ବାଲେଶ୍ବରରେ ବିଭତ୍ସ ହତ୍ୟା :ଭେଣ୍ଡିଆ ପୁଅକୁ ମାରି ଘରେ ପୋତିଦେଲା ମା‘, ୧୧ ଦିନ ପରେ ଜଣାପଡିଲା ସତ

The Sakala Picture
Published On

ବାଲେଶ୍ୱର : ନିଜ ପୁଅକୁ ହତ୍ୟା କରି ଘର ଭିତରେ ପୋତିଦେଲା ମାଆ । ବିଶ୍ୱାସ ନ ହେଲେ ମଧ୍ୟ ଏମିତି ଘଟଣା ଘଟିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଇଚ୍ଛାପୁର ପୋଖରୀ ଗାଁରେ ଘଟିଛି ଏହି ଘଟଣା । ଜନ୍ମକଲା ପୁଅକୁ ନିର୍ମମ ଭାବେ ନିଜ ବଡ଼ ପୁଅ ସହ ମିଶି ହତ୍ୟା କରି ଶୋଇବା ଘରେ ଲୁଣ ଦେଇ ପୋତି ଦେଇଥିଲା ମାଆ । ଏହି ଜଘନ୍ୟ ହତ୍ୟାକାଣ୍ଡ ସମ୍ପର୍କରେ ହତ୍ୟାର […]

ବାଲେଶ୍ୱର : ନିଜ ପୁଅକୁ ହତ୍ୟା କରି ଘର ଭିତରେ ପୋତିଦେଲା ମାଆ । ବିଶ୍ୱାସ ନ ହେଲେ ମଧ୍ୟ ଏମିତି ଘଟଣା ଘଟିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଇଚ୍ଛାପୁର ପୋଖରୀ ଗାଁରେ ଘଟିଛି ଏହି ଘଟଣା । ଜନ୍ମକଲା ପୁଅକୁ ନିର୍ମମ ଭାବେ ନିଜ ବଡ଼ ପୁଅ ସହ ମିଶି ହତ୍ୟା କରି ଶୋଇବା ଘରେ ଲୁଣ ଦେଇ ପୋତି ଦେଇଥିଲା ମାଆ । ଏହି ଜଘନ୍ୟ ହତ୍ୟାକାଣ୍ଡ ସମ୍ପର୍କରେ ହତ୍ୟାର ୧୧ ଦିନ ପରେ ଜଣାପଡ଼ିଥିଲା । ବଡ଼ କଥା ହେଲା ସାନ ଭାଇର ପିଣ୍ଡ ଶ୍ରାଦ୍ଧ କରି ବଡ଼ ଭାଇ ଫେରିବା ପରେ ହିଁ ସାମ୍ନାକୁ ଆସିଥିଲା ସତ । ଏହି ହତ୍ୟାକାଣ୍ଡ ଘଟିଛି ବାହାନଗା ଜାତୀୟ ରାଜପଥ ନିକଟସ୍ଥ ଇଚ୍ଛାପୁର ପୋଖରୀ ନିକଟରେ । ୨୨ ବର୍ଷୀୟ ସାନ ପୁଅକୁ ମାରି ଘରେ ପୋତି ଦେଇଥିଲେ ଉଭୟ ମାଆ ଓ ବଡ଼ ପୁଅ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ମାଓ ଦମନ ଅଭିଯାନକୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ୧୦ ହାର୍ଡକୋର ମାଓବାଦୀ

ପୁଲିସ ସୂତ୍ରରୁ ପ୍ରକାଶ ଯେ ଫେବୃଆରୀ ୧୨ ତାରିଖ ରାତି ୧୧ଟାରେ ମଦ ପିଇ ସାନ ପୁଅ ବଳରାମ ଜେନା ଘରକୁ ଫେରିବା ପରେ କୌଣସି କଥାକୁ ନେଇ ମାଆ ଶୁକୁରୀ ଜେନା (୫୫ ବର୍ଷ) ଓ ବଡ଼ ଭାଇ ଜଗବନ୍ଧୁ ଜେନାଙ୍କ (୩୨ ବର୍ଷ) ମଧ୍ୟରେ ବଚସା ହୋଇଥିଲା । ଏହା ଉଗ୍ର ରୂପ ଧାରଣ କରିବା ପରେ ଶୁକୁରୀ ଓ ଜଗବନ୍ଧୁ ମିଶି ବଳରାମ ଜେନାଙ୍କୁ ଏକ ଶାବଳରେ ଆକ୍ରମଣ କରିଥିଲେ । ଫଳରେ ବଳରାମଙ୍କର ମୃତ୍ୟୁ ଘଟିଥିଲା । ବଳରାମଙ୍କ ମୃତ ଦେହକୁ ଶୁକୁରୀ ଓ ଜଗବନ୍ଧୁ ଶୋଇବା ଘର ଭିତରେ ଏକ ଗାତ ଖୋଳି ଲୁଣ ଦେଇ ପୋତି ଦେଇଥିଲେ ବୋଲି ପୋଲିସ ଅନୁସନ୍ଧାନରୁ ଜଣାପଡ଼ିଛି । ହେଲେ ସେତେବେଳେ ଏହି ଘଟଣା ସମ୍ପର୍କରେ କାହାରିକୁ କିଛି ଜଣାପଡ଼ି ନ ଥିଲା । ଘଟଣା ଜଣାପଡ଼ିବା ପରେ ସୋର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାଆ ଓ ବଡ଼ ପୁଅକୁ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ବୁଲନ୍ଦସହରରେ ଚାଞ୍ଚଲ୍ୟ: ଜଙ୍ଗଲରୁ ମିଳିଲା ଦିଅର, ଭାଉଜ ଓ ୪ ବର୍ଷର କୁନି ଝିଅର ମୃତଦେହ, ପ୍ରେମ ସମ୍ପର୍କକୁ ନେଇ ସନ୍ଦେହ

ହତ୍ୟାର ୧୧ ଦିନ ପର୍ଯ୍ୟନ୍ତ ଏହି ଘଟଣାକୁ ସମସ୍ତଙ୍କ ଜ୍ଞାତରୁ ଲୁଚାଇ ରଖିଥିଲେ ଶୁକୁରୀ ଓ ତାଙ୍କ ବଡ଼ ପୁଅ ଜଗବନ୍ଧୁ । ସାନ ପୁଅ କୁଆଡ଼େ ଚାଲି ଯାଇଛି ବୋଲି କହୁଥିଲେ ସେମାନେ । ଏପରିକି ଏହି ହତ୍ୟା ବିଷୟରେ ସେମାନେ ଘରର ମୁରବୀ ତଥା ମୃତକର ପିତା ବାଇଧର ଜେନାଙ୍କୁ ବି ଜଣାଇ ନ ଥିଲେ । ଲୋକଙ୍କୁ ଲୁଚାଇ ସୁଦ୍ଧି କ୍ରିୟା କରିଥିଲେ ପରିବାର ।
ଗଙ୍ଗା ନଦୀରେ ସାନ ଭାଇର ଅସ୍ଥି ବିସର୍ଜନ ପାଇଁ ଜଗବନ୍ଧୁ ଯାଇଥିଲା । ରବିବାର ଦିନ ସେ ଘରକୁ ଫେରିବା ପରେ ସାଙ୍ଗମାନଙ୍କ ସହିତ ମଦ୍ୟପାନ କରୁଥିବା ସମୟରେ ଏହି ହତ୍ୟା ସମ୍ପର୍କରେ କହିଦେଇଥିଲା, ଯାହା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ।

ପୁଅକୁ ହତ୍ୟା କରିଥିବା ନେଇ ପୁଲିସ ଆଗରେ ବଳରାମର ମା‘ ଶୁକୁରୀ ସତ ମାନିଛନ୍ତି। ଏନେଇ ସେ କହିଛନ୍ତି ଯେ ‘‘ସେ (ସାନ ପୁଅ ବଳରାମ) ସବୁ ଦିନ ମଦ ପିଇ ଘରକୁ ଆସେ ଓ ମୋତେ ମାଡ଼ ମାରେ । ଅଶ୍ଳୀଳ ବ୍ୟବହାର ବି କରେ । ମଦ ନିଶାରେ ନିଜ ଜନ୍ମକଲା ମା’କୁ ବି ଅଶ୍ଳୀଳ ବ୍ୟବହାର କରିବାକୁ ସେ ଚେଷ୍ଟା କରୁଥିଲା । ମୁଁ ତାକୁ ଅଟକେଇବା ପାଇଁ ପାଖରେ ଏକ ଶାବଳ ଆଣି କାନ୍ଥକୁ ପିଟୁଥିଲି, ହେଲେ ଶାବଳଟି କାନ୍ଥ ବଦଳରେ ତା’ କାନ ମୂଳରେ ବାଜି ଯାଇଥିଲା । ତେଣୁ ସଙ୍ଗେ ସଙ୍ଗେ ତା’ର ମୃତ୍ୟୁ ହୋଇଯାଇଥିଲା। ବଳରାମର ମଦ ନିଶାରେ ଏ ଭଳି ଆକ୍ରମଣ ଓ ଖରାପ ବ୍ୟବହାର ଯୋଗୁଁ ତା’ ସ୍ତ୍ରୀ ନିଜ ଛୋଟ ଝିଅ ସହ ବାପ ଘରେ ରହୁଛି ବୋଲି ସେ କହିଛନ୍ତି । ଅନ୍ୟପଟେ ମୃତକର ଅଭିଯୁକ୍ତ ବଡ଼ ଭାଇ ଜଗବନ୍ଧୁ ଜେନା କହିଛି ଯେ ସେ ହତ୍ୟା କରିନାହାନ୍ତି । ‘‘ମୋ’ ମା’ ଏହି ହତ୍ୟା କରିଛି । ସବୁ ବେଳେ ସେ (ବଳରାମ) ମା’କୁ ଆକ୍ରମଣ କରେ । ସେ ଦିନ ମଧ୍ୟ ମାଡ଼ ମାରୁଥିଲା । ଏଇ ସମୟରେ ମା’ର ଆକ୍ରମଣରେ ତା’ର ମୃତ୍ୟୁ ହେଲା । ମା’କୁ କାଳେ ଜେଲ୍‌ ହୋଇଯିବ, ସେହି ଭୟରେ ଆମେ ଶବକୁ ପୋତିଦେଇଥିଲୁ,’’ କହିଛି ବଳରାମ ।

23 Feb 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର