ବଦଳିଗଲା ଅନେକ ନିୟମ, ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ୪୪.୫୦ ଟଙ୍କା ଶସ୍ତା

The Sakala Picture
Published On

ନୂଆଦିଲ୍ଲୀ: ନୂଆ ମାସ ଏପ୍ରିଲ ନିଜ ସହ ଅନେକ ପରିବର୍ତ୍ତନ ନେଇ ଆସିଛି। ଏବେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଉ ଟିକସ ଦେବାକୁ ପଡିବ ନାହିଁ। ଏହା ବ୍ୟତୀତ ମାରୁତି ସୁଜୁକି, ଟାଟା ମୋଟର୍ସ, କିଆ ଇଣ୍ଡିଆ, ହୁଣ୍ଡାଇ ଇଣ୍ଡିଆ ଏବଂ ହୋଣ୍ଡା ଗାଡ଼ିର ଦାମ୍ ବୃଦ୍ଧି ପାଇଛି। ମାତ୍ର ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଛି। ଆଜି ୧୯ କେଜିର ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ୪୪.୫୦ ଟଙ୍କା ଶସ୍ତା ହୋଇଛି। ଦିଲ୍ଲୀରେ ଏହାର ମୂଲ୍ୟ ୪୧ […]

ନୂଆଦିଲ୍ଲୀ: ନୂଆ ମାସ ଏପ୍ରିଲ ନିଜ ସହ ଅନେକ ପରିବର୍ତ୍ତନ ନେଇ ଆସିଛି। ଏବେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଉ ଟିକସ ଦେବାକୁ ପଡିବ ନାହିଁ। ଏହା ବ୍ୟତୀତ ମାରୁତି ସୁଜୁକି, ଟାଟା ମୋଟର୍ସ, କିଆ ଇଣ୍ଡିଆ, ହୁଣ୍ଡାଇ ଇଣ୍ଡିଆ ଏବଂ ହୋଣ୍ଡା ଗାଡ଼ିର ଦାମ୍ ବୃଦ୍ଧି ପାଇଛି। ମାତ୍ର ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଛି। ଆଜି ୧୯ କେଜିର ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ୪୪.୫୦ ଟଙ୍କା ଶସ୍ତା ହୋଇଛି। ଦିଲ୍ଲୀରେ ଏହାର ମୂଲ୍ୟ ୪୧ ଟଙ୍କା ହ୍ରାସ ପାଇ ୧୭୬୨ ଟଙ୍କା ହୋଇଯାଇଛି। ଏହା ପୂର୍ବରୁ ୧୮୦୩ ଟଙ୍କା ଥିଲା। ସେହିପରି କୋଲକାତାରେ ଏବେ ଏହି ସିଲିଣ୍ଡର ମୂଲ୍ୟ ୧୮୬୮.୫୦ ଟଙ୍କାକୁ ଖସି ଆସିଛି। ପୂର୍ବରୁ ଏହା ୧୯୧୩ ଟଙ୍କା ଥିଲା। ସେହିପରି ମୁମ୍ବାଇରେ ସିଲିଣ୍ଡର ମୂଲ୍ୟ ୪୨ ଟଙ୍କା ହ୍ରାସ ପାଇ ୧୭୧୩.୫୦ ଟଙ୍କାରେ ପହଞ୍ଚି ଯାଇଛି। ଚେନ୍ନଇରେ ଏହା ୧୯୨୧.୫୦ ଟଙ୍କାରେ ମିଳୁଛି। ତେବେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀରେ ଏହା ୮୦୩ ଟଙ୍କା ଏବଂ ମୁମ୍ବାଇରେ ୮୦୨.୫୦ ଟଙ୍କାରେ ମିଳୁଛି।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ 'ତାରା ଗ୍ୟାସ' ଉପରେ କ୍ଷେପଣାସ୍ତ୍ର ଆକ୍ରମଣ: ସୁରକ୍ଷିତ ଅଛନ୍ତି ୨୪ ଭାରତୀୟ ନାବିକ

ଅନ୍ୟପକ୍ଷରେ ଆଜିଠାରୁ ମାରୁତି ସୁଜୁକି ଗାଡିର ମୂଲ୍ୟ ୪ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇଯାଇଛି। ଏହା ମଡେଲ ଆଧାରରେ ଅଲଗା ଅଲଗା ଦାମ ରହିବ। ସେହିପରି କିଆ ଇଣ୍ଡିଆ, ହୁଣ୍ଡାଇ ଇଣ୍ଡିଆ, ହୋଣ୍ଡା କାର୍ସ ପ୍ରତିଶତ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ବିଏମଡବ୍ଲ୍ୟୁ ୩ ପ୍ରତିଶତ ଲେଖାଏଁ ଏବଂ ରିନଲ୍ଟ ଇଣ୍ଡିଆ ୨ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ବଢାଇଛି। ସେହିପରି ନୂଆ ଟିକସ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏବେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ବୃତ୍ତିଗତଙ୍କ ପାଇଁ ୭୫ ହଜାରର ଷ୍ଟାଣ୍ଡାର୍ଟ ଡିଡକ୍ସନ ସହିତ ଏହି ଆଶ୍ବସ୍ତି ୧୨.୭୫ ଲକ୍ଷ ଟଙ୍କା ହୋଇଯିବ। ୨୦ରୁ ୨୪ ଲକ୍ଷ ଆୟ ପାଇଁ ୨୫ ପ୍ରତିଶତ ଟିକସ ଦେବାକୁ ପଡ଼ିବ। ଏହା ବ୍ୟତୀତ ଉତ୍ସରୁ ଟିକସ ସଂଗ୍ରହ (ଟିସିଏସ) ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ। ଏହା ବ୍ୟତୀତ ଟିକସଦାତାଙ୍କୁ ମୂଲ୍ୟାଙ୍କନ ବର୍ଷର ଶେଷରେ ଅପଡେଟେଡ ରିଟର୍ଣ୍ଣ ଦାଖଲ ପାଇଁ ୨୪ ମାସ ବଦଳରେ ୪୮ ମାସ ସମୟ ମିଳିଛି।

ଆହୁରି ପଢ଼ନ୍ତୁ: ସୁନା ଦରରେ ବଡ଼ ଧରଣର ହ୍ରାସ: ୧.୮୦ ଲକ୍ଷରୁ ଖସି ୧.୨୫ ଲକ୍ଷ ତଳକୁ ଆସିଲା ୧୦ ଗ୍ରାମର ମୂଲ୍ୟ

ୟୁପିଆଇ ନିୟମ ମଧ୍ୟ ବଦଳି ଯାଇଛି। ୟୁପିଆଇ ଆପ୍ ଏବେ ଉପଭୋକ୍ତାମାନଙ୍କୁ ସେମାନଙ୍କ ସମ୍ମତି ମାଗିବେ। ଉପଭୋକ୍ତାମାନଙ୍କୁ ସେମାନଙ୍କର ସଂଖ୍ୟାତ୍ମକ ୟୁପିଆଇ ଆଇଡି ତିଆରି କିମ୍ବା ପରିବର୍ତ୍ତନ କରିବା ପାଇଁ ସ୍ପଷ୍ଟ ଭାବରେ ହଁ କହିବାକୁ ପଡିବ। ଯେଉଁ ଉପଭୋକ୍ତାମାନେ ପୂର୍ବରୁ ତାଲିକାରେ ଅଛନ୍ତି ସେମାନଙ୍କୁ ଏଥିରୁ ବାଦ ଦିଆଯିବ। ଯଦି ସେମାନେ ଏହି ସୁବିଧା ବ୍ୟବହାର କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଏହାକୁ ନିଜେ ବାଛିବାକୁ ପଡିବ। କୌଣସି ଦ୍ୱନ୍ଦ୍ୱକୁ ଏଡାଇବା ପାଇଁ ଆପ୍ସ କାରବାର ସମୟରେ ଏହି ସମ୍ମତି ମାଗିପାରିବେ ନାହିଁ। ସେହିପରି କେନ୍ଦ୍ର କର୍ମଚାରୀଙ୍କ ପାଇଁ ୟୁନିଫାଏଡ ପେନ୍‌ସନ ସ୍କିମ (ୟୁପିଏସ) ଆରମ୍ଭ ହୋଇଛି। ଏହା ଅଧିନରେ ଅତିକମରେ ୨୫ ବର୍ଷ କାମ କରିଥିବା କର୍ମଚାରୀ ଶେଷ ୧୨ ମାସର ମୂଳ ବେତନର ୫୦ ପ୍ରତିଶତ ପେନ୍‌ସନ ପାଇବାକୁ ଯୋଗ୍ୟ ହେବେ।

ଆହୁରି ପଢ଼ନ୍ତୁ: ଏଆଇ ଶିଳ୍ପକୁ ଘାରିଲାଣି ଆର୍ଥିକ ସଙ୍କଟ ଭୟ ! ଆସନ୍ତା ବର୍ଷ ଦେଖାଦେଇପାରେ ଗୁରୁତର ନଗଦ ଅଭାବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp