ସରକାରୀ ଗ୍ୟାରେଣ୍ଟିରେ ଷ୍ଟାର୍ଟଅପ୍‌ଙ୍କୁ ମିଳିବ ୨୦ କୋଟି ଋଣ

The Sakala Picture
Published On

ନୂଆଦିଲ୍ଲୀ: ଷ୍ଟାର୍ଟଅପ୍‌ ପାଇଁ ଉଦ୍ଦିଷ୍ଟ ଋଣ ଗ୍ୟାରେଣ୍ଟି ଯୋଜନା (ସିଜିଏସଏସ)ରେ ସଂଶୋଧନକୁ ସରକାର ମଞ୍ଜୁରି ଦେଇଛନ୍ତି। ଏଥିରେ ଋଣକର୍ତ୍ତାଙ୍କ ଗ୍ୟାରେଣ୍ଟି କଭର ସୀମା ୧୦ କୋଟିରୁ ବଢ଼ାଇ ୨୦ କୋଟି କରିଦିଆଯାଇଛି। ଏହା ଦ୍ବାରା ଷ୍ଟାର୍ଟଅପ୍‌କୁ ଋଣ ଦେବା ସମ୍ବନ୍ଧିତ ବିପଦ କମ୍‌ ହେବ। ଏହା ଦ୍ବାରା ଗବେଷଣା ଏବଂ ଅନୁସନ୍ଧାନ, ଅତ୍ୟାଧୁନିକ ଜ୍ଞାନକୌଶଳ ପାଇଁ ଅଧିକ ଆର୍ଥିକ ସହାୟତା ମିଳିବ। ଷ୍ଟାର୍ଟଅପ୍‌ କମ୍ପାନୀଙ୍କୁ ଗ୍ୟାରେଣ୍ଟି ମୁକ୍ତ ଋଣ ପ୍ରଦାନ କରିବା ପାଇଁ ଏହି ଯୋଜନା ସହାୟତା […]

ନୂଆଦିଲ୍ଲୀ: ଷ୍ଟାର୍ଟଅପ୍‌ ପାଇଁ ଉଦ୍ଦିଷ୍ଟ ଋଣ ଗ୍ୟାରେଣ୍ଟି ଯୋଜନା (ସିଜିଏସଏସ)ରେ ସଂଶୋଧନକୁ ସରକାର ମଞ୍ଜୁରି ଦେଇଛନ୍ତି। ଏଥିରେ ଋଣକର୍ତ୍ତାଙ୍କ ଗ୍ୟାରେଣ୍ଟି କଭର ସୀମା ୧୦ କୋଟିରୁ ବଢ଼ାଇ ୨୦ କୋଟି କରିଦିଆଯାଇଛି। ଏହା ଦ୍ବାରା ଷ୍ଟାର୍ଟଅପ୍‌କୁ ଋଣ ଦେବା ସମ୍ବନ୍ଧିତ ବିପଦ କମ୍‌ ହେବ। ଏହା ଦ୍ବାରା ଗବେଷଣା ଏବଂ ଅନୁସନ୍ଧାନ, ଅତ୍ୟାଧୁନିକ ଜ୍ଞାନକୌଶଳ ପାଇଁ ଅଧିକ ଆର୍ଥିକ ସହାୟତା ମିଳିବ। ଷ୍ଟାର୍ଟଅପ୍‌ କମ୍ପାନୀଙ୍କୁ ଗ୍ୟାରେଣ୍ଟି ମୁକ୍ତ ଋଣ ପ୍ରଦାନ କରିବା ପାଇଁ ଏହି ଯୋଜନା ସହାୟତା କରିବ। ଡିପିଆଇଆଇଟି ପକ୍ଷରୁ କୁହାଯାଇଛି ଯେ ସଂଶୋଧିତ ଯୋଜନା ଦ୍ବାରା ଷ୍ଟାର୍ଟଅପ୍‌ଙ୍କୁ ଋଣ ଦେବାରେ ଆର୍ଥିକ ସଂସ୍ଥାଗୁଡିକର ବିପଦ ହ୍ରାସ ପାଇବ। ଏବେ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଗ୍ୟାରେଣ୍ଟି କଭର ସୀମାକୁ ବଢ଼ାଇ ୮୫ ପ୍ରତିଶତ ଏବଂ ଏହାଠୁ ଅଧିକ ଋଣ ପାଇଁ ୭୫ ପ୍ରତିଶତ କରିଦିଆଯାଇଛି।

ଆହୁରି ପଢ଼ନ୍ତୁ: ଦେଶର ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ବେକାରି ହାର କମିଛି, କାର୍ଯ୍ୟ ସ୍ଥଳରେ ମହିଳାଙ୍କ ଅଂଶଗ୍ରହଣୀୟତା ହାରରେ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp