STF କବଜାରେ ନିଶା ବେପାରୀ ଓ ଜଙ୍ଗଲ ତସ୍କରୀ
ବୌଦ୍ଧ: କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ନିଶା ବେପାରୀ ଓ ଜଙ୍ଗଲ ତସ୍କରୀ । ବୌଦ୍ଧ ପୁରୁଣା କଟକ ଚାରି ଛକରେ ଚଢାଉ ବେଳେ ନିଶା ବେପାରୀକୁ ଗିରଫ କରିଛି ଏସଟିଏଫ । ଏହି ଚଢାଉ ବେଳେ ୨କେଜି ଅଫିମ, ୨କେଜି ଗଞ୍ଜେଇ ପାଉଡପ ଓ ୬୦ ପ୍ୟାକେଟ ସିଗାରେଟ ଜବତ କରାଯାଇଛି। ଜବତ ଅଫିମର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହୋଇଥିବା ବେଳେ ଗଞ୍ଜେଇ ପାଉଡ଼ର ମୂଲ୍ୟ ୫୦ହଜାର ଟଙ୍କା ବୋଲି ଜଣାପଡ଼ିଛି। ଅଧିକ ତଥ୍ୟ ପାଇଁ […]
ବୌଦ୍ଧ: କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ନିଶା ବେପାରୀ ଓ ଜଙ୍ଗଲ ତସ୍କରୀ । ବୌଦ୍ଧ ପୁରୁଣା କଟକ ଚାରି ଛକରେ ଚଢାଉ ବେଳେ ନିଶା ବେପାରୀକୁ ଗିରଫ କରିଛି ଏସଟିଏଫ । ଏହି ଚଢାଉ ବେଳେ ୨କେଜି ଅଫିମ, ୨କେଜି ଗଞ୍ଜେଇ ପାଉଡପ ଓ ୬୦ ପ୍ୟାକେଟ ସିଗାରେଟ ଜବତ କରାଯାଇଛି। ଜବତ ଅଫିମର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହୋଇଥିବା ବେଳେ ଗଞ୍ଜେଇ ପାଉଡ଼ର ମୂଲ୍ୟ ୫୦ହଜାର ଟଙ୍କା ବୋଲି ଜଣାପଡ଼ିଛି। ଅଧିକ ତଥ୍ୟ ପାଇଁ ପଚରା ଉଚରା ଜାରି ରହିଛି।
ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା
ସେହିପରି ବୌଦ୍ଧ ପୁରୁଣା କଟକ ଅଞ୍ଚଳରେ ଚଢ଼ାଉ ବେଳେ ଜଣେ ଜଙ୍ଗଲ ତସ୍କରୀକୁ ମଧ୍ୟ ଗିରଫ କରିଛି ପୁଲିସ । ହରିଣ ଛାଲ, କଇଁଛ ଛାଲ ଓ ବାରାହା ଦାନ୍ତ ଜବତ ହୋଇଛି। ଏହି ରାକେଟରେ ଆଉ କେଉଁମାନେ ସାମିଲ ଅଛନ୍ତି ସେ ନେଇ ତଦନ୍ତ ଚାଲିଛି।






