ପଛରେ ପଡିଲା ଚୀନ୍‌, ଆମେରିକା ଭାରତର ଏକନମ୍ବର ବାଣିଜ୍ୟ ସହଯୋଗୀ

The Sakala Picture
Published On

ନୂଆଦିଲ୍ଲୀ : ଚାଇନାକୁ ପଛରେ ପକାଇ ଆମେରିକା ଏବେ ଭାରତର ସର୍ବବୃହତ ତଥା ଏକ ନମ୍ବର ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ର। ୨୦୨୧-୨୨ ଆର୍ଥିକବର୍ଷରେ ଆମେରିକା ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ସମସ୍ତ ରେକର୍ଡ ଭାଙ୍ଗିଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟର ଏକ ରିପୋର୍ଟ ଅନୁଯାୟୀ, ଆମେରିକା ବର୍ତ୍ତମାନ ଭାରତର ସର୍ବବୃହତ ବାଣିଜ୍ୟିକ ଅଂଶୀଦାର ହୋଇପାରିଛି। ଏହିପରି ଭାବରେ ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟରେ ଚାଇନା ପଛକୁ ଠେଲି ହୋଇଯାଇଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, […]

ନୂଆଦିଲ୍ଲୀ : ଚାଇନାକୁ ପଛରେ ପକାଇ ଆମେରିକା ଏବେ ଭାରତର ସର୍ବବୃହତ ତଥା ଏକ ନମ୍ବର ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ର। ୨୦୨୧-୨୨ ଆର୍ଥିକବର୍ଷରେ ଆମେରିକା ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ସମସ୍ତ ରେକର୍ଡ ଭାଙ୍ଗିଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟର ଏକ ରିପୋର୍ଟ ଅନୁଯାୟୀ, ଆମେରିକା ବର୍ତ୍ତମାନ ଭାରତର ସର୍ବବୃହତ ବାଣିଜ୍ୟିକ ଅଂଶୀଦାର ହୋଇପାରିଛି। ଏହିପରି ଭାବରେ ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟରେ ଚାଇନା ପଛକୁ ଠେଲି ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଘରୋଇ ବଜାରରେ ଚିନି ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ସେପ୍ଟେମ୍ବର ୨୦୨୬ ଯାଏଁ ଚିନି ରପ୍ତାନି ଉପରେ କଟକଣା

କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ୨୦୨୧-୨୨ ମସିହାରେ ଆମେରିକା ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୧୯.୪୨ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ୨୦୨୦-୨୧ରେ କାରବାର ୮୦.୫୧ ବିଲିୟନ ଡଲାର ରହିଥିଲା। ତଥ୍ୟାନୁଯାୟୀ, ୨୦୨୧-୨୨ ମସିହାରେ ଆମେରିକାକୁ ଭାରତର ରପ୍ତାନି ୭୬.୧୧ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇ ପୂର୍ବ ଆର୍ଥିକବର୍ଷରେ ୫୧.୬୨ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏଥିସହିତ ପୂର୍ବ ଆର୍ଥିକବର୍ଷରେ ୨୯ବିଲିୟନ ଡ଼ଲାରରୁ ଆମେରିକାରୁ ଆମଦାନୀ ୪୩.୩୧ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ତଥ୍ୟାନୁଯାୟୀ, ୨୦୨୧-୨୨ ମସିହାରେ ଭାରତ-ଚୀନ୍ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ୧୧୫.୪୨ ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହାକି ୨୦୨୦-୨୧ ମସିହାରେ ୮୬.୪ ବିଲିୟନ ଡ଼ଲାର ରହିଥିଲା।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧ ଓ ତୈଳ ଦର ବୃଦ୍ଧିର ପ୍ରଭାବ: ସର୍ବକାଳୀନ ସର୍ବନିମ୍ନ ସ୍ତରରେ ଟଙ୍କା, ଡଲାର ତୁଳନାରେ ୯୬ ପାର୍

ଏଥିସହିତ ଚାଇନାକୁ ଭାରତର ରପ୍ତାନିରେ ସାମାନ୍ୟ ବୃଦ୍ଧି ଘଟି ୨୧.୨୫ ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହାକି ୨୦୨୦-୨୧ରେ ୨୧.୧୮ ବିଲିୟନ ଡ଼ଲାରରୁ ପହଞ୍ଚିଛି। ଏଥିସହିତ ଚାଇନାରୁ ଭାରତର ଆମଦାନୀ ୯୪.୧୬ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି, ଯାହାକି ୨୦୨୦-୨୧ ମସିହାରେ ୬୫.୨୧ ବିଲିୟନ ଡ଼ଲାର ରହିଥିଲା। ଚୀନ୍ ସହିତ ଭାରତର ବାଣିଜ୍ୟ ନିଅଣ୍ଟ ଆର୍ଥିକବର୍ଷରେ ୭୨.୯୧ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇ ୨୦୨୦-୨୧ ମସିହାରେ ୪୪ ବିଲିୟନ ଡ଼ଲାରରେ ପହଞ୍ଚିଛି। ବାଙ୍ଗାଲୋରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଣ୍ଟେସନ୍ ମ୍ୟାନେଜମେଣ୍ଟ (ଆଇଆଇପିଏମ୍)ର ନିର୍ଦ୍ଦେଶକ ରାକେଶ ମୋହନ ଯୋଶୀ କହିଛନ୍ତି ଯେ ୧.୩୯ ବିଲିୟନ ଜନସଂଖ୍ୟା ବିଶିଷ୍ଟ ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଉପଭୋକ୍ତା ବଜାର। ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅର୍ଥନୀତି ହେତୁ ଆମେରିକା ଏବଂ ଭାରତର କମ୍ପାନୀଗୁଡିକ ଟେକ୍ନୋଲୋଜି ସ୍ଥାନାନ୍ତର, ଉତ୍ପାଦନ, ବାଣିଜ୍ୟ ଏବଂ ବିନିଯୋଗ ପାଇଁ ବହୁତ ବଡ଼ ସୁଯୋଗ ପାଇଛନ୍ତି।

ଆହୁରି ପଢ଼ନ୍ତୁ: ତେଲ ଦର ବୃଦ୍ଧି: ଏବେ ରୋଷେଇ ଘରେ ଲାଗିବ ନିଆଁ

30 May 2022 By The Sakala

ପଛରେ ପଡିଲା ଚୀନ୍‌, ଆମେରିକା ଭାରତର ଏକନମ୍ବର ବାଣିଜ୍ୟ ସହଯୋଗୀ

ନୂଆଦିଲ୍ଲୀ : ଚାଇନାକୁ ପଛରେ ପକାଇ ଆମେରିକା ଏବେ ଭାରତର ସର୍ବବୃହତ ତଥା ଏକ ନମ୍ବର ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ର। ୨୦୨୧-୨୨ ଆର୍ଥିକବର୍ଷରେ ଆମେରିକା ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ସମସ୍ତ ରେକର୍ଡ ଭାଙ୍ଗିଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟର ଏକ ରିପୋର୍ଟ ଅନୁଯାୟୀ, ଆମେରିକା ବର୍ତ୍ତମାନ ଭାରତର ସର୍ବବୃହତ ବାଣିଜ୍ୟିକ ଅଂଶୀଦାର ହୋଇପାରିଛି। ଏହିପରି ଭାବରେ ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟରେ ଚାଇନା ପଛକୁ ଠେଲି ହୋଇଯାଇଛି।

କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ୨୦୨୧-୨୨ ମସିହାରେ ଆମେରିକା ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୧୯.୪୨ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ୨୦୨୦-୨୧ରେ କାରବାର ୮୦.୫୧ ବିଲିୟନ ଡଲାର ରହିଥିଲା। ତଥ୍ୟାନୁଯାୟୀ, ୨୦୨୧-୨୨ ମସିହାରେ ଆମେରିକାକୁ ଭାରତର ରପ୍ତାନି ୭୬.୧୧ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇ ପୂର୍ବ ଆର୍ଥିକବର୍ଷରେ ୫୧.୬୨ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏଥିସହିତ ପୂର୍ବ ଆର୍ଥିକବର୍ଷରେ ୨୯ବିଲିୟନ ଡ଼ଲାରରୁ ଆମେରିକାରୁ ଆମଦାନୀ ୪୩.୩୧ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ତଥ୍ୟାନୁଯାୟୀ, ୨୦୨୧-୨୨ ମସିହାରେ ଭାରତ-ଚୀନ୍ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ୧୧୫.୪୨ ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହାକି ୨୦୨୦-୨୧ ମସିହାରେ ୮୬.୪ ବିଲିୟନ ଡ଼ଲାର ରହିଥିଲା।

ଏଥିସହିତ ଚାଇନାକୁ ଭାରତର ରପ୍ତାନିରେ ସାମାନ୍ୟ ବୃଦ୍ଧି ଘଟି ୨୧.୨୫ ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହାକି ୨୦୨୦-୨୧ରେ ୨୧.୧୮ ବିଲିୟନ ଡ଼ଲାରରୁ ପହଞ୍ଚିଛି। ଏଥିସହିତ ଚାଇନାରୁ ଭାରତର ଆମଦାନୀ ୯୪.୧୬ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି, ଯାହାକି ୨୦୨୦-୨୧ ମସିହାରେ ୬୫.୨୧ ବିଲିୟନ ଡ଼ଲାର ରହିଥିଲା। ଚୀନ୍ ସହିତ ଭାରତର ବାଣିଜ୍ୟ ନିଅଣ୍ଟ ଆର୍ଥିକବର୍ଷରେ ୭୨.୯୧ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇ ୨୦୨୦-୨୧ ମସିହାରେ ୪୪ ବିଲିୟନ ଡ଼ଲାରରେ ପହଞ୍ଚିଛି। ବାଙ୍ଗାଲୋରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଣ୍ଟେସନ୍ ମ୍ୟାନେଜମେଣ୍ଟ (ଆଇଆଇପିଏମ୍)ର ନିର୍ଦ୍ଦେଶକ ରାକେଶ ମୋହନ ଯୋଶୀ କହିଛନ୍ତି ଯେ ୧.୩୯ ବିଲିୟନ ଜନସଂଖ୍ୟା ବିଶିଷ୍ଟ ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଉପଭୋକ୍ତା ବଜାର। ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅର୍ଥନୀତି ହେତୁ ଆମେରିକା ଏବଂ ଭାରତର କମ୍ପାନୀଗୁଡିକ ଟେକ୍ନୋଲୋଜି ସ୍ଥାନାନ୍ତର, ଉତ୍ପାଦନ, ବାଣିଜ୍ୟ ଏବଂ ବିନିଯୋଗ ପାଇଁ ବହୁତ ବଡ଼ ସୁଯୋଗ ପାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp