ଫୋନ୍‌ ପେ’, ଗୁଗୁଲ୍‌ ପେ’ ଓ ପେଟିଏମ୍‌ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ଅଗଷ୍ଟ ୧ରୁ ହେବ ଏହି ସବୁ ପରିବର୍ତ୍ତନ

The Sakala Picture
Published On

ନୂଆଦିଲ୍ଲୀ : ଅଗଷ୍ଟ ପହିଲାରୁ ୟୁପିଆଇ ନିୟମରେ ହେବାକୁ ଯାଉଛି ଏକ ବଡ ପରିବର୍ତ୍ତନ। ଏଥିରେ ୟୁଜରମାନେ କିଛି ନୂଆ ଜିନିଷ ଦେଖିବାକୁ ପାଇବେ। ଦୈନିକ ଫୋନ୍‌ ପେ’, ଗୁଗୁଲ୍‌ ପେ’ କିମ୍ବା ପେଟିଏମ୍‌ ଭଳି ୟୁପିଆଇ ଆପ୍‌ରୁ ପେମେଣ୍ଟ କରୁଥିବା ୟୁଜରଙ୍କ ପାଇଁ ଏହି ପରିବର୍ତ୍ତନ ବେଶ ଗୁରୁତ୍ୱପୂର୍ଣ୍ଣ। ନିଆ ନିୟମରେ ବାଲାନ୍ସ ଚେକ୍‌ ଲିମିଟ୍‌ ଧାର୍ଯ୍ୟ କରାଯିବା ସହିତ ଟ୍ରାଞ୍ଜାକ୍‌ସନ୍‌ ଷ୍ଟାଟସ୍‌ ଚେକ୍‌ ନେଇ ବି ସୀମା ସ୍ଥିର କରାଯାଇଛି। ୟୁଜରଙ୍କ ପାଇଁ ଦୈନିକ ବାଲାନ୍ସ […]

ନୂଆଦିଲ୍ଲୀ : ଅଗଷ୍ଟ ପହିଲାରୁ ୟୁପିଆଇ ନିୟମରେ ହେବାକୁ ଯାଉଛି ଏକ ବଡ ପରିବର୍ତ୍ତନ। ଏଥିରେ ୟୁଜରମାନେ କିଛି ନୂଆ ଜିନିଷ ଦେଖିବାକୁ ପାଇବେ। ଦୈନିକ ଫୋନ୍‌ ପେ’, ଗୁଗୁଲ୍‌ ପେ’ କିମ୍ବା ପେଟିଏମ୍‌ ଭଳି ୟୁପିଆଇ ଆପ୍‌ରୁ ପେମେଣ୍ଟ କରୁଥିବା ୟୁଜରଙ୍କ ପାଇଁ ଏହି ପରିବର୍ତ୍ତନ ବେଶ ଗୁରୁତ୍ୱପୂର୍ଣ୍ଣ। ନିଆ ନିୟମରେ ବାଲାନ୍ସ ଚେକ୍‌ ଲିମିଟ୍‌ ଧାର୍ଯ୍ୟ କରାଯିବା ସହିତ ଟ୍ରାଞ୍ଜାକ୍‌ସନ୍‌ ଷ୍ଟାଟସ୍‌ ଚେକ୍‌ ନେଇ ବି ସୀମା ସ୍ଥିର କରାଯାଇଛି। ୟୁଜରଙ୍କ ପାଇଁ ଦୈନିକ ବାଲାନ୍ସ ଚେକ୍‌ କରିବା ସୀମା ୫୦ ଥର ରହିବ। ୟୁପିଆଇ ନିୟମରେ ଏହିଭଳି ଆହୁରି ଅନେକ କିଛି ପରିବର୍ତ୍ତନ କରାଯାଇଛି।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ 'ତାରା ଗ୍ୟାସ' ଉପରେ କ୍ଷେପଣାସ୍ତ୍ର ଆକ୍ରମଣ: ସୁରକ୍ଷିତ ଅଛନ୍ତି ୨୪ ଭାରତୀୟ ନାବିକ

ନ୍ୟାସନାଲ ପେମେଣ୍ଟ୍‌ସ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ୟୁପିଆଇକୁ ଅଧିକ ଦ୍ରୁତତ୍ତର, ସୁରକ୍ଷିତ ଏବଂ ଭରସାଯୋଗ୍ୟ କରିବା ପାଇଁ ଏହି ନୂଆ ନିୟମ ଲାଗୁ କରିବାକୁ ଯାଉଛି। ଏହି ପରିବର୍ତ୍ତନର ପ୍ରଭାବ ଲୋକଙ୍କ ଦୈନନ୍ଦିନ ଡିଜିଟାଲ ପେମେଣ୍ଟ ଉପରେ ପଡ଼ିବ। ଭାରତରେ ପ୍ରତି ମାସରେ ୟୁପିଆଇ ମାଧ୍ୟମରେପ୍ରାୟ ୧୬୦୦ କୋଟିରୁ ଅଧିକ କାରବାର ହୋଇଥାଏ । କିନ୍ତୁ ଅନେକ ଥର ସର୍ଭରରେ ସମସ୍ୟା ତଥା ପେମେଣ୍ଟରେ ବିଳମ୍ବ ହେଉଥିବା ନେଇ ଅଭିଯୋଗ ଆସିଥାଏ। ଏହି ସମସ୍ୟାଗୁଡ଼ିକୁ କମ୍‌ କରିବା ପାଇଁ ଏନ୍‌ପିସିଆଇ ୟୁପିଆଇ ନିୟମରେ ୭ଟି ବଡ଼ ପରିବର୍ତ୍ତନ ଆଣିଛି। ପ୍ରଥମ ପରିବର୍ତ୍ତନ ହେଉଛି ବାଲାନ୍ସ ଚେକ୍‌ କରିବାର ସୀମା ନିର୍ଦ୍ଧାରଣ । ଏବେ ୟୁଜର ଦିନକରେ ନିଜ ୟୁପିଆଇ ଆପ୍‌ ଜରିଆରେ ମାତ୍ର ୫୦ ଥର ବାଲାନ୍ସ ଚେକ୍‌ କରିପାରିବେ।

ଆହୁରି ପଢ଼ନ୍ତୁ: ସୁନା ଦରରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ସଦ୍ୟତମ ମୂଲ୍ୟ ଏବଂ ବଜାର ସ୍ଥିତି...

ବାରମ୍ବାର ବାଲାନ୍ସ ଚେକ୍‌ କରିବା ଦ୍ୱାରା ସର୍ଭର ଉପରେ ଚାପ ପଡ଼ିଥାଏ, ଯାହାଦ୍ୱାରା କାରବାର ଧୀମା ହୋଇଯାଏ। ତେଣୁ ଏହି ନିୟମ ଅଣାଯାଇଛି। ଉପଭୋକ୍ତା ନିଜ ମୋବାଇଲ ନମ୍ବର ସହ ଲିଙ୍କ୍‌ ହୋଇଥିବା ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଦୈନିକ ମାତ୍ର ୨୫ ଥର ଚେକ୍‌ କରିପାରିବେ। ଏହାଦ୍ୱାରା ସିଷ୍ଟମ୍‌ରେ ଅନାବଶ୍ୟକ ଚାପ କମ୍‌ ହେବ ଏବଂ ଜାଲିଆତି ଆଶଙ୍କା ମଧ୍ୟ ହ୍ରାସ ପାଇବ। ଏହାବ୍ୟତୀତ ନେଟ୍‌ଫ୍ଲିକ୍ସ କିମ୍ବା ମ୍ୟୁଚୁଆଲ ଫଣ୍ଡ୍‌ କିସ୍ତି ଭଳି ଅଟୋପେ’ ଟ୍ରାଞ୍ଜାକସନ୍‌ ଏବେ ୩ଟି ଟାଇମ୍‌ ସ୍ଲଟ୍‌ରେ ପ୍ରୋସେସ୍‌ ହେବ। ଏଥÒପାଇଁ ସମୟ ହେଉଛି ସକାଳ ୧୦ଟା ପୂର୍ବରୁ, ଅପରାହ୍ନ ୧ରୁ ୫ଟା ଏବଂ ରାତି ୯ ଟା ୩୦ ପରେ। ଏହାଦ୍ୱାରା ଭିଡ଼ ରହୁଥିବା ସମୟରେ ସର୍ଭର ଉପରେ ଚାପ କମ୍‌ ହେବ। ଚତୁର୍ଥ ପରିବର୍ତ୍ତନ ଟି ହେଉଛି, ଟ୍ରାଞ୍ଜାକ୍‌ସନ ଷ୍ଟାଟସ୍‌ ଚେକ୍‌ କରିବାର ସୀମା। ଏଣିକି ଉପଭୋକ୍ତା କୌଣସି ବିଫଳ ଟ୍ରାଞ୍ଜାକ୍‌ସନ୍‌ର ଷ୍ଟାଟସ୍‌ ଦିନରେ କେବଳ ୩ ଥର ଚେକ୍‌ କରିପାରିବେ ଏବଂ ପ୍ରତିଟି ଚେକ୍‌ ମଧ୍ୟରେ ୯୦ ସେକେଣ୍ଡର ଗ୍ୟାପ୍‌ ରହିବା ଜରୁରୀ। ବାରମ୍ବାର ଷ୍ଟାଟସ ଦେଖିବା ଦ୍ୱାରା ସିଷ୍ଟମ୍‌ ଧୀମା ହୋଇଥାଏ।

ଆହୁରି ପଢ଼ନ୍ତୁ: ଗୁଜରାଟର ହାଜିରାରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଏଏମ୍/ଏନ୍ଏସ୍ ଇଣ୍ଡିଆର ଅଟୋମୋଟିଭ୍ ଷ୍ଟିଲ୍ କମ୍ପ୍ଲେକ୍ସ

ଜୁନ୍‌ ୩୦ ପୂର୍ବରୁ ଏକ ନିୟମ ଲାଗୁ ହୋଇଛି, ଯାହା ଅନ୍ତର୍ଗତ ପେମେଣ୍ଟ କରିବା ପୂର୍ବରୁ ହିଁ ରିସିଭର୍‌ଙ୍କ ପଞ୍ଜୀକୃତ ବ୍ୟାଙ୍କ ନେମ୍‌ ଦେଖିବାକୁ ମିଳିବ। ଏହାଦ୍ୱାରା ଭୁଲ ଆକାଉଣ୍ଟରେ ଟଙ୍କା ଚାଲିଯିବାର ଭୟ ରହିବ ନାହିଁ ଏବଂ ଜାଲିଆତି ଆଶଙ୍କା କମିବ। ଚାର୍ଜବ୍ୟାକ୍‌ ତଥା ପେମେଣ୍ଟ ରିଭର୍ସାଲ ଲିମିଟ୍‌ ଧାର୍ୟ୍ୟ କରାଯାଇଛି। ୩୦ ଦିନରେ ୧୦ ଥର ଏବଂ କୌଣସି ଜଣେ ବ୍ୟକ୍ତି କିମ୍ବା ସଂସ୍ଥାରୁ ୫ ଥର ହିଁ ଚାର୍ଜବ୍ୟାକ୍‌ ମାଗିପାରିବେ। ଏହାବ୍ୟତୀତ ଏନ୍‌ପିସିଆଇ ବ୍ୟାଙ୍କ ଏବଂ ଆପ୍‌ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଯେ, ସେମାନେ ୟୁପିଆଇ ବ୍ୟବହାରକୁ ଅନୁଧ୍ୟାନ କରନ୍ତୁ। ଯାହାଦ୍ୱାରା ସିଷ୍ଟମ୍‌ରେ ହେରଫେର ହେବ ନାହିଁ । ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ହେଉଛି ୟୁପିଆଇକୁ ଆହୁରି ଅଧିକ ଉନ୍ନତ କରିବା। ବାରମ୍ବାର ବାଲାନ୍ସ ଚେକ୍‌ କରିବା କିମ୍ବା ଷ୍ଟାଟସ୍‌ ରିଫ୍ରେସ୍‌ କରିବାର ଅଭ୍ୟାସ ଛାଡ଼ିବେ ୟୁଜର। ଅଟୋପେ’ ପାଇଁ ନନ୍‌-ପିକ୍‌ ସମୟକୁ ଧ୍ୟାନରେ ରଖି ଏବଂ ପେମେଣ୍ଟ ପୂର୍ବରୁ ରିସିଭର୍‌ଙ୍କ ନାଁ ଦେଖିବା ପାଇଁ ୟୁଜରଙ୍କୁ ଆହ୍ୱାନ ଦିଆଯାଇଛି। ଏହି ନିୟମ ସିଷ୍ଟମ୍‌କୁ ଦ୍ରୁତ ଏବଂ ସୁରକ୍ଷିତ କରିବ, ଯାହାଦ୍ୱାରା ୟୁଜର ନିର୍ବିଘ୍ନରେ ଡିଜିଟାଲ ପେମେଣ୍ଟ କରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp