ବଢୁଛି ସଂକ୍ରମଣ; ଭୁଶୁଡୁଛି ପୁଞ୍ଜିବଜାର

The Sakala Picture
Published On

ମୁମ୍ବଇ : ଘରୋଇ ପୁଞ୍ଜି ବଜାରରେ ପୁଣିଥରେ ମାନ୍ଦାବସ୍ଥାର କଳା ବାଦଲ ଘୋଟିଆସିଛି। ମାତ୍ର କେତୋଟି କାରବାର ଦିବସରେ ସୁଧାର ପରେ ପୁଣିଥରେ ବଜାର କାରବାର ଉପରେ ଚଡକ ପଡିଛି। ଫଳସ୍ୱରୂପ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ପାଖାପାଖି ୭୪୦ ପଏଣ୍ଟ ହ୍ରାସ ଘଟିଛି। କେତେକ ଅନ୍ତର୍ଜାତୀୟ କାରକ ଯୋଗୁ ସେନ୍‍ସେକ୍ସରେ ଏଭଳି ହ୍ରାସ ଦେଖିବାକୁ ମିଳିଛି। ସମ୍ପ୍ରତି ବିଶ୍ବ ସମେତ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେବେ ଘରୋଇ ପୁଞ୍ଜିବଜାରରେ ଏହି ହ୍ରାସ […]

ମୁମ୍ବଇ : ଘରୋଇ ପୁଞ୍ଜି ବଜାରରେ ପୁଣିଥରେ ମାନ୍ଦାବସ୍ଥାର କଳା ବାଦଲ ଘୋଟିଆସିଛି। ମାତ୍ର କେତୋଟି କାରବାର ଦିବସରେ ସୁଧାର ପରେ ପୁଣିଥରେ ବଜାର କାରବାର ଉପରେ ଚଡକ ପଡିଛି। ଫଳସ୍ୱରୂପ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ପାଖାପାଖି ୭୪୦ ପଏଣ୍ଟ ହ୍ରାସ ଘଟିଛି। କେତେକ ଅନ୍ତର୍ଜାତୀୟ କାରକ ଯୋଗୁ ସେନ୍‍ସେକ୍ସରେ ଏଭଳି ହ୍ରାସ ଦେଖିବାକୁ ମିଳିଛି। ସମ୍ପ୍ରତି ବିଶ୍ବ ସମେତ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେବେ ଘରୋଇ ପୁଞ୍ଜିବଜାରରେ ଏହି ହ୍ରାସ ଯୋଗୁ ନିବେଶକଙ୍କୁ ବେଶ କ୍ଷତି ସହିବାକୁ ପଡ଼ିଛି। ପୁଞ୍ଜିବଜାରରେ ଏହି ଦୁଇ ଦିନର ହ୍ରାସ ଫଳରେ ନିବେଶକଙ୍କ ସମ୍ପତ୍ତିରେ ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ହ୍ରାସ ଘଟିଛି।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

ଗୁରୁବାର କାରବାରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ହଠାତ୍‍ ୭୪୦ ପଏଣ୍ଟ ବା ୧.୫% ହ୍ରାସ ଘଟି ୪୮,୪୪୦.୦୦ ପଏଣ୍ଟରେ କାରବାର ଶେଷ ହୋଇଛି। ତେବେ ବୁଧବାର ସେନ୍‌ସେକ୍ସ କାରବାର ୪୯,୧୮୦ ପଏଣ୍ଟରେ ବନ୍ଦ ହୋଇଥିଲା। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୨୦୧ ପଏଣ୍ଟ ବା ୧.୪% ହ୍ରାସ ଘଟି ୧୪,୩୪୮ ପଏଣ୍ଟରେ କାରବାର ଶେଷ ହୋଇଛି। ବୁଧବାର ନିଫ୍ଟି ୧୪,୫୪୯ ପଏଣ୍ଟରେ କାରବାର ଶେଷ କରିଥିଲା। କୋଭିଡ୍‌ ସଂକ୍ରମଣ ବଢ଼ୁଥିବା ଯୋଗୁ ସମ୍ପ୍ରତି ଦେଶରେ ପୁଣି ଥରେ ପିଜିଟିଭ୍‌ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏହି ତଥ୍ୟକୁ ନେଇ ନିବେଶକଙ୍କ ମଧ୍ୟରେ ଆଶଙ୍କା ଖେଳିବା ପରେ ଘରୋଇ ବଜାର କାରବାର ବିଶେଷ ଭାବେ ପ୍ରଭାବିତ ହୋଇଛି। ପୁଞ୍ଜିିବଜାରରେ ଏଭଳି ଅସ୍ଥିରତା ଜନିତ ସ୍ଥିତି ଲାଗି ରହିବା ଯୋଗୁ ଗତକାଲି ଭଳି ଆଜି ନିବେଶକମାନେ ଆଶଙ୍କାରେ ରହିଥିଲେ। ଏମିତିକି ବିଗତ ଦୁଇ ଦିନରେ ଏହି ହ୍ରାସ ଯୋଗୁ ନିବେଶକଙ୍କୁ ୭ ଲକ୍ଷ କୋଟି ଟଙ୍କା ହରାଇବାକୁ ପଡିଛି। ଗୁରୁବାର କାରବାରରେ ଶକ୍ତି, ଅଟୋ, ବିଦ୍ୟୁତ, ଟେଲିକମ୍‌ ଏବଂ ନିର୍ମାଣ ଆଦି କ୍ଷେତ୍ରର ସେୟାର ମୂଲ୍ୟରେ ଅଧିକ ହ୍ରାସ ପରିଲକ୍ଷିତ ହୋଇଥିଲା। ତେବେ ଆଜି ୟୁରୋପୀୟ ସମେତ ଏସୀୟ ବଜାରରେ କାରବାର ହ୍ରାସ ଘଟିଥିଲା।

ଆହୁରି ପଢ଼ନ୍ତୁ: 'ନୋ ବିଗ୍ ଡିଲ୍' ରୁ 'ସମ୍ପୂର୍ଣ୍ଣ ବିନାଶ': ଇରାନର ଆପାଚେ ହେଲିକପ୍ଟର ଆକ୍ରମଣ ପରେ କାହିଁକି ବଦଳିଲା ଟ୍ରମ୍ପଙ୍କ ମିଜାଜ?

26 Mar 2021 By The Sakala

ବଢୁଛି ସଂକ୍ରମଣ; ଭୁଶୁଡୁଛି ପୁଞ୍ଜିବଜାର

ମୁମ୍ବଇ : ଘରୋଇ ପୁଞ୍ଜି ବଜାରରେ ପୁଣିଥରେ ମାନ୍ଦାବସ୍ଥାର କଳା ବାଦଲ ଘୋଟିଆସିଛି। ମାତ୍ର କେତୋଟି କାରବାର ଦିବସରେ ସୁଧାର ପରେ ପୁଣିଥରେ ବଜାର କାରବାର ଉପରେ ଚଡକ ପଡିଛି। ଫଳସ୍ୱରୂପ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ପାଖାପାଖି ୭୪୦ ପଏଣ୍ଟ ହ୍ରାସ ଘଟିଛି। କେତେକ ଅନ୍ତର୍ଜାତୀୟ କାରକ ଯୋଗୁ ସେନ୍‍ସେକ୍ସରେ ଏଭଳି ହ୍ରାସ ଦେଖିବାକୁ ମିଳିଛି। ସମ୍ପ୍ରତି ବିଶ୍ବ ସମେତ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେବେ ଘରୋଇ ପୁଞ୍ଜିବଜାରରେ ଏହି ହ୍ରାସ ଯୋଗୁ ନିବେଶକଙ୍କୁ ବେଶ କ୍ଷତି ସହିବାକୁ ପଡ଼ିଛି। ପୁଞ୍ଜିବଜାରରେ ଏହି ଦୁଇ ଦିନର ହ୍ରାସ ଫଳରେ ନିବେଶକଙ୍କ ସମ୍ପତ୍ତିରେ ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ହ୍ରାସ ଘଟିଛି।

ଗୁରୁବାର କାରବାରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ହଠାତ୍‍ ୭୪୦ ପଏଣ୍ଟ ବା ୧.୫% ହ୍ରାସ ଘଟି ୪୮,୪୪୦.୦୦ ପଏଣ୍ଟରେ କାରବାର ଶେଷ ହୋଇଛି। ତେବେ ବୁଧବାର ସେନ୍‌ସେକ୍ସ କାରବାର ୪୯,୧୮୦ ପଏଣ୍ଟରେ ବନ୍ଦ ହୋଇଥିଲା। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୨୦୧ ପଏଣ୍ଟ ବା ୧.୪% ହ୍ରାସ ଘଟି ୧୪,୩୪୮ ପଏଣ୍ଟରେ କାରବାର ଶେଷ ହୋଇଛି। ବୁଧବାର ନିଫ୍ଟି ୧୪,୫୪୯ ପଏଣ୍ଟରେ କାରବାର ଶେଷ କରିଥିଲା। କୋଭିଡ୍‌ ସଂକ୍ରମଣ ବଢ଼ୁଥିବା ଯୋଗୁ ସମ୍ପ୍ରତି ଦେଶରେ ପୁଣି ଥରେ ପିଜିଟିଭ୍‌ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏହି ତଥ୍ୟକୁ ନେଇ ନିବେଶକଙ୍କ ମଧ୍ୟରେ ଆଶଙ୍କା ଖେଳିବା ପରେ ଘରୋଇ ବଜାର କାରବାର ବିଶେଷ ଭାବେ ପ୍ରଭାବିତ ହୋଇଛି। ପୁଞ୍ଜିିବଜାରରେ ଏଭଳି ଅସ୍ଥିରତା ଜନିତ ସ୍ଥିତି ଲାଗି ରହିବା ଯୋଗୁ ଗତକାଲି ଭଳି ଆଜି ନିବେଶକମାନେ ଆଶଙ୍କାରେ ରହିଥିଲେ। ଏମିତିକି ବିଗତ ଦୁଇ ଦିନରେ ଏହି ହ୍ରାସ ଯୋଗୁ ନିବେଶକଙ୍କୁ ୭ ଲକ୍ଷ କୋଟି ଟଙ୍କା ହରାଇବାକୁ ପଡିଛି। ଗୁରୁବାର କାରବାରରେ ଶକ୍ତି, ଅଟୋ, ବିଦ୍ୟୁତ, ଟେଲିକମ୍‌ ଏବଂ ନିର୍ମାଣ ଆଦି କ୍ଷେତ୍ରର ସେୟାର ମୂଲ୍ୟରେ ଅଧିକ ହ୍ରାସ ପରିଲକ୍ଷିତ ହୋଇଥିଲା। ତେବେ ଆଜି ୟୁରୋପୀୟ ସମେତ ଏସୀୟ ବଜାରରେ କାରବାର ହ୍ରାସ ଘଟିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର