ହତ୍ୟାକାରୀଙ୍କ ପାଇଁ ଗୁରୁ ସାଜିଛି ୟୁଟ୍ୟୁବ୍‍: କିଏ ମରୁଛି, କିଏ ମାରୁଛି; ମିଳୁନି ପତ୍ତା

The Sakala Picture
Published On

ଭୁବନେଶ୍ୱର: ପୁଲିସ ଯେତିକି ଚତୁର ହେଉଛି ହତ୍ୟାକାର ତା’ଠାରୁ ଅଧିକ ନୂଆନୂଆ କୌଶଳକୁ ଆପଣେଇ ନେଉଛି। ଫଳରେ ରାଜଧାନୀର ବିଭିନ୍ନ ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀକୁ ଧରିବା ପୁଲିସ ପାଇଁ କାଠିକର ପାଠ ହୋଇପଡ଼ୁଛି। ବିଶେଷକରି ୟୁଟ୍ୟୁବ୍‍ ଓ ବିଭିନ୍ନ ୱେବ୍‍ ସିରିଜ୍‍ରୁ ଅପରାଧୀମାନେ ଏଭଳି କୌଶଳ ଶିକ୍ଷାଲାଭ କରୁଥିବା ଲକ୍ଷ୍ୟ କରାଯାଉଛି। ରାଜଧାନୀରେ ବିଗତ ଦିନରେ ଘଟିଥିବା ବିଭିନ୍ନ ଅପରାଧ ଘଟଣାକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଛି। ୨୦୨୧ ଫେବୃଆରୀ ୪ରେ ଚନ୍ଦକା ଥାନା ଅଞ୍ଚଳ […]

ଭୁବନେଶ୍ୱର: ପୁଲିସ ଯେତିକି ଚତୁର ହେଉଛି ହତ୍ୟାକାର ତା’ଠାରୁ ଅଧିକ ନୂଆନୂଆ କୌଶଳକୁ ଆପଣେଇ ନେଉଛି। ଫଳରେ ରାଜଧାନୀର ବିଭିନ୍ନ ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀକୁ ଧରିବା ପୁଲିସ ପାଇଁ କାଠିକର ପାଠ ହୋଇପଡ଼ୁଛି। ବିଶେଷକରି ୟୁଟ୍ୟୁବ୍‍ ଓ ବିଭିନ୍ନ ୱେବ୍‍ ସିରିଜ୍‍ରୁ ଅପରାଧୀମାନେ ଏଭଳି କୌଶଳ ଶିକ୍ଷାଲାଭ କରୁଥିବା ଲକ୍ଷ୍ୟ କରାଯାଉଛି। ରାଜଧାନୀରେ ବିଗତ ଦିନରେ ଘଟିଥିବା ବିଭିନ୍ନ ଅପରାଧ ଘଟଣାକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଛି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

୨୦୨୧ ଫେବୃଆରୀ ୪ରେ ଚନ୍ଦକା ଥାନା ଅଞ୍ଚଳ ପୁଷ୍ପଲତା ରାଉଳଙ୍କୁ ହତ୍ୟା ପରେ ତାଙ୍କ ମୁଣ୍ଡ ଓ ଗଣ୍ଡିକୁ ଅଲଗା କରିଥିଲେ ହତ୍ୟାକାରୀ। ମୁଣ୍ଡବିହୀନ ମୃତଦେହ ଓ କଟାମୁଣ୍ଡକୁ ଅନ୍ଧାରୁଆ-ଦାସପୁର ରାସ୍ତାର ଭିନ୍ନଭିନ୍ନ ସ୍ଥାନରେ ପକାଇ ଦେଇ ଫେରାର୍‍ ହୋଇଯାଇଥିଲେ। ଚନ୍ଦକା ପୁଲିସ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଖୋଜିବା ପାଇଁ ନାକେଦମ୍‍ ହୋଇଥିଲା। ପରବର୍ତ୍ତୀ ସମୟରେ ପୁଷ୍ପଲତାର ଟାଟୁ ଆଧାରରେ ପରିଚୟ ଚିହ୍ନଟ କରାଯାଇଥିଲା। ଏଥିସହିତ ଚନ୍ଦକା ଥାନା ଏକ ଜଙ୍ଗଲରୁ ମଧ୍ୟ ଅନ୍ୟଜଣେ ମହିଳାଙ୍କୁ ଦୁର୍ବୃତ୍ତ ହତ୍ୟା କରିଥିଲେ। ଏହାପରେ ତାଙ୍କ ମୁହଁକୁ ପଥରରେ ଛେଚି ଦେଇଥିଲେ। ଫଳରେ ମହିଳାଙ୍କ ପରିଚୟ ମିଳୁନି କି ଅଭିଯୁକ୍ତ ଚିହ୍ନଟ ହୋଇପାରିନାହାନ୍ତି।
ସେଭଳି ନିକଟରେ ମଞ୍ଚେଶ୍ୱର ଥାନା ବରିମୁଣ୍ଡ ବାଲିଯାତ୍ରା ପଡ଼ିଆ କୁଆଖାଇ ନଦୀ ପଠାରୁ ଜଣେ ଯୁବକର ମୃତଦେହ ଜବତ କରାଯାଇଥିଲା। ଘଟଣାକୁ ସପ୍ତାହେ ବିତିଗଲାଣି; କିନ୍ତୁ ଯୁବକଙ୍କ ପରିଚୟ ଠାବ ହୋଇପାରିନି। ଏବେ ପୁଲିସ ଅନ୍ଧାରଘରେ ବାଡ଼ି ବୁଲାଇବା ଆରମ୍ଭ କରିଛି। ମୃତ୍ୟୁର କାରଣ ଖୋଜିବା ତ ଦୂରର କଥା ମୃତକଙ୍କ ପରିଚୟ ଠାବ କରିବାରେ ମଞ୍ଚେଶ୍ୱର ପୁଲିସ ନାକେଦମ୍‍ ହେଲାଣି।

ଗତ କିଛିଦିନ ତଳେ କ୍ୟାପିଟାଲ ଥାନା ଅଧୀନ ରାଜମହଲ ଛକରେ ଦୁଇ ଶ୍ରମିକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କର ଜୀବନ ଯାଇଥିଲା। ଅଭିଯୁକ୍ତ ତ୍ରିନାଥ ନାମକ ଜଣେ ଶ୍ରମିକକୁ ପଥରରେ ଛେଚି ହତ୍ୟା କରିଥିଲା। ଫଳରେ ମୃତକ ନାମ ତ୍ରିନାଥରେ ହିଁ ସୀମିତ ରହିଯାଇଛି। କାରଣ ମୃତକଙ୍କ ମୁହଁ ନଷ୍ଟ ହୋଇଯାଇଥିଲା। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ପୁଲିସ ପାଇପାରିନାହିଁ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ସେହିପରି କୁଆଖାଇ ବିଜ୍ର ତଳୁ ଏୟାରବ୍ୟାଗ୍‍ରୁ ଜଣେ ଯୁବତୀଙ୍କ ଉଲଗ୍ନ ମୃତଦେହ ଜବତ ହୋଇଥିଲା। ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ତେବେ ପରିଚୟ ମିଳିଯିବା ଭୟରେ ଯୁବତୀଙ୍କ ମୁହଁକୁ ଛେଚି ଦିଆଯାଇଥିଲା। ଯେଉଁ ଘଟଣାରେ ହତ୍ୟାକାରୀଙ୍କୁ ଚିହ୍ନଟ କରିବା ତ ପରର କଥା ମୃତ ଯୁବତୀଙ୍କ ପରିଚୟ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ ପାଇପାରିନି।

ମଞ୍ଚେଶ୍ୱର ସୋଲାର ଇନ୍‍ ହୋଟେଲରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିଲା। ତେବେ ମହିଳାଙ୍କୁ ହତ୍ୟା ପରେ ଲୁହାରଡରେ ପିଟି ଅଭିଯୁକ୍ତ ନଷ୍ଟ କରିଦେଇଥିଲା। ଫଳରେ ବହୁ କଷ୍ଟରେ ମହିଳାଙ୍କ ପରିଚୟ ଚିହ୍ନଟ କରାଯାଇଥିଲା ସତ ମାତ୍ର ଅଭିଯୁକ୍ତ ନିକଟରେ ପହଞ୍ଚିପାରି ନାହିଁ ପୁଲିସ। ଚନ୍ଦ୍ରଶେଖରପୁର ଥାନା ଏକ ବସ୍ତିରେ ଦୁଇଜଣକୁ ହତ୍ୟା କରିବା ପରେ ମାଟିତଳେ ପୋତି ଦେଇଥିଲେ। କିଛିଦିନ ପରେ ଦୁର୍ଗନ୍ଧ ହେବାରୁ ପୁଲିସ ମୃତଦେହକୁ ଉଦ୍ଧାର କରିଥିଲା ସତ ମୃତକଙ୍କ ପରିଚୟ ପୁଲିସ ପାଇପାରିନାହିଁ। ଅପରପକ୍ଷେ ଏସବୁ ଘଟଣାରେ ହତ୍ୟାକାରୀ ଉଭାନ ହୋଇଯାଉଛି।

ଖାଲି ଏତିକି ନୁହେଁ, ଅନେକ ଘଟଣାରେ ପୁଲିସ ଯଦିବା ଅଭିଯୁକ୍ତଙ୍କୁ ବିଳମ୍ବରେ ଗିରଫ କରିଛି ତେବେ ହତ୍ୟାକାରୀରୁ ହତ୍ୟାର ଶୈଳୀ ପାଇଁ ପୁଲିସକୁ ନୟାନ୍ତ ହେବାକୁ ପଡ଼ିଛି। କିଛିବର୍ଷ ତଳେ ନୂଆପଲ୍ଲୀର ଅବସରପ୍ରାପ୍ତ ସେନା ଅଧିକାରୀ ସୋମନାଥ ପରିଡ଼ା ତାଙ୍କ ପତ୍ନୀ ଉଷାଶ୍ରୀଙ୍କୁ ହତ୍ୟା କରିବା ପରେ ୩୦୦ ଖଣ୍ଡ କରି ଏକ ବାକ୍ସ ଭିତରେ ପୂରାଇ ରଖିଥିଲେ। ଯାହାକୁ ଦୀର୍ଘଦିନ ପରେ ପୁଲିସ ଜାଣିବାକୁ ପାଇଥିଲା।

ଅନ୍ୟପଟେ ଗତ ଡିସେମ୍ବର ମାସରେ ରାଜଧାନୀର ଭରତପୁର ଥାନା ଅଞ୍ଚଳରେ ମାନସ ରଞ୍ଜନ ପାଇକରାୟ ଓ ସରୋଜିନୀ ସାହୁଙ୍କ ଘରେ ବାଲେଶ୍ୱରରେ ଜଣେ ଯୁବତୀ ଘରୋଇ ସହାୟିକା ଭାବେ କାର୍ଯ୍ୟ କରୁଥିଲେ। ତେବେ ଏହି ଦମ୍ପତି ଉକ୍ତ ଯୁବତୀଙ୍କୁ ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦେଉଥିଲେ। ଏହାପରେ ଭରତପୁର ଭଡାଘରୁ ଯୁବତୀଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଲାଗି ଯୁବତୀଙ୍କ ମୁହଁକୁ ଏସ୍‍ଡ୍‍ ପକାଇ ଦେଇ ଗଞ୍ଜାମରେ ଫୋପାଡି ଦେଇଥିଲେ। ମାତ୍ର ଦେଢ଼ ମାସ ପରେ ଏକ ସୂଚନା ଆଧାରରେ ବ୍ରହ୍ମପୁର ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

30 Jul 2021 By The Sakala

https://www.thesakala.in/crime/who-is-dying-who-is-killing-miluni-leaf-no-address-found/article-4215
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର