ଟ୍ରେଡିଂ ଆପ୍‌‌ରେ ଟଙ୍କା ନିବେଶ କରି ଫସିଲେ ଇଞ୍ଜିନିୟର, ହରାଇଲେ ୩ ଲକ୍ଷ ଟଙ୍କା

The Sakala Picture
Published On

ଭୁବନେଶ୍ୱର: ବଦଳୁଛି ସମୟ; ତାଳଦେଇ ବଦଳୁଛି ସାଇବର ଠକଙ୍କ ଠକେଇର ତରିକା। ଏଥର ଟ୍ରେଡିଂ ଆପ୍‌‌ ଜରିଆରେ ଲୋଭନୀୟ ଅଫର ଦେଇ ଟଙ୍କା ଲୁଟିବା ଏକ ନୂଆ ଧାରା ପାଲଟି ଯାଇଛି। ଫେସ୍‌‌ବୁକ୍‌‌ ଓ ଟେଲିଗ୍ରାମ୍‌‌ରେ ବନ୍ଧୁତା କରି ଆକାଉଣ୍ଟରୁ ଟଙ୍କା ଗାଏବ୍‌‌ କରୁଛନ୍ତି ମାୟାବିନି ସୁନ୍ଦରୀ। ଟ୍ରେଡିଂ ଆପ୍‌‌ରେ ଟଙ୍କା ନିବେଶ କରି ଦୁଇଗୁଣା ଟଙ୍କା ଫେରିବାର ପ୍ରଲୋଭନ ଦେଖାଉଛନ୍ତି ଅଦୃଶ୍ୟ ବିଦେଶିନୀ। ଏଥିର ସୁନ୍ଦରୀ ମାୟାବିନିଙ୍କ ମାୟାଜାଲରେ ଜଣେ ଇଞ୍ଜିନିୟରି ଫସିଯାଇଛନ୍ତି। ଠକେଇ ଶିକାର […]

ଭୁବନେଶ୍ୱର: ବଦଳୁଛି ସମୟ; ତାଳଦେଇ ବଦଳୁଛି ସାଇବର ଠକଙ୍କ ଠକେଇର ତରିକା। ଏଥର ଟ୍ରେଡିଂ ଆପ୍‌‌ ଜରିଆରେ ଲୋଭନୀୟ ଅଫର ଦେଇ ଟଙ୍କା ଲୁଟିବା ଏକ ନୂଆ ଧାରା ପାଲଟି ଯାଇଛି। ଫେସ୍‌‌ବୁକ୍‌‌ ଓ ଟେଲିଗ୍ରାମ୍‌‌ରେ ବନ୍ଧୁତା କରି ଆକାଉଣ୍ଟରୁ ଟଙ୍କା ଗାଏବ୍‌‌ କରୁଛନ୍ତି ମାୟାବିନି ସୁନ୍ଦରୀ। ଟ୍ରେଡିଂ ଆପ୍‌‌ରେ ଟଙ୍କା ନିବେଶ କରି ଦୁଇଗୁଣା ଟଙ୍କା ଫେରିବାର ପ୍ରଲୋଭନ ଦେଖାଉଛନ୍ତି ଅଦୃଶ୍ୟ ବିଦେଶିନୀ। ଏଥିର ସୁନ୍ଦରୀ ମାୟାବିନିଙ୍କ ମାୟାଜାଲରେ ଜଣେ ଇଞ୍ଜିନିୟରି ଫସିଯାଇଛନ୍ତି। ଠକେଇ ଶିକାର ଇନ୍‌‌ଫୋସିଟି ଥାନା ଅଞ୍ଚଳର ବିଶ୍ୱଦୀପ ଗୋଚ୍ଛାୟତ। ତାଙ୍କ ଆକାଉଣ୍ଟରୁ ୩ ଲକ୍ଷ ଟଙ୍କା ଗୋଲ୍‌‌ ହୋଇଯାଇଛି। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ଫେସ୍‌‌ବୁକ୍‌‌ରେ ଜଣେ ସୁନ୍ଦରୀ ତରୁଣୀ ବିଶ୍ୱଦୀପଙ୍କ ସହ ବନ୍ଧୁତା ଲାଗି ଫ୍ରେଣ୍ଡ୍‌‌ ରିକ୍ୱେଷ୍ଟ ପଠାଇଥିଲେ। ପରେ ମେସେଞ୍ଜରରେ ଚାଟିଂ କରିବା ସହ ମିଠା ମିଠା କଥା କହି ମାୟାବିନି ବିଶ୍ୱାସ ଜନ୍ମାଇଥିଲେ। ଆଉ ଅନ୍‌‌ଲାଇନ୍‌‌ ଟ୍ରେଡିଂ ଆପରେ ଟଙ୍କା ବିନିଯୋଗ କଲେ, କିଭଳି ଟଙ୍କା ଦୁଇଗୁଣା ହୁଏ ତା’ର ପ୍ରଲୋଭନ ଦେଖାଇଥିଲେ। ମାୟାବିନି କଥାରେ ଭାସିଯାଇଥିଲେ ଆନନ୍ଦ। ପ୍ରଥମେ ଫେସ୍‌‌ବୁକ୍‌‌ ଜରିଆରେ ଟ୍ରେଡିଂ ଆପ୍‌‌ରେ ୨ଲକ୍ଷ ୫୦ ହଜାର ଟଙ୍କା, ପରେ ଟେଲିଗ୍ରାମ୍‌‌ ଜରିଆରେ ୫୦ ହଜାର ଟଙ୍କା ନିବେଶ କରିଥିଲେ। ଏପରିଭାବେ ସେ ଟ୍ରେଡିଂ ଆପ୍‌‌ରେ ୩ଲକ୍ଷ ଟଙ୍କା ନିବେଶ କରିଥିଲେ। ପରେ ଆକାଉଣ୍ଟରେ ଥିବା ସବୁ ଟଙ୍କା ନେଇ କାଟି ନେଇଥିଲେ ମାୟାବିନି ଯୁବତୀ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଚିନ୍ତା ବଢ଼଼ାଇଲାଣି ‘ଟ୍ରେଡିଂ ଆପ୍‌‌’; ସତର୍କ କଲା ପୁଲିସ
୫୦ ପ୍ରତିଶତ ଅନ୍‌‌ଲାଇନ୍‌‌ ଟ୍ରେଡିଂ ଓ ଟଙ୍କା ବିନିଯୋଗରୁ ସାଇବର ଠକେଇ ହେଉଛି। ଟଙ୍କା ବିନିଯୋଗ କରି ଅଧିକ ରିଟର୍ଣ୍ଣ ଅବା ସୁଧ ମିଳିବା ମୋହ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଯାଉଛନ୍ତି ଠକ। ପ୍ରଥମ ଜମା ଉପରେ ଆକର୍ଷଣୀୟ ସୁଧ ଦେଉଛନ୍ତି। ପରେ ମିଳୁଥିବା ସମ୍ପୂର୍ଣ୍ଣ ଜମା ଟଙ୍କା ହଡ଼ପ କରୁଛନ୍ତି। କମ୍‌‌ ସମୟରେ ଅଧିକ ଲାଭ ପାଇଁ ଏହି ଠକେଇ ବଢ଼ୁଥିବା ସାଇବର ବିଶେଷଜ୍ଞ କହିଛନ୍ତି। ସେଭଳି କେବଳ ରାଜ୍ୟ ନୁହେଁ ଦେଶରେ ଏବେ ଟ୍ରେଡିଂ ଆପ୍‌‌ ଠକେଇ ଚିନ୍ତାଜନକ ସ୍ଥିତିରେ ରହିଛି। ଦରିଆ ଅରପାରି ଅର୍ଥାତ୍‌‌ ଚୀନ୍‌‌, ଦୁବାଇ, ହଂକଂ ଓ ମାଲେସିଆରୁ ଠକେଇର ମଞ୍ଜି ବୁଣି ଠକ ନେଇ ଯାଉଛନ୍ତି କୋଟି କୋଟି ଟଙ୍କା। କେବଳ ଭାରତ ନୁହେଁ, ଆଉ ୫ ଦେଶରେ ବିଦେଶୀ ଠକ ଟ୍ରେଡିଂ ଆପ୍‌‌ ଜରିଆରେ ବିଛାଇଛନ୍ତି ଠକେଇର ନେଟ୍‌‌ୱର୍କ। ପାକିସ୍ତାନ, ନେପାଳ, ଶ୍ରୀଲଙ୍କା, ବାଂଲାଦେଶ, ଇଣ୍ଡୋନେସିଆ ଭଳି ଦେଶରେ ଏମାନେ ସକ୍ରିୟ ରହିଛନ୍ତି। ସେହିପରି ଅନ୍‌‌ଲାଇନ୍‌‌ ପ୍ଲାଟ୍‌‌ଫର୍ମରେ ଅଳ୍ପଦିନରେ ଅର୍ଥ ଦୁଇଗୁଣ ହୋଇଯିବାର ପ୍ରଲୋଭନ ଦେଖାଇ ବହୁ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍‌‌ କରିବା ଭଳି ଘଟଣା ନଜରକୁ ଆସୁଛି। ଅର୍ଥନିବେଶ କରିବା ପୂର୍ବରୁ ପ୍ରଥମେ ଟ୍ରେଡିଂ ଆପ୍‌‌ର ବିଶ୍ୱସନୀୟତାକୁ ଯାଞ୍ଚ କରନ୍ତୁ। ବେଆଇନ୍‌‌ ଟ୍ରେଡିଂ ଆପ୍‌‌ଠାରୁ ଦୂରେଇ ରହିବାକୁ ଓଡ଼ିଶା ପୁଲିସ ପକ୍ଷରୁ ଟୁଇଟ୍‌‌ କରି ସତର୍କ ରହିବା ସହ ପରାମର୍ଶ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର