ଟିଆଇ ପରେଡ୍‌ରେ ଅଭିଯୁକ୍ତ ବିବନ ବିଶ୍ଵାଳକୁ ଚିହ୍ନଟ କଲେ ଅଞ୍ଜନା ମିଶ୍ର

The Sakala Picture
Published On

ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁର୍ଷ୍କମ ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳର ଟିଆଇ ପରେଡ ଶେଷ ହୋଇଛି। ଝାରପଡ଼ା ଜେଲ ପରିସରରେ ଟିଆଇ ପରେଡ ବା ଅଭିଯୁକ୍ତ ଚିହ୍ନଟ ପରେଡ଼ରେ ଅଭିଯୁକ୍ତ ବିବିନକୁ ଟିହ୍ନଟ କରିଛନ୍ତି ଅଞ୍ଜନା ମିଶ୍ର । ୨୨ ବର୍ଷ ପରେ ଅଭିଯୁକ୍ତକୁ ପୀଡିତା ଅଞ୍ଜନା ମିଶ୍ର ଚିହ୍ନଟ କରିଛନ୍ତି। ଜେଏମଏଫସି ସୃଜାଲିନ ମହାନ୍ତିଙ୍କ ତତ୍ତ୍ଵାବଧାନରେ ଟିଆଇ ପରେଡ୍ ଶେଷ ହୋଇଛି। ଅଭିଯୁକ୍ତ ବିବନ ବିଶ୍ଵାଳକୁ ଚିହ୍ନିବା ପାଇଁ […]

ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁର୍ଷ୍କମ ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳର ଟିଆଇ ପରେଡ ଶେଷ ହୋଇଛି। ଝାରପଡ଼ା ଜେଲ ପରିସରରେ ଟିଆଇ ପରେଡ ବା ଅଭିଯୁକ୍ତ ଚିହ୍ନଟ ପରେଡ଼ରେ ଅଭିଯୁକ୍ତ ବିବିନକୁ ଟିହ୍ନଟ କରିଛନ୍ତି ଅଞ୍ଜନା ମିଶ୍ର । ୨୨ ବର୍ଷ ପରେ ଅଭିଯୁକ୍ତକୁ ପୀଡିତା ଅଞ୍ଜନା ମିଶ୍ର ଚିହ୍ନଟ କରିଛନ୍ତି। ଜେଏମଏଫସି ସୃଜାଲିନ ମହାନ୍ତିଙ୍କ ତତ୍ତ୍ଵାବଧାନରେ ଟିଆଇ ପରେଡ୍ ଶେଷ ହୋଇଛି। ଅଭିଯୁକ୍ତ ବିବନ ବିଶ୍ଵାଳକୁ ଚିହ୍ନିବା ପାଇଁ ଏହି ଟିଆଇ ପରେଡ୍ ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର; ବୈତରଣୀରେ ବନ୍ୟା ଆଶଙ୍କା, ବିପଦ ସଂକେତ ଉପରେ ଜଳକା

ମିଳିଥିବା ସୂଚନା ଅନୁସାରେ, ବିବନ ସମେତ ୧୦ ଜଣ କଏଦୀଙ୍କୁ ଏକାଠି ଗୋଟିଏ ଧାଡ଼ିରେ ଛିଡ଼ା କରାଯାଇଥିଲା । ସେହି ୧୦ ଜଣଙ୍କ ଉଚ୍ଚତା ଓ ଶରୀରର ଗଠନ ପାଖାପାଖି ସମାନ ରହିଥିଲା। ତେବେ ଅଞ୍ଜନା ମିଶ୍ର ଜଣଙ୍କୁ ଚିହ୍ନଟ କରିଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ମାତ୍ର ଟିଆଇ ପରେଡ୍ ପରେ ଜେଲ୍ ବାହାରକୁ ଆସି ସେ ଏ ବାବତରେ କିଛି କହି ନ ଥିଲେ। ଟିଆଇ ପରେଡ୍ ସମୟରେ ୧୦ ଜଣ ଅପରାଧୀ ଥିଲେ ଓ ଏହାର ଫଳାଫଳ କୋର୍ଟରୁ ଜଣାପଡ଼ିବ, ମୁଁ କେମିତି କହିବି ବୋଲି ମତ ରଖିଥିଲେ ଅଞ୍ଜନା।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଟିଆଇ ପରେଡ୍ ସମୟରେ ମାଜିଷ୍ଟ୍ରେଟ ଓ ଜେଲ୍‌ର ଅଧିକାରୀ ଉପସ୍ଥିତ ଥିଲେ । ବ୍ୟବସ୍ଥା ଅନୁସାରେ, ପୀଡ଼ିତା ଧାଡ଼ିରେ ଛିଡ଼ା ହୋଇଥିବା କଏଦୀଙ୍କ ଭିତରୁ ଜଣଙ୍କୁ ଚିହ୍ନଟ କରିବେ। ଏହାର କାଗଜପତ୍ର ମଧ୍ୟ ରହିବ। ଯେଉଁ ଜେଲ ଅଧିକାରୀ ଉପସ୍ଥିତ ଥିବେ ସେ ଏଥିରେ ଦସ୍ତଖତ କରିବେ। କୋର୍ଟରେ ଯେତେବେଳେ ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହେବ; ଜେଲ ଅଧିକାରୀ ସେହି ସମୟରେ ଉପସ୍ଥିତ ରହି ସାକ୍ଷ୍ୟ ପ୍ରଦାନ କରିବେ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ଅନ୍ୟପଟେ ବିବନକୁ ୫ ଦିନିଆ ରିମାଣ୍ଡ ପାଇଁ ଭୁବନେଶ୍ବର ସ୍ବତନ୍ତ୍ର ସିଜେଏମଙ୍କ ନିକଟରେ ଆବେଦନ କରିଥିଲା ସିବିଆଇ ଟିମ୍ । ହେଲେ ୨ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ସ୍ପେଶାଲ ସିଜେଏମ ସିବିଆଇ କୋର୍ଟ । ଦୁଇ ଦିନିଆ ରିମାଣ୍ଡ ସମୟରେ ବାରଙ୍ଗର ସେହି ଘଟଣାସ୍ଥଳକୁ ବିବନକୁ ନେଇପାରେ ସିବିଆଇ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର