଙ୍କୁ ଗିରଫ କରିଛି ଏସଟିଏଫ୍ । ଅଭିଯୁକ୍ତ ଠାରୁ ୧ କେଜି ୨୨୭ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ । ଅଭିଯୁକ୍ତ ନିକଟରୁ ଗୋଟିଏ ପଲସର ଗାଡି, ମୋବାଇଲଫୋନ୍ ଓ ଅନ୍ୟନ୍ୟା ଜିନିଷ ଜବତ କରିଛି ଏସଟିଏଫ୍ । ଅଭିଯୁକ୍ତ ଯୁବକ ଜଣକ ହେଉଛି ଜଟଣି ମୁଣ୍ଡିଆ ସାହିର ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ଶିବ ପ୍ରସାଦ ଦାସ । ଏହି ରାକେଟରେ ଆଉ କେଉଁ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଖୋଳତାଡ ଜାରି ରଖିଛି ଏସଟିଏଫ୍ ।
ସୂଚନା ଅନୁସାରେ, ୨୦୨୦ ଏସଟିଏଫ୍ ସ୍ପେଶାଲ ଡ୍ରାଇଭ୍ ମାଧ୍ୟମରେ ୪୯ କିଲୋରୁ ଅଧିକ ବ୍ରାଉନସୁଗର ଜବତ କରିଥିବା ବେଳେ ୮୯ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ଏସଟିଏଫ୍ ଟିମ୍ । ଏହି ସବୁ ମାମଲାରେ ମୋଟ୍ ୧୨୩ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ।