କେମିତି କମିବ ହୁ ହୁ ବଢୁଥିବା ତୈଳ ଦର, ସରକାରଙ୍କୁ ଫର୍ମୁଲା ଦେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ବଢିଚାଲିଛି ତୈଳ ଦର । ଲଗାତର ଦୁଇ ସପ୍ତାହ ଧରି ଦେଶରେ ପେଟ୍ରୋଲ- ଡିଜେଲ୍ ଦର ବଢିଚାଲିଛି। ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲର ୧୦୦ ଟପିଗଲାଣି। ଯାହା ସାଧାରଣ ଜନତାକୁ ହନ୍ତସନ୍ତ କରୁଛି। କେବଳ  ପେଟ୍ରୋଲ- ଡିଜେଲ୍ ଦର ବଢୁନି, ତୈଳ ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ପଡୁଛି। ବାରମ୍ବାର ପେଟ୍ରୋଲର ଦର ବୃଦ୍ଧି ପାଇଁ ଦେଶରେ ଆନ୍ଦୋଳନର ବହ୍ନି ଜଳିଲାଣି। ବିରୋଧୀଙ୍କ ଠାରୁ ସାଧାରଣ […]

ନୂଆଦିଲ୍ଲୀ : ଦେଶରେ ବଢିଚାଲିଛି ତୈଳ ଦର । ଲଗାତର ଦୁଇ ସପ୍ତାହ ଧରି ଦେଶରେ ପେଟ୍ରୋଲ- ଡିଜେଲ୍ ଦର ବଢିଚାଲିଛି। ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲର ୧୦୦ ଟପିଗଲାଣି। ଯାହା ସାଧାରଣ ଜନତାକୁ ହନ୍ତସନ୍ତ କରୁଛି। କେବଳ  ପେଟ୍ରୋଲ- ଡିଜେଲ୍ ଦର ବଢୁନି, ତୈଳ ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ପଡୁଛି। ବାରମ୍ବାର ପେଟ୍ରୋଲର ଦର ବୃଦ୍ଧି ପାଇଁ ଦେଶରେ ଆନ୍ଦୋଳନର ବହ୍ନି ଜଳିଲାଣି। ବିରୋଧୀଙ୍କ ଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ପେଟ୍ରୋଲ ଏବଂ ଡିଜେଲ ଉପରେ କର ହ୍ରାସ କରାଯାଉ ବୋଲି ଦାବି କରୁଛନ୍ତି। ଆଉ ଏତିକି ବେଳେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ମଧ୍ୟ ପେଟ୍ରୋଲ ବୃଦ୍ଧିର ଚିନ୍ତା ପ୍ରକାଶ କରିଛନ୍ତି ଏବଂ ଦେଶରେ ବଢିଚାଲିଥିବା ତୈଳ ଦର କମାଇବାର ଫର୍ମୁଲା ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ତୈଳ ଉପରୁ ଟିକସ୍ ହ୍ରାସ କରି ଦର ନିୟନ୍ତଣ ପାଇଁ ସେ ଦେଇଛନ୍ତି ନୂଆ ସୂତ୍ର।

ଆହୁରି ପଢ଼ନ୍ତୁ: ଚାକିରି ନାଁରେ ବିଦେଶରେ ‘ସାଇବର ଦାସତ୍ୱ’: ଯୁବକଙ୍କୁ ବିକ୍ରି କରୁଥିବା ‘ଅଲି ବାବା’ ସହ ୨ ଦଲାଲ ଗିରଫ

ଶକ୍ତିକାନ୍ତ ଦାସ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ଇନଡାଇରେକ୍ଟ ବା ପରୋକ୍ଷ ଟିକସ୍ ହ୍ରାସ କରନ୍ତୁ । ଟିକସକୁ ଧୀରେ ଧୀରେ ହ୍ରାସ କରିବା ଆବଶ୍ୟକ ରହିଛି । ଏପରି କଲେ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ଏହାର ପ୍ରଭାବ ପଡିବ ନାହିଁ ।
ନିକଟରେ ମୁଦ୍ରା ନୀତି ସମୀକ୍ଷା ବୈଠକରେ କୁହାଯାଇଥିଲା ଯେ, ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଓ ପେଟ୍ରୋଲ ଡିଜେଲ ଦାମ୍ ବୃଦ୍ଧି ପାଇଁ ଅନ୍ୟ ସାମଗ୍ରୀର ଦାମ୍ ବଢିଛି । ସ୍ୱାସ୍ଥ୍ୟ ଓ ପରିବହନ ସେବା ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ପେଟ୍ରୋଲ ଏବଂ ଡିଜେଲ ଉପରେ ଅଧିକ ପରୋକ୍ଷ ଟିକସ ହେତୁ ପ୍ରମୁଖ ଦ୍ରବ୍ୟ ଏବଂ ସେବାଗୁଡିକର ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି । ଏଥିଯୋଗୁଁ ପରିବହନ ଏବଂ ସ୍ୱାସ୍ଥ୍ୟ ସେବା ବିଶେଷ ଭାବରେ ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି।

ଶକ୍ତିକାନ୍ତଙ୍କ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ନିୟନ୍ତ୍ରଣ ପାଇଁ ଏହାକୁ ଜିଏସଟି ଅର୍ନ୍ତଭୁକ୍ତ କରିବା ପାଇଁ କହିଥିଲେ। ସେ କହିଥିଲେ, ଜିଏସଟି ପରିଷଦରେ କେନ୍ଦ୍ର ଓ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରିବା ଉଚିତ। ପ୍ରାଇସ ସ୍ଲାବଗୁଡିକୁ ନିୟନ୍ତ୍ରଣରେ ରଖିବା ପାଇଁ ଚିନ୍ତା କରାଯିବା ଉଚିତ ବୋଲି ଅର୍ଥମନ୍ତ୍ରୀ କହିଥିଲେ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଡ୍ୟୁଟି ଲାଗୁ କରୁଛନ୍ତି ଏବଂ ରାଜ୍ୟ ସରକାର ଭ୍ୟାଟ୍ ଲାଗୁ କରୁଛନ୍ତି। ଏଥି ସହିତ ଅନେକ ସ୍ଥାନରେ ପରିବହନ ଏବଂ ଲୋକାଲ ବଡି ଟ୍ୟାକ୍ସ ପାଇଁ ପେଟ୍ରୋଲ ମୂଲ୍ୟ ବଢ଼ି ଚାଲିଛି। ଯେଉଁଥିପାଇଁ ଏଥିରେ ଜିଏସ୍‌ଟି ଲାଗୁହେଲେ କେବଳ ଗୋଟିଏ କର ରହିବ।

ସୂଚନାଯୋଗ୍ୟ, ମଙ୍ଗଳବାର ପୁଣି ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପାଇଛି । ନୂଆଦିଲ୍ଲୀରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇ ୯୦.୯୩ ଟଙ୍କା ହୋଇଥିବା ବେଳେ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି । ଏହାସହ ଅନେକ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିସାରିଛି।

23 Feb 2021 By The Sakala

କେମିତି କମିବ ହୁ ହୁ ବଢୁଥିବା ତୈଳ ଦର, ସରକାରଙ୍କୁ ଫର୍ମୁଲା ଦେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ : ଦେଶରେ ବଢିଚାଲିଛି ତୈଳ ଦର । ଲଗାତର ଦୁଇ ସପ୍ତାହ ଧରି ଦେଶରେ ପେଟ୍ରୋଲ- ଡିଜେଲ୍ ଦର ବଢିଚାଲିଛି। ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲର ୧୦୦ ଟପିଗଲାଣି। ଯାହା ସାଧାରଣ ଜନତାକୁ ହନ୍ତସନ୍ତ କରୁଛି। କେବଳ  ପେଟ୍ରୋଲ- ଡିଜେଲ୍ ଦର ବଢୁନି, ତୈଳ ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ପଡୁଛି। ବାରମ୍ବାର ପେଟ୍ରୋଲର ଦର ବୃଦ୍ଧି ପାଇଁ ଦେଶରେ ଆନ୍ଦୋଳନର ବହ୍ନି ଜଳିଲାଣି। ବିରୋଧୀଙ୍କ ଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ପେଟ୍ରୋଲ ଏବଂ ଡିଜେଲ ଉପରେ କର ହ୍ରାସ କରାଯାଉ ବୋଲି ଦାବି କରୁଛନ୍ତି। ଆଉ ଏତିକି ବେଳେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ମଧ୍ୟ ପେଟ୍ରୋଲ ବୃଦ୍ଧିର ଚିନ୍ତା ପ୍ରକାଶ କରିଛନ୍ତି ଏବଂ ଦେଶରେ ବଢିଚାଲିଥିବା ତୈଳ ଦର କମାଇବାର ଫର୍ମୁଲା ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ତୈଳ ଉପରୁ ଟିକସ୍ ହ୍ରାସ କରି ଦର ନିୟନ୍ତଣ ପାଇଁ ସେ ଦେଇଛନ୍ତି ନୂଆ ସୂତ୍ର।

ଶକ୍ତିକାନ୍ତ ଦାସ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ଇନଡାଇରେକ୍ଟ ବା ପରୋକ୍ଷ ଟିକସ୍ ହ୍ରାସ କରନ୍ତୁ । ଟିକସକୁ ଧୀରେ ଧୀରେ ହ୍ରାସ କରିବା ଆବଶ୍ୟକ ରହିଛି । ଏପରି କଲେ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ଏହାର ପ୍ରଭାବ ପଡିବ ନାହିଁ ।
ନିକଟରେ ମୁଦ୍ରା ନୀତି ସମୀକ୍ଷା ବୈଠକରେ କୁହାଯାଇଥିଲା ଯେ, ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଓ ପେଟ୍ରୋଲ ଡିଜେଲ ଦାମ୍ ବୃଦ୍ଧି ପାଇଁ ଅନ୍ୟ ସାମଗ୍ରୀର ଦାମ୍ ବଢିଛି । ସ୍ୱାସ୍ଥ୍ୟ ଓ ପରିବହନ ସେବା ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ପେଟ୍ରୋଲ ଏବଂ ଡିଜେଲ ଉପରେ ଅଧିକ ପରୋକ୍ଷ ଟିକସ ହେତୁ ପ୍ରମୁଖ ଦ୍ରବ୍ୟ ଏବଂ ସେବାଗୁଡିକର ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି । ଏଥିଯୋଗୁଁ ପରିବହନ ଏବଂ ସ୍ୱାସ୍ଥ୍ୟ ସେବା ବିଶେଷ ଭାବରେ ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି।

ଶକ୍ତିକାନ୍ତଙ୍କ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ନିୟନ୍ତ୍ରଣ ପାଇଁ ଏହାକୁ ଜିଏସଟି ଅର୍ନ୍ତଭୁକ୍ତ କରିବା ପାଇଁ କହିଥିଲେ। ସେ କହିଥିଲେ, ଜିଏସଟି ପରିଷଦରେ କେନ୍ଦ୍ର ଓ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରିବା ଉଚିତ। ପ୍ରାଇସ ସ୍ଲାବଗୁଡିକୁ ନିୟନ୍ତ୍ରଣରେ ରଖିବା ପାଇଁ ଚିନ୍ତା କରାଯିବା ଉଚିତ ବୋଲି ଅର୍ଥମନ୍ତ୍ରୀ କହିଥିଲେ।

ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଡ୍ୟୁଟି ଲାଗୁ କରୁଛନ୍ତି ଏବଂ ରାଜ୍ୟ ସରକାର ଭ୍ୟାଟ୍ ଲାଗୁ କରୁଛନ୍ତି। ଏଥି ସହିତ ଅନେକ ସ୍ଥାନରେ ପରିବହନ ଏବଂ ଲୋକାଲ ବଡି ଟ୍ୟାକ୍ସ ପାଇଁ ପେଟ୍ରୋଲ ମୂଲ୍ୟ ବଢ଼ି ଚାଲିଛି। ଯେଉଁଥିପାଇଁ ଏଥିରେ ଜିଏସ୍‌ଟି ଲାଗୁହେଲେ କେବଳ ଗୋଟିଏ କର ରହିବ।

ସୂଚନାଯୋଗ୍ୟ, ମଙ୍ଗଳବାର ପୁଣି ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପାଇଛି । ନୂଆଦିଲ୍ଲୀରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇ ୯୦.୯୩ ଟଙ୍କା ହୋଇଥିବା ବେଳେ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି । ଏହାସହ ଅନେକ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିସାରିଛି।

https://www.thesakala.in/national-international/rbi-governor-shaktikant-das-gives-formula-to-government-on-how-to-reduce-rising-oil-prices/article-208
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର