୪୮ ଘଣ୍ଟାର ରେଡ ପରେ ଗିରଫ ହେଲେ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ

The Sakala Picture
Published On

ଭୁବନେଶ୍ୱର: ୪୮ ଘଣ୍ଟାର ରେଡ ପରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଗିରଫ କରିଛି ଭିଜିଲାନ୍ସ। କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଅକଳନ ସମ୍ପତ୍ତି ଦେଖି ଭିଜିଲାନ୍ସ ବିଭାଗ ଅବାକ ହୋଇ ଯାଇଛି। ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କ ଘରୁ ଭିଜିଲାନ୍ସ ଜବତ କରିଛି ପ୍ରାୟ ୨ କୋଟି ୫୦ ହଜାର ନଗଦ ଟଙ୍କା। ପୂର୍ବରୁ ଚଢଉ ସମୟରେ […]

ଭୁବନେଶ୍ୱର: ୪୮ ଘଣ୍ଟାର ରେଡ ପରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଗିରଫ କରିଛି ଭିଜିଲାନ୍ସ। କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଅକଳନ ସମ୍ପତ୍ତି ଦେଖି ଭିଜିଲାନ୍ସ ବିଭାଗ ଅବାକ ହୋଇ ଯାଇଛି। ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କ ଘରୁ ଭିଜିଲାନ୍ସ ଜବତ କରିଛି ପ୍ରାୟ ୨ କୋଟି ୫୦ ହଜାର ନଗଦ ଟଙ୍କା।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ପୂର୍ବରୁ ଚଢଉ ସମୟରେ ତାଙ୍କର ୨.୭୬ କୋଟିର ସମ୍ପତ୍ତି ଠାବ କରାଯାଇଥିଲା। ଏଥିରେ ୨ଟି ଫ୍ଲାଟ୍‍ , ଭୁବନେଶ୍ୱରରେ ଗୋଟିଏ ୨ମହଲା କୋଠା, ୩୭.୨୩ଲକ୍ଷ ଟଙ୍କାର ବ୍ୟାଙ୍କ୍‍ ଓ ବୀମା ଜମା ସହ ଭୁବନେଶ୍ୱର ଓ ବ୍ରହ୍ମପୁରରେ ୭ଟି ପ୍ଲଟ ଠାବ କରିଥିଲା ଭିଜିଲାନ୍ସ। ମାତ୍ର ଆଜି ନଗଦ ୨ କୋଟି ଟଙ୍କା, ସୁନା ବିସ୍କୁଟ ଓ ଅଧ କିଲୋରୁ ଊର୍ଦ୍ଧ୍ବ ସୁନା ଗହଣା ପୁଣି ଭିଜିଲାନ୍ସ ହାତରେ ଲାଗିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଗୁରୁବାର ଭିଜିଲାନ୍ସ ସରକାରୀ ଯନ୍ତ୍ରୀ କାର୍ତ୍ତିର୍କେଶ୍ୱର ରାଉଳ ଏବଂ ତାଙ୍କ ଦ୍ୱିତୀୟ ପତ୍ନୀ କୁହାଯାଉଥିବା କଳ୍ପନା ପ୍ରଧାନଙ୍କ ଟାଟା ଆରିଆନା ଫ୍ଲାଟ୍‍ ନମ୍ବର ୦୫୦୫ରେ ଚଢଉ କରିଥିଲା। ଏହି ସମୟରେ ଘର କୋଣରେ ବଡ଼଼ ଏୟାର ବ୍ୟାଗରେ ବିଡ଼ାବିଡ଼ା ୫୦୦ ଟଙ୍କିଆ ନୋଟ୍‍ର ସନ୍ଧାନ ପାଇଥିଲା ଭିଜିଲାନ୍ସ। ଏହି ଟଙ୍କା ଗଣାଯିବା ପରେ ଦୁଇ କୋଟିରେ ପହଞ୍ଚିଥିବା ସୂଚନା ମିଳିଛି। ତଦନ୍ତ ଚାଲିଥିବାରୁ ଏହାର ପରିମାଣ ଆହୁରି ବଢ଼଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଭିଜିଲାନ୍ସ ଇତିହାସରେ ଏକକାଳୀନ୨କୋଟି ଟଙ୍କା ଜବତ ହେବା ନୂଆ ଇତିହାସ ସୃଷ୍ଟି କରିଛି। କେବଳ ନଗଦ ଟଙ୍କା ନୁହେଁ ଯନ୍ତ୍ରୀଙ୍କ ଘରୁ ୫୮୦ ଗ୍ରାମର ସୁନା ଜବତ କରାଯାଇଛି। ଯେଉଁଥିରେ ୨୦ଟି ସୁନା ବିସ୍କୁଟ ରହିଛି। ଏହାପରେ ଭିଜିଲାନ୍ସ ସମ୍ପୃକ୍ତ ଯନ୍ତ୍ରୀଙ୍କ ବ୍ୟାଙ୍କ୍‍ ଆକାଉଣ୍ଟ, ଲକ୍‍ର ଆଦି ଯାଞ୍ଚ କରୁଛି। ଯେଉଁଥିରେ ଆହୁରି ସୁନା ଅଳଙ୍କାର ଏବଂ ଟଙ୍କା ଥିବା ସନ୍ଦେହ କରାଯାଉଛି।
ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ନିଜ ଘରେ କିଛି ଟଙ୍କା ସୁନା ରଖୁ ନ ଥିଲେ। ଦ୍ୱିତୀୟ ପତ୍ନୀଙ୍କ ନାମରେ ସେ ଏକାଧିକ ପ୍ଲଟ୍‍, ଟଙ୍କା ଏବଂ ସୁନା ଗହଣା ରଖୁଥିବା ସୂଚନା ପାଇବା ପରେ ଭିଜିଲାନ୍ସ ତାଙ୍କର ସମ୍ପତ୍ତି ଯାଞ୍ଚ କରିବା ଆରମ୍ଭ କରିଥିଲା।

ଏହି ଅର୍ଥରାଶି ସମ୍ପର୍କରେ ଭିଜିଲାନ୍ସ କାର୍ତ୍ତିକେଶ୍ୱରଙ୍କୁ ପଚରାଉଚରା କରିଥିଲେ ମଧ୍ୟ ସେ ସନ୍ତୋଷଜନକ ଉତ୍ତର ଦେଇ ପାରିନାହାନ୍ତି। ତେଣୁ ତାଙ୍କ ନାମରେ ଭିଜିଲାନ୍ସ ଏକ ମାମଲା ରୁଜୁ କରିଛି। ଆସନ୍ତାକାଲି ତାଙ୍କୁ ଗିରଫ କରାଯିବ ବୋଲି ଜନୈକ ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି। ଯନ୍ତ୍ରୀଙ୍କ ନାମରେ ଭିଜିଲାନ୍ସରେ ପୂର୍ବରୁ ବହୁ ଅଭିଯୋଗ ରହିଥିଲା। ନିକଟରେ ଜଣେ ବ୍ୟକ୍ତିଙ୍କ ଠାରୁ ଯନ୍ତ୍ରୀ ଜଣଙ୍କ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଇଥିଲେ। ଏନେଇ ଭିଜିଲାନ୍ସ ନିକଟରେ ଖବର ପହଞ୍ଚିବା ପରେ ବୁଧବାର ସକାଳେ ଅତର୍କିତ ଭାବେ ଯନ୍ତ୍ରୀଙ୍କ ଭଞ୍ଜନଗର, ଖଲ୍ଲିକୋଟ ସମେତ ୬ଟି ସ୍ଥାନରେ ଚଢଉ କରାଯାଇଥିଲା। ଚଢଉ ସମୟରେ ତାଙ୍କର ୨.୭୬ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା।

08 Apr 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର