ଜୟପୁରରେ ପତ୍ନୀଙ୍କ ବର୍ବରତା: ସ୍ୱାମୀଙ୍କୁ ହତ୍ୟା କରିବା ପରେ କଚରା ଗାଡ଼ିରେ ଫୋପାଡ଼ିଲେ ମୃତଦେହ, ପରିଚୟ ଲୁଚାଇବାକୁ ଲଗାଇଦେଲେ ନିଆଁ

Suryakanta Picture
Published On

ରାଜସ୍ଥାନର ଜୟପୁରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ନାବାଳକ ପୁଅ ସହ ମିଶି ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। କେବଳ ସେତିକି ନୁହେଁ, ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଏକ କଚରା ଗାଡ଼ିରେ ପକାଇ ନିଛାଟିଆ ସ୍ଥାନରେ ଫୋପାଡ଼ିବା ସହ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ। ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରି ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ପାରିବାରିକ କଳହରୁ ହତ୍ୟାକାଣ୍ଡ

ପୋଲିସର ସୂଚନା ଅନୁଯାୟୀ, ମୃତକଙ୍କ ନାମ ସେଖ୍ ସାହାନ ଏବଂ ଅଭିଯୁକ୍ତ ପତ୍ନୀଙ୍କ ନାମ ମୌସୁମୀ। ସେଖ୍ ସାହାନ ମୂଳ ରୂପେ ପଶ୍ଚିମବଙ୍ଗର ମାଲଦାର ବାସିନ୍ଦା ଥିଲେ। ଅଭିଯୁକ୍ତ ପତ୍ନୀ ପୋଲିସ ଆଗରେ ନିଜ ଦୋଷ ସ୍ୱୀକାର କରି କହିଛନ୍ତି ଯେ ତାଙ୍କ ସ୍ୱାମୀ ପ୍ରତିଦିନ ମଦ ପିଇ ତାଙ୍କୁ ମାଡ଼ ମାରୁଥିଲେ। ଏପ୍ରିଲ ୧ ତାରିଖ ରାତିରେ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏହି ସମୟରେ ରାଗିଯାଇ ମୌସୁମୀ ଏକ ହାତୁଡ଼ିରେ ସ୍ୱାମୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ ଏବଂ ପରେ ଏକ ଦଉଡ଼ିରେ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିଲେ।

ଆହୁରି ପଢ଼ନ୍ତୁ: ଚାକିରି ବାହାନାରେ ଡାକି ଯୁବତୀଙ୍କୁ ଦୁଷ୍କର୍ମ, ପୁଲିସର ଚଢ଼ଉ; ପ୍ରେମୀ ଯୁଗଳଙ୍କ ସହ ୩ ଅଟକ

ପୁଅ ସହ ମିଶି ପ୍ରମାଣ ନଷ୍ଟ ଉଦ୍ୟମ

ହତ୍ୟା ପରେ ପରିଚୟ ଲୁଚାଇବା ପାଇଁ ମହିଳା ଜଣକ ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ। ସେ ନିଜର ୧୫ ବର୍ଷୀୟ ନାବାଳକ ପୁଅ ସହାୟତାରେ ମୃତଦେହକୁ ଏକ ପ୍ଲାଷ୍ଟିକ୍ ବସ୍ତାରେ ଭର୍ତ୍ତି କରିଥିଲେ। ତା'ପରେ ଏହାକୁ ଏକ ରିକ୍ସା ଓ କଚରା ଗାଡ଼ିରେ ଲଦି ନିବାରୁ ରୋଡ୍ ସ୍ଥିତ ଶିବନଗର ବାଇପାସ୍ ନିକଟ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ସେଠାରେ ପୋଲିସକୁ ଚକମା ଦେବା ପାଇଁ ମୃତଦେହ ଉପରେ ପେଟ୍ରୋଲ ଢାଳି ମୁହଁ ଓ ଅଣ୍ଟା ଅଂଶକୁ ଜାଳି ଦେଇଥିଲେ।

ସିସିଟିଭିରୁ ଖୋଲିଲା ଗୁମର

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ କରଧାନୀ ଥାନା ପୋଲିସ ଅଧଜଳା ମୃତଦେହ ଉଦ୍ଧାର କରିଥିଲା। ତଦନ୍ତ ବେଳେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା, ଯେଉଁଥିରେ ମହିଳା ଓ ତାଙ୍କ ପୁଅ ମୃତଦେହ ନେଉଥିବାର ଦୃଶ୍ୟ କଏଦ ହୋଇଥିଲା। ପ୍ରଥମେ ଅଭିଯୁକ୍ତ ପତ୍ନୀ ଥାନାରେ ପହଞ୍ଚି ମିଥ୍ୟା କାହାଣୀ ରଚି ପୋଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର କଡ଼ା ପଚରାଉଚରା ପରେ ସେ ନିଜ ଅପରାଧ ସ୍ୱୀକାର କରିଥିଲେ। ପୋଲିସ ହତ୍ୟାକାରୀ ପତ୍ନୀଙ୍କୁ ଗିରଫ କରିବା ସହ ତାଙ୍କ ନାବାଳକ ପୁଅକୁ ଅଟକ ରଖି ତଦନ୍ତ ଜାରି ରଖିଛି。

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp