ମହିଳା ‘୪୨୦’: ଏକାଠି ଖାଇଲେ, ନିଶା ଦେଇ ସର୍ବସ୍ବ ଲୁଟିନେଲେ

The Sakala Picture
Published On

ଭୁବନେଶ୍ୱର: ବୀମା କରାଇଦେବାର ବାହାନାରେ ଜଣଙ୍କ ଘରେ ରହି ରାତି ଅଧରେ ସବୁକିଛି ଲୁଟିନେଇଛନ୍ତି ଜଣେ ମହିଳା ଏଭଳି ଘଟଣା ଘଟିଛି ସହିଦନଗର ଥାନା ବାଙ୍କୁଆଳ କଳ୍ପନା ରିଭର ଆପାର୍ଟମେଣ୍ଟରେ। ଘର ମାଲିକ ଜୟକୃଷ୍ଣ ଦାସ ଏନେଇ ସହିଦନଗର ଥାନାରେ ଏକ ଅଭିଯୋଗ କରିଛନ୍ତି। ମହିଳା ଜଣଙ୍କ ଘରୁ ସୁନାର ତିନୋଟି ମାଳି, ସୁନାର ରୁଦ୍ରାକ୍ଷ, ହାତୀ ଦାନ୍ତ, ନବରତ୍ନ, ୩ଟି ସୁନା ମାଳି, ସୁନାର ତାବିଜ୍, ଦୁଇଟି ଫୋନ୍, ସୁନାର ବ୍ରେସ୍‌ଲେଟ, ନଗଦ ୨୯ ହଜାର […]

ଭୁବନେଶ୍ୱର: ବୀମା କରାଇଦେବାର ବାହାନାରେ ଜଣଙ୍କ ଘରେ ରହି ରାତି ଅଧରେ ସବୁକିଛି ଲୁଟିନେଇଛନ୍ତି ଜଣେ ମହିଳା ଏଭଳି ଘଟଣା ଘଟିଛି ସହିଦନଗର ଥାନା ବାଙ୍କୁଆଳ କଳ୍ପନା ରିଭର ଆପାର୍ଟମେଣ୍ଟରେ। ଘର ମାଲିକ ଜୟକୃଷ୍ଣ ଦାସ ଏନେଇ ସହିଦନଗର ଥାନାରେ ଏକ ଅଭିଯୋଗ କରିଛନ୍ତି। ମହିଳା ଜଣଙ୍କ ଘରୁ ସୁନାର ତିନୋଟି ମାଳି, ସୁନାର ରୁଦ୍ରାକ୍ଷ, ହାତୀ ଦାନ୍ତ, ନବରତ୍ନ, ୩ଟି ସୁନା ମାଳି, ସୁନାର ତାବିଜ୍, ଦୁଇଟି ଫୋନ୍, ସୁନାର ବ୍ରେସ୍‌ଲେଟ, ନଗଦ ୨୯ ହଜାର ଟଙ୍କା ଏବଂ ଏଟିଏମ୍ କାର୍ଡ ଆଦି ଚୋରି ହୋଇଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ମହିଳା ଜଣଙ୍କ ପାଖାପାଖି ୨୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି । ଘରୁ କଳାକନା ବୁଲାଇଥିବା ମହିଳାଙ୍କୁ ଧରିବା ପାଇଁ ପୁଲିସ ଉକ୍ତ ପ୍ଲଟ୍‌ରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି। ମିଳିଥିବା ସୂଚନା ଅନୁସାରେ, ଜୟକୃଷ୍ଣ କଳ୍ପନ ରିଭର ଆପାର୍ଟମେଣ୍ଟର ବ୍ଲକ-ସି’ର ୩୦୨ରୁମରେ ରହୁଛନ୍ତି। ଗତ ୯ ତାରିଖରେ କ୍ରିଷ୍ଣା ବୋଷ ନାମ୍ନୀ ଜଣେ ମହିଳା ତାଙ୍କ ଫ୍ଲାଟ୍‌କୁ ଆସିଥିଲେ । ସେ ନିଜକୁ ରାଜଧାନୀର ଏକ ପ୍ରତିଷ୍ଠିତ କଲେଜରେ ଚାକିରି କରୁଥିବା କହିଥିଲେ। ଏପରିକି ବୀମା କରାଇ ଦେବାକୁ କହି ଜୟକୃଷ୍ଣଙ୍କ ମନରେ ବିଶ୍ଵାସ ଜମାଇଥିଲେ । ତାଙ୍କ ଫ୍ଲାଟର ଅନ୍ଯ ଏକ ରୁମରେ ରହିଥିଲେ। ରାତିରେ ଖାଇବା ସମୟରେ ଉଭୟ ମିଶି ଖାଇଥିଲେ। ହେଲେ ମହିଳା ଜଣଙ୍କ ଜୟକୃଷ୍ଣଙ୍କ ଖାଦ୍ୟରେ ନିଶା ମିଶାଇ ଦେଇଥିଲେ । ଖାଦ୍ୟ ଖାଇବା ପରେ ଜୟକୃଷ୍ଣ ଶୋଇପଡ଼ିଥିଲେ। ଫଳରେ ମହିଳା ଜଣଙ୍କ ତାଙ୍କ ଆଲମାରିରୁ ସର୍ବସ୍ଵ ଚୋରି କରି ଚମ୍ପଟ ମାରିଥିଲେ। ସକାଳୁ ଜୟକୃଷ୍ଣଙ୍କ ନିଦ ଭାଙ୍ଗିବା ପରେ ଘରର ଆଲମିରା ଖୋଲା ହୋଇଥିବା ଦେଖିବାକୁ ପାଇଥିଲେ । ଜୟକୃଷ୍ଣ ଯାଞ୍ଚ କରିବା ପରେ ମହିଳା ଜଣଙ୍କ ଘରୁ ସବୁ କିଛି ଚୋରି କରି ନେଇଯାଇଥିବା ଜାଣିବାକୁ ପାଇ ପୁଲିସକୁ ଖବର ଦେଇଥିଲେ।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

17 Sep 2021 By The Sakala

ମହିଳା ‘୪୨୦’: ଏକାଠି ଖାଇଲେ, ନିଶା ଦେଇ ସର୍ବସ୍ବ ଲୁଟିନେଲେ

ଭୁବନେଶ୍ୱର: ବୀମା କରାଇଦେବାର ବାହାନାରେ ଜଣଙ୍କ ଘରେ ରହି ରାତି ଅଧରେ ସବୁକିଛି ଲୁଟିନେଇଛନ୍ତି ଜଣେ ମହିଳା ଏଭଳି ଘଟଣା ଘଟିଛି ସହିଦନଗର ଥାନା ବାଙ୍କୁଆଳ କଳ୍ପନା ରିଭର ଆପାର୍ଟମେଣ୍ଟରେ। ଘର ମାଲିକ ଜୟକୃଷ୍ଣ ଦାସ ଏନେଇ ସହିଦନଗର ଥାନାରେ ଏକ ଅଭିଯୋଗ କରିଛନ୍ତି। ମହିଳା ଜଣଙ୍କ ଘରୁ ସୁନାର ତିନୋଟି ମାଳି, ସୁନାର ରୁଦ୍ରାକ୍ଷ, ହାତୀ ଦାନ୍ତ, ନବରତ୍ନ, ୩ଟି ସୁନା ମାଳି, ସୁନାର ତାବିଜ୍, ଦୁଇଟି ଫୋନ୍, ସୁନାର ବ୍ରେସ୍‌ଲେଟ, ନଗଦ ୨୯ ହଜାର ଟଙ୍କା ଏବଂ ଏଟିଏମ୍ କାର୍ଡ ଆଦି ଚୋରି ହୋଇଛି।

ମହିଳା ଜଣଙ୍କ ପାଖାପାଖି ୨୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି । ଘରୁ କଳାକନା ବୁଲାଇଥିବା ମହିଳାଙ୍କୁ ଧରିବା ପାଇଁ ପୁଲିସ ଉକ୍ତ ପ୍ଲଟ୍‌ରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି। ମିଳିଥିବା ସୂଚନା ଅନୁସାରେ, ଜୟକୃଷ୍ଣ କଳ୍ପନ ରିଭର ଆପାର୍ଟମେଣ୍ଟର ବ୍ଲକ-ସି’ର ୩୦୨ରୁମରେ ରହୁଛନ୍ତି। ଗତ ୯ ତାରିଖରେ କ୍ରିଷ୍ଣା ବୋଷ ନାମ୍ନୀ ଜଣେ ମହିଳା ତାଙ୍କ ଫ୍ଲାଟ୍‌କୁ ଆସିଥିଲେ । ସେ ନିଜକୁ ରାଜଧାନୀର ଏକ ପ୍ରତିଷ୍ଠିତ କଲେଜରେ ଚାକିରି କରୁଥିବା କହିଥିଲେ। ଏପରିକି ବୀମା କରାଇ ଦେବାକୁ କହି ଜୟକୃଷ୍ଣଙ୍କ ମନରେ ବିଶ୍ଵାସ ଜମାଇଥିଲେ । ତାଙ୍କ ଫ୍ଲାଟର ଅନ୍ଯ ଏକ ରୁମରେ ରହିଥିଲେ। ରାତିରେ ଖାଇବା ସମୟରେ ଉଭୟ ମିଶି ଖାଇଥିଲେ। ହେଲେ ମହିଳା ଜଣଙ୍କ ଜୟକୃଷ୍ଣଙ୍କ ଖାଦ୍ୟରେ ନିଶା ମିଶାଇ ଦେଇଥିଲେ । ଖାଦ୍ୟ ଖାଇବା ପରେ ଜୟକୃଷ୍ଣ ଶୋଇପଡ଼ିଥିଲେ। ଫଳରେ ମହିଳା ଜଣଙ୍କ ତାଙ୍କ ଆଲମାରିରୁ ସର୍ବସ୍ଵ ଚୋରି କରି ଚମ୍ପଟ ମାରିଥିଲେ। ସକାଳୁ ଜୟକୃଷ୍ଣଙ୍କ ନିଦ ଭାଙ୍ଗିବା ପରେ ଘରର ଆଲମିରା ଖୋଲା ହୋଇଥିବା ଦେଖିବାକୁ ପାଇଥିଲେ । ଜୟକୃଷ୍ଣ ଯାଞ୍ଚ କରିବା ପରେ ମହିଳା ଜଣଙ୍କ ଘରୁ ସବୁ କିଛି ଚୋରି କରି ନେଇଯାଇଥିବା ଜାଣିବାକୁ ପାଇ ପୁଲିସକୁ ଖବର ଦେଇଥିଲେ।

https://www.thesakala.in/crime/a-woman-stole-everything-in-bbsr/article-5455
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର