ଧରାପଡ଼ିଲା ‘୪୨୦’ ପ୍ରେମିକ: ପାଠରେ ଜିରୋ, ଲୁଟିବାରେ ମାଷ୍ଟର; ପ୍ରେମରେ ଫଶିଛନ୍ତି ୧୫୦ ଯୁବତୀ

The Sakala Picture
Published On

ଭୁବନେଶ୍ୱର: ଶିକ୍ଷାଗତ ଯୋଗ୍ୟତା ଷଷ୍ଠ ଫେଲ୍‍। ହେଲେ ପ୍ରେମରେ ସେ କରିଥିଲା ଡିଗ୍ରୀ। ୧୫୦ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କ ଠାରୁ ଅଭିନବ ଉପାୟରେ କରୁଥିଲା ଠକେଇ। ଏକାଧିକ ଯୁବତୀଙ୍କୁ ଠାରୁ ସେ ସୁନା ଗହଣା, ଟଙ୍କା, ମୋବାଇଲ୍‍ ଏବଂ ଅନ୍ୟାନ ସାମଗ୍ରୀ ଲୁଟି ଫେରାର ହୋଇଥିବା ଏଭଳି ଜଣେ ଯୁବକକୁ ଗିରଫ କରିଛି ସହିଦ୍‍ନଗର ଥାନା ପୁଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବଡ଼ମ୍ବାର ପ୍ରଭାସ ଦାଶ(୩୨)। ତାକୁ ସହିଦନଗର ଥାନା ପୁଲିସ ବାଲେଶ୍ୱରରୁ […]

ଭୁବନେଶ୍ୱର: ଶିକ୍ଷାଗତ ଯୋଗ୍ୟତା ଷଷ୍ଠ ଫେଲ୍‍। ହେଲେ ପ୍ରେମରେ ସେ କରିଥିଲା ଡିଗ୍ରୀ। ୧୫୦ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କ ଠାରୁ ଅଭିନବ ଉପାୟରେ କରୁଥିଲା ଠକେଇ। ଏକାଧିକ ଯୁବତୀଙ୍କୁ ଠାରୁ ସେ ସୁନା ଗହଣା, ଟଙ୍କା, ମୋବାଇଲ୍‍ ଏବଂ ଅନ୍ୟାନ ସାମଗ୍ରୀ ଲୁଟି ଫେରାର ହୋଇଥିବା ଏଭଳି ଜଣେ ଯୁବକକୁ ଗିରଫ କରିଛି ସହିଦ୍‍ନଗର ଥାନା ପୁଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବଡ଼ମ୍ବାର ପ୍ରଭାସ ଦାଶ(୩୨)। ତାକୁ ସହିଦନଗର ଥାନା ପୁଲିସ ବାଲେଶ୍ୱରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ନାଁରେ ବାଦାମବାଡ଼ି ଥାନା, ଜଗତପୁର ଥାନା ଏବଂ ଖାରବେଳନଗର ଥାନାରେ ଏକାଧିକ ମାମଲା ରହିଛି। ପ୍ରଭାସର ମୋବାଇଲ୍‍ ଯାଞ୍ଚ କରିବା ପରେ ପୁଲିସ ଚକିତ ହୋଇଯାଇଛି। ତା’ ମୋବାଇଲ୍‍ରୁ ୧୫୦ ଯୁବତୀଙ୍କ ଫଟୋ ସହ ସେମାନଙ୍କ ସହ ପ୍ରେମ ଆଳାପ କରିବାର ମେସେଜ୍‍ ପୁଲିସ ପାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କାଳକାଜୀ ମନ୍ଦିର ନିକଟରେ ପୋଲିସ ବେଶରେ ଆସି ନାବାଳିକାଙ୍କୁ ଗଣଦୁଷ୍କର୍ମ, ଏନକାଉଣ୍ଟର ପରେ ଜଣେ ଗିରଫ

କିଭଳି ଲୁଟୁଥିଲା ପ୍ରଭାସ
ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇବା ପରେ ପ୍ରଭାସ ତାଙ୍କୁ ପାର୍କ, ମଲ୍‍ ଏବଂ ଷ୍ଟେସନରେ ଦେଖା କରିବାକୁ ଡାକୁଥିଲା। ପାର୍କର୍ରେ ବୁଲିବା ସମୟରେ ସେ ଯୁବତୀଙ୍କୁ ଫୋନ୍‍ କରିବା ପାଇଁ କହି ଫୋନ୍‍ ମାଗୁଥିଲା। ପରେ ବିଭିନ୍ନ ଆଳ ଦେଖାଇ ତାଙ୍କ ନିକଟରୁ ଖସି ପଳାଉଥିଲା। ସେହିଭଳି ମଲ୍‍ ଯାଇ ଯୁବତୀଙ୍କ ସହ ଖାଉଥିଲେ। ଯୁବତୀ ଖାଇସାରିବା ପରେ ତାଙ୍କ ଉପରେ ବିଶ୍ୱାସ କରି ଭ୍ୟାନିଟି ବ୍ୟାଗ୍‍ ଧରିବାକୁ ଦେଇ ୱାସ୍‍ରୁମ୍‍ ଯାଉଥିଲା। ଏହି ସମୟରେ ପ୍ରଭାସ ସେଠାରୁ ଭ୍ୟାନିଟି ନେଇ ଫେରାର ହୋଇଯାଉଥିଲା। ଅନେକ ସମୟରେ ଟ୍ରେନ୍‍ରେ ଯୁବତୀଙ୍କୁ ବୁଲିଯିବାକୁ କହୁଥିଲା। ଯୁବତୀ ଟ୍ରେନ୍‍ରେ ବସିଥିବା ବେଳେ ଅଧାବାଟରେ ଯୁବତୀଙ୍କୁ ମୋବାଇଲ୍‍ ଏବଂ ଭ୍ୟାନିଟି ଧରି ଚମ୍ପଟ ମାରୁଥିଲା।

ୱେବ୍‍ସାଇଟ୍‍ରେ ବିଛାଇଥିଲା ଜାଲ
ଯୁବତୀଙ୍କୁ ଫସାଇବା ପାଇଁ ପ୍ରଭାସ ବିବାହ ୱେବ୍‍ସାଇଟ୍‍କୁ ପ୍ରମୁଖ ଅସ୍ତ୍ର କରିଥିଲା। ନିଜକୁ ଡାକ୍ତର ପରିଚୟଦେଇ ଏକ ବିବାହ ୱେବ୍‍ସାଇଟ୍‍ରେ ବିଜ୍ଞାପନ ଦେଇଥିଲା। ବିଜ୍ଞାପନ ଦେଖି ଏକାଧିକ ଯୁବତୀ ବିବାହ ପାଇଁ ତା ସହ ଯୋଗାଯୋଗ କରୁଥିଲେ। ପ୍ରଭାସ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଉଥିଲା। ଫୋନ୍‍ରେ ଏକାଧିକ ଯୁବତୀଙ୍କ କଲ୍‍ ଆସୁଥିବାରୁ ସେ ଫୋନ୍‍ରେ କଥା ହେଉ ନ ଥିଲା। ସବୁବେଳେ ସେ ସୋସିଆଲ ମିଡିଆରେ ଯୋଗାଯୋଗ କରୁଥିଲା।

ଷଷ୍ଠ ଫେଲ୍‍; ଡାକ୍ତରୀ ପାସ୍‍!
ପ୍ରଭାସର ଶିକ୍ଷାଗତ ଯୋଗ୍ୟତା ଷଷ୍ଠ ଶ୍ରେଣୀ, ହେଲେ ସେ ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇବା ପାଇଁ ନିଜକୁ କହୁଥିଲା ବ୍ରହ୍ମପୁର ଏମ୍‍କେସିଜି ମେଡିକାଲ କଲେଜର ଗାଇନିଂ ଡାକ୍ତର। ତା’ର ମାସକୁ ଦରମା ଏକ ଲକ୍ଷ ଟଙ୍କା। ଏପରିକି ସେ ଫେସ୍‍ବୁକ୍‍ ପ୍ରୋଫାଇଲରେ ମଧ୍ୟ ନିଜକୁ ଡାକ୍ତର ବୋଲି ଉଲ୍ଲେଖ କରିଥିଲା। ଏହାକୁ ଦେଖି ଅନେକ ଯୁବତୀ ସହଜରେ ତା’ର ପ୍ରେମ ଜାଲରେ ଫସିଯାଉଥିଲେ। ଯାହାର ଫାଇଦା ନେଇ ପ୍ରଭାସ ଯୁବତୀମାନଙ୍କ ଠାରୁ ମୋବାଇଲ, ଟଙ୍କା, ସୁନାଗହଣା ଲୁଟି ନେଇଥିଲା।

କେମିତି ଧରିଲା ପୁଲିସ

ପ୍ରଭାସ ଏହିଭଳି ରସୁଲଗଡ଼଼ରେ ରହୁଥିବା ସତ୍ୟବ୍ରତୀ ବାରିକ୍‍ଙ୍କ ସହ ଭେଟ ହୋଇଥିଲା। ସେ ଗତ ୨୬ ତାରିଖ ଅପରାହ୍ଣରେ ଏସ୍‍ପ୍ଲାନେଡ୍‍ ୱାନ୍‍ ମଲ୍‍ ଯାଇଥିଲେ। ସେଠାରେ ସେ ସତ୍ୟବ୍ରତୀଙ୍କୁ ମୋବାଇଲ୍‍ରେ ଜରୁରୀ ଫୋନ୍‍ କରିବା ପାଇଁ କହି ଫୋନ୍‍ ମାଗି ନେଇଥିଲା। ଏହାପରେ ପ୍ରଭାସ ଫୋନ୍‍ ନେବା ପରେ ସେଠାରୁ ଚମ୍ପଟ ମାରିଥିଲା। ସତ୍ୟବ୍ରତୀ ତାକୁ ଖୋଜାଖୋଜି କରି ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ପ୍ରଭାସର ମୋବାଇଲ୍‍କୁ ଟ୍ରାକିଂ କରିବା ପରେ ସେ ବାଲେଶ୍ୱରରେ ଥିବା ଜାଣିବାକୁ ପାଇ ଏକ ଟିମ୍‍ ସେଠାକୁ ଯାଇ ତାକୁ ଗିରଫ କରିଛି। ଏହିଭଳି ସେ କିଛି ଦିନି ତଳେ ଖାରବେଳନଗର ଥାନା ଅଞ୍ଚଳରୁ ଜଣେ ଯୁବତୀଙ୍କ ଠାରୁ ସୁନାଗହଣା ଲୁଟି ନେଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର