ଭରତପୁର ଥାନା ପୁଲିସର ବର୍ବରତା: ନିଲମ୍ବିତ IIC ଓ ଅନ୍ୟ ୪ ପୁଲିସ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ

The Sakala Picture
Published On

ଭୁବନେଶ୍ବର: କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ-ହତ୍ୟା ଘଟଣାକୁ ବଳିଗଲା ଭୁବନେଶ୍ୱର ଭରତପୁର ଥାନା ପୁଲିସର ବର୍ବରତା । ରକ୍ଷକ ପୁଲିସ ଭକ୍ଷକ ସାଜି ଥାନା ଭିତରେ ଜଣେ ମହିଳାଙ୍କୁ ଉଲଗ୍ନ କରିବା ସହିତ ରାତିସାରା ଯେଭଳି ଥାର୍ଡ ଡିଗ୍ରୀ ନିର୍ଯାତନା ଦେଇଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ। ପୁଣି ସବୁଠୁ ସୁରକ୍ଷିତ ସ୍ଥାନ କୁହାଯାଉଥିବା ଥାନାରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବାର ମଧ୍ୟ ଅଭିଯୋଗ ହୋଇଛିି। ଏହି ଘଟଣାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହ ଭରତପୁରରୁ ନିଲମ୍ବିତ ହୋଇଥିବା […]

ଭୁବନେଶ୍ବର: କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ-ହତ୍ୟା ଘଟଣାକୁ ବଳିଗଲା ଭୁବନେଶ୍ୱର ଭରତପୁର ଥାନା ପୁଲିସର ବର୍ବରତା । ରକ୍ଷକ ପୁଲିସ ଭକ୍ଷକ ସାଜି ଥାନା ଭିତରେ ଜଣେ ମହିଳାଙ୍କୁ ଉଲଗ୍ନ କରିବା ସହିତ ରାତିସାରା ଯେଭଳି ଥାର୍ଡ ଡିଗ୍ରୀ ନିର୍ଯାତନା ଦେଇଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ। ପୁଣି ସବୁଠୁ ସୁରକ୍ଷିତ ସ୍ଥାନ କୁହାଯାଉଥିବା ଥାନାରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବାର ମଧ୍ୟ ଅଭିଯୋଗ ହୋଇଛିି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଏହି ଘଟଣାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହ ଭରତପୁରରୁ ନିଲମ୍ବିତ ହୋଇଥିବା ଅନ୍ୟ ପୁଲିସ କର୍ମଚାରୀଙ୍କ ବିରୋଧରେ ରୁଜୁ ହେଲା ଅପରାଧିକ ମାମଲା। ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ୍। ଯୌନ ନିର୍ଯାତନା ଭଳି ସଙ୍ଗୀନ ଦଫାରେ ହେଲା ମାମଲା ରୁଜୁ। ମେଜର ଗୁରୁବନ୍ସ ସିଂହଙ୍କ ଲିଖିତ ଏତଲା ଆଧାରରେ କ୍ରାଇମବ୍ରାଞ୍ଚ୍ ରୁଜୁ କଲା ମାମଲା । କେସ ନମ୍ୱର୍ 11/2024 ରେ ରୁଜୁ ହେଲା ମାମଲା । ଅପରାଧୀ ଭଳି ଜେରା ହେଲେ ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ତାଙ୍କ ସହଯୋଗୀ। ଗତକାଲି ସାଙ୍ଘାତିକ ଅଭିଯୋଗ ଆଣିଥିଲେ ମେଜରଙ୍କ ବାନ୍ଧବୀ । ପୁଲିସର ବର୍ବରତା କଥା କହିବା ବେଳେ ସେ ଭୋ ଭୋ ହୋଇ କାନ୍ଦିଥିଲେ। ଚରମ ସୀମାରେ ପୁଲିସ ବର୍ବରତା ପହଞ୍ଚିଥିବା ଖବର ଆସିବା ପରେ ଅପରାଧିକ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

କଥା ଆଉ ଓଡ଼ିଶା ଭିତରେ ସୀମିତ ନରହି ଦିଲ୍ଲୀରେ ଯାଇ ପହଞ୍ଚିଲାଣି। ଜାତୀୟ ମହିଳା କମିସନ୍ ଏହି ମାମଲାରେ ହସ୍ତକ୍ଷେପ କରି ରାଜ୍ୟ ପୁଲିସ ଠାରୁ ରିପୋର୍ଟ ତଲବ କରିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ସସପେଣ୍ଡ କରି ଏକ ପ୍ରକାର ସୁରକ୍ଷା ଦେବାରେ ଲାଗିଥିବା ରାଜ୍ୟ ପୁଲିସ ଏବେ ଭୀଷଣ ଚାପରେ ଅଭିଯୁକ୍ତ ପୁଲିସ କର୍ମଚାରୀମାନଙ୍କୁ ତୁରନ୍ତ ଗିରଫ କରିବା ଲାଗି ଦାବି ଜୋର ଧରିଲାଣି। ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନହେଲେ ପୂର୍ବତନ ସେନା କର୍ମଚାରୀ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଅଙ୍କିତାଙ୍କ ବନ୍ଧୁ ମେଜର୍‌ ଗୁରୁବନ୍ସ ସିଂହ ଗୁରୁବାର କ୍ରାଇମ୍‌ବ୍ରାଞ୍ଚ୍‌ ଏଡିଜି ଅରୁଣ ବୋଥ୍ରାଙ୍କୁ ଭେଟି ‘ରୋଡ୍‌ ରୋମିଓ’ ଓ ଭରତପୁର କାଣ୍ଡ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ପୁଲିସର ମାଡ଼ରେ ଗୁରୁତର ଆହତ ହୋଇଥିବା ମେଜରଙ୍କ ବାନ୍ଧବୀ ଅଙ୍କିତା ଗଣମାଧ୍ୟମ ସାମ୍ନାକୁ ଆସି କଳା ରାତିର ବର୍ବର କାହାଣୀ ବଖାଣିଛନ୍ତି। ମେଜର ଏବଂ ତାଙ୍କ ସହିତ ଦୁର୍ବ୍ୟବହାର କରିଥିବା ଦୁବୃତ୍ତମାନଙ୍କ ବିରୋଧରେ ଅଭିଯୋଗ କରିବାକୁ ଯାଇଥିବା ବେଳେ ଭରତପୁର ଥାନା ଭିତରେ ଯେଉଁପ୍ରକାର ନିର୍ଯାତନା ଦିଆଯାଇଥିଲା, ତାହା ଲୋମହର୍ଷଣକାରୀ ଥିଲା। କନେଷ୍ଟବଳଠାରୁ ଆରମ୍ଭ କରି ଥାନା ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ମିଶି ତାଙ୍କୁ ନିର୍ଯାତନା ଦେଇଥିଲେ। ଏପରିକି ଯୌନ ନିର୍ଯାତନା ଦେବାକୁ ମଧ୍ୟ ପଛାଇ ନଥିଲେ। ‌ପୁଲିସ ମାଡ଼ରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କର ଗୋଟିଏ ହାତ ଭାଙ୍ଗିଯାଇଥିବା ବେଳେ ମୁଥମାଡ଼ରେ ଦାନ୍ତ ବି ଭାଙ୍ଗିଛିୟ ପୁଲିସ ମାଡ଼ରେ ତାଙ୍କ ଦେହସାରା କ୍ଷତ ଚିହ୍ନ ରହିଛି। ବିଶେଷ କରି ଛାତି ଓ ପିଠି ବେଶି କ୍ଷତାକ୍ତ ହୋଇଛିୟ ଏହାସତ୍ତ୍ବେ ତାଙ୍କର ଠିକ୍ ଭାବେ ଡାକ୍ତରୀ ପରୀକ୍ଷା କରାନଯାଇ କୋର୍ଟରେ ହାଜର କରି ଜେଲ ପଠାଇ ଦେଇଥିଲେ। ଗଣମାଧ୍ୟମରେ  ଅଙ୍କିତାଙ୍କ ବୟାନ ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବନ ସାମରିକ କର୍ମଚାରୀ ସଂଘ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତିି। କେବଳ ଏତିକି ନୁହେଁ, ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

-ଅଙ୍କିତା କହିଲେ କାଳ ରାତିର କାହାଣୀ
ସେଦିନ ପୁଲିସ ପାଲଟି ଯାଇଥିଲା ରାକ୍ଷସ। ଅଙ୍କିତାକୁ ଉଲଗ୍ନ କରିବାକୁ ପୁଲିସ ପଛାଇନଥିଲେ। ଛାତିରେ ଲାତ ମାରିଥିଲେ। ହାତ ଗୋଡ଼ ବାନ୍ଧି ହାଜତରେ ପକାଇ ଦେଇଥିଲେ। ତାଙ୍କୁ ଆଇଆଇସି ଉଲଗ୍ନ କରିଥିବା କହିଥିବା କହିଛନ୍ତି ଅଙ୍କିତା। ଅଙ୍କିତା କହିଛନ୍ତି ଯେ, ୧୫ ତାରିଖ ରାତି ଗୋଟାଏ ସମୟରେ ସେ ଏବଂ ମେଜର ଗୁରୁବନ୍ସ ପଟିଆରେ ଥିବା ତାଙ୍କର ରେଷ୍ଟୁରାଣ୍ଟ ବନ୍ଦ କରି ଘରକୁ ଫେରୁଥିଲେ। ହେଲେ ରାସ୍ତାରେ ଏକ କାରକୁ ଓଭରଟେକ କରିବାପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ। ଏନେଇ ସେମାନେ ଭରତପୁର ଥାନାକୁ ଯାଇ ଅଭିଯୋଗ କରିଥିଲେ। ଥାନାର ଜଣେ ମହିଳା କନ୍‌‌ଷ୍ଟବଳ ନାଇଟ୍‌‌ ପିନ୍ଧି ବସିଥିଲେ। ତାଙ୍କର ଅଭିଯୋଗ ଗ୍ରହଣ କରିବାକୁ ସେ କହିଥିଲେ। କାରଣ ଉକ୍ତ ଦୁର୍ବୃତ୍ତମାନେ ତାଙ୍କର ପିଛା ପୁଣି କରିପାରନ୍ତି। ନହେଲେ ପାଟ୍ରୋଲିଂ ଗାଡ଼ି ଘଟଣା ସ୍ଥଳକୁ ପଠାନ୍ତୁ ବୋଲି କହିଥିଲେ। ସେମାନେ ସହଯୋଗ କରିନଥିଲେ। ସେ ନିଜ ଆଇନିଜୀବୀ ବୋଲି ପରିଚୟ ଦେଇଥିଲେ। ଏହାର କିଛି ସମୟ ପରେ ଏକ ପାଟ୍ରୋଲିଂ ଭ୍ୟାନ୍‌‌ ଆସିଥିଲା। ସେଥିରେ ପୁରୁଷ ପୁଲିସ ରହିଥିଲେ। ସେମାନେ ଗୁରୁଭନ୍ସକୁ ଅଭିଯୋଗ ଲେଖିବାକୁ କହିଥିଲେ। ହେଲେ କଣ ପାଇଁ ପୁଣି ତାଙ୍କୁ ହାଜତରେ ପୁରାଇ ଦେଲେ। ଗୁରୁଭନ୍ସ ଜଣେ ଆର୍ମି ଅଫିସର ହୋଇଥିବାରୁ ଏଭଳି ଭାବେ ହାଜତରେ ରଖିପାରିବେ ନାହିଁ ବୋଲି କହିଥିଲେ। ଏହି କଥା କହିବା ପରେ ଦୁଇ ଜଣ ମହିଳା ପୁଲିସ ଆସି ତାଙ୍କ ଚୁଟି ଘୋଷାଡ଼ି ଘୋଷାଡ଼ି ଏକ ରୁମ୍‌‌ ଭିତରକୁ ନେଇଯାଇଥିଲେ। ଏହି ସମୟରେ ସେମାନଙ୍କୁ ମନା କରିଥିଲେ। ହେଲେ ଜଣେ ମହିଳା କନ୍‌‌ଷ୍ଟବଳ ତାଙ୍କ ବେକ ଚାପିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏହି ସମୟରେ ସେ ତାଙ୍କର ହାତକୁ କାମୁଡ଼ି ଦେଇଥିଲେ। ଏହାପରେ ଉକ୍ତ ମହିଳା କନ୍‌‌ଷ୍ଟେବଳ ତାଙ୍କର ଜ୍ୟାକେଟ୍‌‌ ନେଇ ଗୋଡ ବାନ୍ଧି ଦେଇଥିଲେ। କିଛି ସମୟ ପରେ ଜଣେ ପୁରୁଷ କନ୍‌‌ଷ୍ଟେବଳ ଆସି ତାଙ୍କର ଅନ୍ତବସ୍ତ୍ର ଖୋଲି ତାଙ୍କ ଛାତିରେ ବାରମ୍ଭାର ଗୋଇଠା ମାରିଥିଲେ। ଏହାପରେ ଭୋର ସମୟରେ ଥାନା ଅଧିକାରୀ ଆସି ତାଙ୍କ ପ୍ୟାଣ୍ଟ୍‌‌ ଖୋଲିବା ସହ ନିଜ ପ୍ୟାଣ୍ଟ ଖୋଲି ଯୌନାଙ୍ଗ ଦେଖାଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହା ପରେ ସେ ଭୟଭିତ ହୋଇ ଚିତ୍କାର କରୁଥିଲେ ବୋଲି ଅଙ୍କିତା କହିଛନ୍ତି।

20 Sep 2024 By The Sakala

https://www.thesakala.in/crime/bharatpur-incident-filed-against-suspended-iic-and-4-other-police-personnel/article-35280
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର