ମନୋରଞ୍ଜନ
ଭାରତ ଗସ୍ତରେ ଆମେରିକା ଉପରାଷ୍ଟ୍ରପତି, ଆଗେଇବ ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମା
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଯୁଦ୍ଧକୁ ନେଇ ଖବରରେ ଅଛନ୍ତି। ବିଶ୍ୱର ଅନେକ ଦେଶ ଉପରେ ମନଇଚ୍ଛା ଶୁଳ୍କ ଲାଗୁ କରି ସେ ବିଶ୍ୱ ଅର୍ଥନୀତିରେ ଏକ ହଇଚଇ ସୃଷ୍ଟି କରିଛି। ଟ୍ରମ୍ପଙ୍କ ଏହି ଆଘାତରୁ ଭାରତ ମଧ୍ୟ ବର୍ତ୍ତିପାରିନାହିଁ। ଆମେରିକା ଭାରତ ଉପରେ ୨୬% ପାରସ୍ପରିକ ଟିକସ ଲାଗୁ କରିବାକୁ ଘୋଷଣା କରିଛି। ଟ୍ରମ୍ପଙ୍କ ଏହି ଘୋଷଣା ମଧ୍ୟରେ, ତାଙ୍କର ଡାହାଣ ହାତ ବୋଲି ବିବେଚନା କରାଯାଉଥିବା ଉପରାଷ୍ଟ୍ରପତି ଜେଡି […]
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଯୁଦ୍ଧକୁ ନେଇ ଖବରରେ ଅଛନ୍ତି। ବିଶ୍ୱର ଅନେକ ଦେଶ ଉପରେ ମନଇଚ୍ଛା ଶୁଳ୍କ ଲାଗୁ କରି ସେ ବିଶ୍ୱ ଅର୍ଥନୀତିରେ ଏକ ହଇଚଇ ସୃଷ୍ଟି କରିଛି। ଟ୍ରମ୍ପଙ୍କ ଏହି ଆଘାତରୁ ଭାରତ ମଧ୍ୟ ବର୍ତ୍ତିପାରିନାହିଁ। ଆମେରିକା ଭାରତ ଉପରେ ୨୬% ପାରସ୍ପରିକ ଟିକସ ଲାଗୁ କରିବାକୁ ଘୋଷଣା କରିଛି। ଟ୍ରମ୍ପଙ୍କ ଏହି ଘୋଷଣା ମଧ୍ୟରେ, ତାଙ୍କର ଡାହାଣ ହାତ ବୋଲି ବିବେଚନା କରାଯାଉଥିବା ଉପରାଷ୍ଟ୍ରପତି ଜେଡି ଭାନ୍ସ ଭାରତ ଗସ୍ତରେ ଆସିଛନ୍ତି। ଜେଡି ଭାନ୍ସ ଏବଂ ତାଙ୍କ ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷା ଭାନ୍ସ ସେମାନଙ୍କର ତିନି ସନ୍ତାନଙ୍କ ସହିତ ଭାରତ ଆସିଛନ୍ତି। ଆମେରିକା ଏବଂ ଚୀନ୍ ମଧ୍ୟରେ ଶୁଳ୍କ ଉତ୍ତେଜନା ଏବଂ ଚାଲିଥିବା ବାଣିଜ୍ୟ ଯୁଦ୍ଧ ମଧ୍ୟରେ ଭାନ୍ସଙ୍କ ଏହି ଗସ୍ତ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଭାରତ ଏହି ସୁଯୋଗର ଫାଇଦା ଉଠାଇବାର କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହିଁବନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାନ୍ସ, ଆମେରିକାର ଦ୍ୱିତୀୟ ମହିଳା ଉଷା ଭାନ୍ସଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ଏବଂ ଭାନ୍ସଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତିର ସମୀକ୍ଷା ଏବଂ ସକାରାତ୍ମକ ମୂଲ୍ୟାଙ୍କନ ହୋଇଥିଲା। ଦୁଇ ଦେଶର ଲୋକଙ୍କ କଲ୍ୟାଣ ଉପରେ ଧ୍ୟାନ କେନ୍ଦ୍ରିତ କରି ପାରସ୍ପରିକ ଲାଭପ୍ରଦ ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମା ପାଇଁ ଆଲୋଚନାରେ ଉଲ୍ଲେଖନୀୟ ଅଗ୍ରଗତିକୁ ସେମାନେ ସ୍ୱାଗତ କରିଥିଲେ। ସେହିଭଳି, ଶକ୍ତି, ପ୍ରତିରକ୍ଷା, ରଣନୀତିକ ପ୍ରଯୁକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ଦିଗରେ ନିରନ୍ତର ପ୍ରୟାସ ଉପରେ ଉଭୟ ଗୁରୁତ୍ୱାରୋପ କରିଥିଲେ।
ଦୁଇ ନେତା ପାରସ୍ପରିକ ହିତ ସହ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ ଏବଂ ଆଗକୁ ବଢ଼ିବା ପାଇଁ ଆଲୋଚନା ଓ କୂଟନୀତି ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ହାର୍ଦ୍ଦିକ ଶୁଭକାମନା ବାର୍ତ୍ତା ଦେବା ସହ ଚଳିତ ବର୍ଷ ଶେଷରେ ତାଙ୍କର ଭାରତ ଗସ୍ତକୁ ସେ ଅପେକ୍ଷା କରି ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।






