ପତ୍ନୀହନ୍ତା କର୍ଣ୍ଣେଲଙ୍କ କଳା କାହାଣୀ, ଏମିତି ଥିଲା ପୂରା ଘଟଣା…

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ବହୁ ଚର୍ଚ୍ଚିତ ହତ୍ୟା ଘଟଣା ଭିତରୁ ନୂଆପଲ୍ଲୀର ପତ୍ନୀହନ୍ତା କର୍ଣ୍ଣେଲଙ୍କ କଳାକାହାଣୀ ଭିନ୍ନ। ଏହାରି ଭିତରେ ଘଟଣାକୁ ୮ବର୍ଷ ବିତିଗଲାଣି। ସେହିପରି କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଆଜୀବନ ସଜାରେ ଦଣ୍ଡିତ ମଧ୍ୟ କରାଯାଇଛି। ଗୋଟିଏ ଦିନ ପରେ ତାଙ୍କ ସଜାକୁ ବର୍ଷେ ପୂରିବ। ହେଲେ ଆଜି ବି ଜନମାନସର ଏହି ଲୋମଟାଙ୍କୁରା ହତ୍ୟା ଘଟଣା ସତେଜ ରହିଛି। କାହିଁକି କର୍ଣ୍ଣେଲ ତାଙ୍କ ପତ୍ନୀଙ୍କୁ ହତ୍ୟା କଲେ ଓ କାହିଁକି ଖଣ୍ଡଖଣ୍ଡ କରି କାଟି ଟିଫିନ୍‍ […]

ଭୁବନେଶ୍ୱର: ରାଜଧାନୀରେ ବହୁ ଚର୍ଚ୍ଚିତ ହତ୍ୟା ଘଟଣା ଭିତରୁ ନୂଆପଲ୍ଲୀର ପତ୍ନୀହନ୍ତା କର୍ଣ୍ଣେଲଙ୍କ କଳାକାହାଣୀ ଭିନ୍ନ। ଏହାରି ଭିତରେ ଘଟଣାକୁ ୮ବର୍ଷ ବିତିଗଲାଣି। ସେହିପରି କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଆଜୀବନ ସଜାରେ ଦଣ୍ଡିତ ମଧ୍ୟ କରାଯାଇଛି। ଗୋଟିଏ ଦିନ ପରେ ତାଙ୍କ ସଜାକୁ ବର୍ଷେ ପୂରିବ। ହେଲେ ଆଜି ବି ଜନମାନସର ଏହି ଲୋମଟାଙ୍କୁରା ହତ୍ୟା ଘଟଣା ସତେଜ ରହିଛି। କାହିଁକି କର୍ଣ୍ଣେଲ ତାଙ୍କ ପତ୍ନୀଙ୍କୁ ହତ୍ୟା କଲେ ଓ କାହିଁକି ଖଣ୍ଡଖଣ୍ଡ କରି କାଟି ଟିଫିନ୍‍ ଭିତରେ ସାଇତି ରଖିଥିଲେ ତାହାର ରହସ୍ୟ ଏଯାଏ ବି ଖୋଲିନାହିଁ। କେହି କେହି ଏହାକୁ ବିକୃତି କହୁଛନ୍ତି ତ କେହି ଶଇତାନୀ ବୁଦ୍ଧି ବୋଲି କହୁଛନ୍ତି; ହେଲେ କର୍ଣ୍ଣେଲ ଏ ପ୍ରସଙ୍ଗରେ ପଦଟିଏ ବି କହିବାକୁ ନାରାଜ।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

୨୦୨୦ ଫେବୃଆରୀ ୨୫ରେ ରାୟ
୨୦୨୦ ଫେବୃଆରୀ ୨୫ରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ କୋର୍ଟ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ପତ୍ନୀହନ୍ତା ସୋମନାଥ ପରିଡାକୁ ଆଜୀବନ ସଜ୍ଜାରେ ଦଣ୍ଡିତ କରିଥିଲେ। ଏଥିସହିତ ୫୦ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶ କାର୍ଯ୍ୟକାରୀ ନ ହେଲେ ଆଉ ୬ ମାସ ସଜା ଭୋଗ କରିବାକୁ ପଡ଼ିବ ବୋଲି ମଧ୍ୟ ଅଦାଲତ ରାୟରେ ଉଲ୍ଲେଖ କରିଥିଲେ। ସେହିପରି ପ୍ରମାଣନଷ୍ଟ କରିବା ନିମନ୍ତେ ଧାରା ୨୦୧ରେ ବର୍ଷେ ଜେଲ ଦଣ୍ଡ ଓ ୧୦ହଜାର ଟଙ୍କା ଜରିମାନା ନିର୍ଦେଶ ଦିଆଯାଇଥିଲା ଓ ଜୋରିମାନା ଅନାଦାୟ ହେଲେ ଆଉ ୨ମାସ ଜେଲ ଦଣ୍ଡ ରାୟ ମିଳିଥିଲା।

ଭେଟିବାକୁ କେହି ଆସୁନାହାନ୍ତି
କର୍ଣ୍ଣେଲ ସୋମନାଥ ପରିଡାଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି। ସେମାନେ ବିଦେଶରେ ରହୁଛନ୍ତି। ଛୁଟିରେ ବେଳେ ଘରକୁ ଆସୁଛନ୍ତି; କିନ୍ତୁ ସେମାନେ ସୋମନାଥକୁ ଭେଟିବା ଲାଗି ଝାରପଡା ଜେଲ ଯାଉନାହାନ୍ତି। ତାଙ୍କ ମା’ଙ୍କୁ ହତ୍ୟା କରିଥିବାରୁ ବାପା ଉପରେ ଆକ୍ରୋଶ ରଖି ଦୁହେଁ ଯାଉନଥିବା ପଡ଼ୋଶୀମାନେ କହିଛନ୍ତିି। ଝାରପଡା ଜେଲରେ ରହିଥିବା ଅନ୍ୟ ଅନ୍ତେବାସୀଙ୍କ ପରିବାରଲୋକେ ଆସୁଥିବା ବେଳେ ସୋମନାଥଙ୍କ ପରିବାରଲୋକେ କେବେ ତାଙ୍କୁ ଭେଟିବାକୁ ଆସୁନଥିବା ଜେଲର ଜଣେ ଅଧିକାରୀ କହିଛନ୍ତି।

ମିଲିଟାରୀଠାଣି ଆଉ ନାହିଁ
ପତ୍ନୀଙ୍କୁ ହତ୍ୟା କରିବା ପରେ ମଧ୍ୟ ସୋମନାଥଙ୍କ ମିଲିଟାରୀ ଠାଣି କମିନଥିଲା। ଝାରପଡା ଜେଲର କର୍ମଚାରୀ ଏବଂ ଅନ୍ୟ ଅନ୍ତେବାସୀଙ୍କୁ ଗାଳିଗୁଲଜ କରିଥିଲେ। ବିଭିନ୍ନ କଥାରେ ନିଜକୁ ସାମିଲ କରି ପାଣ୍ଡିତ୍ୟ ଦେଖାଉଥିଲେ। ଏଥିସହିତ କୋର୍ଟରେ ସଜା ପରେ ନିଜକୁ ନିର୍ଦୋଷ ବୋଲି ଉଲ୍ଲେଖ କରି ଖଲାସ ଦାବି କରିଥିଲେ। ସଜା କମ୍‍ ମିଳିବ ଏବଂ ଜେଲରୁ ଖୁବ୍‍ଶୀଘ୍ର ମୁକୁଳିଯିବେ ବୋଲି ସୋମନାଥ ମଧ୍ୟ ଭାବୁଥିଲେ; କିନ୍ତୁ ପରବର୍ତ୍ତୀ ସମୟରେ ଜଘନ୍ୟ ହତ୍ୟାକାଣ୍ଡ କରିଥିବାରୁ ଜିଲ୍ଲା ଦୌରାଜଜ କୋର୍ଟ ଆଜୀବନ ସଜାରେ ଦଣ୍ଡିତ ହେବା ପରେ ତାଙ୍କ ତେଜ କମିଯାଇଛି। ଆଜୀବନ ସଜାରେ ଦଣ୍ଡିତ ହେବା ଦିନ ସେ କୋର୍ଟ ରୁମ୍‍ରେ କାନ୍ଦିିପକାଇଥିଲା। ଏହାପରେ ସେ ଝାରପଡା ଜେଲରେ ରହୁଛନ୍ତି ସତ କିନ୍ତୁ ପୂର୍ବଭଳି ରାଗୁନାହାନ୍ତି। ଏଥିସହିତ ସରଳ ଜୀବନଯାପନ କରିବା ଲାଗି ଚେଷ୍ଟା କରୁଛନ୍ତି।

ଏମିତି ଥିଲା ପୂରା ଘଟଣା
ସୋମନାଥ ଏବଂ ତାଙ୍କ ପତ୍ନୀ ଉଷାଶ୍ରୀ ରହୁଥିଲେ। କୌଣସି କାରଣକୁ ନେଇ ସୋମନାଥ ତାଙ୍କ ପତ୍ନୀ ଉଷାଶ୍ରୀଙ୍କୁ ହତ୍ୟା କରିଥିଲେ। ଏହାପରେ ପତ୍ନୀଙ୍କ ମର ଶରୀରକୁ ୩୦୦ ଖଣ୍ଡ କରି ୨୨ଟି ଟିଫିନରେ ଫ୍ରିଜ୍‍ରେ ରଖିଥିଲେ। ପ୍ରାୟ ୨୦ ଦିନ ପତ୍ନୀଙ୍କ ଖଣ୍ଡବିଖଣ୍ଡିତ ମାଂସଖଣ୍ଡକୁ ସାଇତିଥିଲେ କର୍ଣ୍ଣେଲ। ମାଂସଗୁଡିକ ପଚି ଦୁର୍ଗନ୍ଧ ହେବା ପରେ ମଧ୍ୟ ସୋମନାଥ ଉକ୍ତ ଘରେ ରହୁଥିଲେ। କୌଣସି ବାହାରଲୋକଙ୍କୁ ଘରକୁ ଆସିବାକୁୁ ଅନୁମତି ଦେଉନଥିଲେ। ତେବେ ପ୍ରମାଣ ନଷ୍ଟ କରିବା ପୂର୍ବରୁ ଉକ୍ତ ଘରେ ଚଢ଼ଉ କରିଥିଲା ନୂଆପଲ୍ଲୀ ଥାନା ପୁଲିସ। ଘର ଭିତରୁ ଟିଫିନ୍‍ରେ ଭର୍ତ୍ତି ମାଂସ ଖଣ୍ଡ, ଗୋଟିଏ ଗୋଡ ଓ ହାଡ଼ ଖଣ୍ଡ ମଧ୍ୟ ଠାବ କରିଥିଲା। ଘର ଭିତରୁ ଛୁରି, ଚାପଡ, କରତ, ଗ୍ଲୋବସ, ଗଜ୍‍ କନା ଏବଂ ରକ୍ତ ଭିଜା ଟର୍ଚ୍ଚ ଲାଇଟ ମଧ୍ୟ ଜବତ କରାଯାଇଥିଲା। ୨୦୧୩ମସିହା ଜୁନ୍‍ ୨୨ରେ ହତ୍ୟାକାଣ୍ଡ ଉପରୁ ପରଦା ହଟାଇଥିଲା କମିସନରେଟ ପୁଲିସ।

ଧରାଇଦେଇଥିଲେ ଶଳା
ସୋମନାଥଙ୍କ ପୁଅ ଏବଂ ଝିଅ ବିଦେଶରେ ରହୁଥିଲେ। ସେମାନେ ଉଷାଶ୍ରୀଙ୍କ ସହିତ ନିୟମିତ କଥା ହେଉଥିଲେ। ହେଲେ ଅକସ୍ମାତ ଉଷାଶ୍ରୀ ଆଉ ଫୋନ ଉଠାଉ ନ ଥିଲେ। ଝିଅ ଲେଖା ମା’ଙ୍କ ଫୋନକୁ ଫୋନ୍‍ କରୁଥିଲେ। ମାତ୍ର ମା’ଙ୍କ ବଦଳରେ ବାପା ସୋମନାଥ ଫୋନ ଉଠାଉଥିଲେ, ବିଭିନ୍ନ ବାହାନା ଦେଖାଇ ମା’ ବାହାରକୁ ଯାଇଥିବା କହୁଥିଲେ। ସେହିପରି ପୁଅ ମଧ୍ୟ ଫୋନ କରୁଥିଲେ ବି ମା’ଙ୍କ ସହ କଥା ହୋଇ ପାରୁ ନ ଥିଲା। ମା’ ମୌନବ୍ରତ କରିଥିବା କହି ସୋମନାଥ କଥା ଏଡ଼ାଇ ଯାଉଥିଲେ। ସେତେବେଳକୁ ଉଷଶ୍ରୀଙ୍କୁ ସୋମନାଥ ହତ୍ୟା କରି ସାରିଥିଲେ ଓ ତାଙ୍କ ଶବକୁ ଟିକଟିକ୍‍ କରି ଟିଭିନରେ ସାଇତି ରଖିଥିଲେ। ସୋମନାଥଙ୍କ କଥାରେ ତାଳମେଳ ନ ଥିବାରୁ ପୁଅର ସନ୍ଦେହ ହୋଇଥିଲା। ସେ ଘଟଣା ବିଷୟରେ ତାଙ୍କ ମାମୁଁ ଅର୍ଥାତ୍‍ ଉଷାଶ୍ରୀଙ୍କ ଭାଇକୁ ଯୋଗଯୋଗ କରିଥଲେ। ମାମୁଁଙ୍କ ପରିବାର ଲୋକେ ଓ ନୂଆପଲ୍ଲୀ ଥାନା ପୁଲିସ ସୋମନାଥ ରହୁଥିବା ଘରେ ଚଢ଼ଉ କରିଥିଲେ। ପୁଲିସ ଘର ଭିତରୁ ମାଂସ ଖଣ୍ଡ ଜବତ କରିବା ସହ ମାରଣାସ୍ତ୍ର ମଧ୍ୟ ଜବତ କରିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଭିସେରା ରିପୋର୍ଟରୁ ୨୦ଦିନ ପୂର୍ବରୁ ହତ୍ୟା ହୋଇଥିବା ଜଣାପଡ଼ିଥିଲା। ଏଥିସହିତ କୌଣସି କାରଣକୁ ନେଇ ଉଶାଶ୍ରୀଙ୍କ ଟର୍ଚ୍ଚରେ ପିଟିଦେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ବଜାରରୁ ଚାପଡ଼, କରତ କିଣି ତାହାକୁ କାଟି ଖଣ୍ଡଖଣ୍ଡ କରିଥିଲେ ବୋଲି ପୁଲିସ ସୂଚନା ଦେଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର