ହାଇଦର ଫେରାର୍ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୬ ପୁଲିସ କର୍ମଚାରୀ ସସପେଣ୍ଡ

The Sakala Picture
Published On

ଭୁବନେଶ୍ବର : କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ। ହାଇଦର କଟକ ବଡମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହେବା ପରେ ୬ଜଣ ପୁଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରିଛନ୍ତି ସମ୍ବଲପୁର ଏସ୍‌ପି । ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ୬ଜଣ ପୁଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ଜଣେ ହାବିଲଦାର ଓ ୫ଜଣ କନେଷ୍ଟବଳଙ୍କୁ ସସ୍‌ପେଣ୍ଡ କରିଛନ୍ତି ସମ୍ବଲପୁର ଏସ୍‌ପି ।ବିଭାଗୀୟ ତଦନ୍ତ ପରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ହାବିଲଦାର ଓ ୫ ଜଣ […]

ଭୁବନେଶ୍ବର : କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ। ହାଇଦର କଟକ ବଡମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହେବା ପରେ ୬ଜଣ ପୁଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରିଛନ୍ତି ସମ୍ବଲପୁର ଏସ୍‌ପି । ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ୬ଜଣ ପୁଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ଜଣେ ହାବିଲଦାର ଓ ୫ଜଣ କନେଷ୍ଟବଳଙ୍କୁ ସସ୍‌ପେଣ୍ଡ କରିଛନ୍ତି ସମ୍ବଲପୁର ଏସ୍‌ପି ।ବିଭାଗୀୟ ତଦନ୍ତ ପରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ହାବିଲଦାର ଓ ୫ ଜଣ କନଷ୍ଟେବଳଙ୍କୁ ସସ୍‌ପେଣ୍ଡ୍‌ କରାଯାଇଥିବା କହିଛନ୍ତି ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧର। ନିଲମ୍ବିତ ହୋଇଥିବା ହାବିଲଦାର ହେଲେ ରମେଶ ଚନ୍ଦ୍ର ଦେହୁରୀ, କନଷ୍ଟେବଳ ବୁଲବୁଲ ସାହୁ, କନଷ୍ଟେବଳ ଦୀପକ ସାହୁ, ମହମ୍ମଦ ମୌସିମ, ଉମାକାନ୍ତ ବେହେରା ଓ ସୁଧାଂଶୁ ମାଝି।

ଅନ୍ୟପଟେ ହାଇଦରକୁ ଧରିବା ପାଇଁ ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ରେଞ୍ଜ ଡିଆଇଜି ଜୟ ନାରାୟଣ ପଙ୍କଜ । ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଅପରେସନ୍ ହାଇଦର ସେନେଇ ଆଲୋଚନା କରାଯାଇଛି।

ରାଜ୍ୟର ସମସ୍ତ ଏସପିଙ୍କୁ ଆଲର୍ଟ କରାଯାଇଛି । ଏସଟିଏଫ୍‌କୁ ସଜାଗ କରାଯାଇଛି । ପ୍ରବେଶ ପ୍ରସ୍ଥାନ ପଥ ଯାଞ୍ଚ ହେଉଛି । ରାଜ୍ୟର ବର୍ଡର, ରେଲୱେ ପଥ, ରୋଡ ଉପରେ ନଜର ରହିଛି । ଖୁବଶୀଘ୍ର ହାଇଦରକୁ ଧରାଯିବ । ଡିଜିପିଙ୍କ ହାଇଲେବେଲ ବୈଠକରୁ ବାହାରିବା ପରେ କ୍ରାଇମବ୍ରାଞ୍ଚ ଏଡିଜି ଜସବନ୍ତ ଜେଠୱା ଏନେଇ ସୂଚନା ଦେଇଛନ୍ତି ।

ହାଇଦରକୁ ଧରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ୬ ଟି ଟିମ୍ ସାମିଲ ଅଛି ।  ବର୍ତ୍ତମାନ ଯାହା ଲିଡ୍ ଓ କ୍ଲୁ ମିଳିଛି ତାହା ଉପରେ ତଦନ୍ତ ଚାଲିଛି । ପରିବାର ଲୋକଙ୍କୁ ପରେ ଜେରା ହେବ । ପ୍ରଥମ କାମ ରେଡ୍ କରି ହାଇଦରକୁ ଧରିବା । ଏକ କେସ ରେଜିଷ୍ଟର ହୋଇଛି । ସିଷ୍ଟରଙ୍କ ବୟାନ ରେକର୍ଡ କରାଯିବ । ମେଡିକାଲ ସିସିଟିଭି ଯାଞ୍ଚ ହେବ । ଗତକାଲି ମଂଚେଶ୍ବରର ଏକ ସ୍ଥାନରେ ରେଡ୍ ହୋଇଥିଲା । ହାଇଦରକୁ ଧରିବା ପାଇଁ ଯାହା ପଦକ୍ଷେପ ନିଆଯିବା କଥା ନିଆଯାଉଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଜସବନ୍ତ ଜେଠୱା କହିଛନ୍ତି।

ଗତକାଲି ଠାରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଅଲ୍ଲୀ ପୁଲିସକୁ ଚକମା ଦେଇ ଏସସିବି ମେଡିକାଲରୁ ଫେରାର ହୋଇଯାଇଛି । ହାଇଦରକୁ ଧରିବା ପାଇଁ କମିଶନରେଟ୍ ପକ୍ଷରୁ ସ୍ୱତନ୍ତ୍ର ଅପରେଶନ୍ ଆରମ୍ଭ କରାଯାଇଛି ।  ସ୍ପେଶାଲ ସ୍କ୍ୱାର୍ଡ ହାଇଦରକୁ ଧରିବା ପାଇଁ କଟକ ସହରର ଗଳି କନ୍ଦି ସର୍ଚ୍ଚ ଚଳାଇଛନ୍ତି । ଏହାରି ମଧ୍ୟରେ କଟକର ସମସ୍ତ ସୀମା ମଧ୍ୟ ସିଲ୍ ହୋଇସାରିଛି ।

11 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର