ସ୍ବିସ୍‌ ବ୍ୟାଙ୍କରେ ହୁ ହୁ ହୋଇ ବଢୁଛି ଭାରତୀୟଙ୍କ ଧନ : ୨୦୨୪ରେ ୩୭,୬୦୦ କୋଟି ଜମା

The Sakala Picture
Published On

ନୂଆଦିଲ୍ଲୀ : ସ୍ବିସ୍‌ ବ୍ୟାଙ୍କରେ ବଢ଼ିବାରେ ଲାଗିଛି ଭାରତୀୟଙ୍କ ସମ୍ପତ୍ତି। ୨୦୨୩ ତୁଳନାରେ ୨୦୨୪ରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟମାନଙ୍କ ଦ୍ୱାରା ଜମା କରାଯାଇଥିବା ଅର୍ଥ ପରିମାଣରେ ତିନି ଗୁଣ ବୃଦ୍ଧି ଘଟି ଏହା ୩.୫ ବିଲିୟନ ସ୍ୱିସ୍ ଫ୍ରାଙ୍କ ହୋଇଛି। ଏହି ପରିମାଣ ଭାରତୀୟ ଟଙ୍କାରେ ପ୍ରାୟ ୩୭,୬୦୦ କୋଟି ଟଙ୍କା। ସ୍ୱିସ୍ ନ୍ୟାସନାଲ୍ ବ୍ୟାଙ୍କ (ଏସ୍‌ଏନ୍‌ବି) ଜୁନ୍ ୧୯ରେ ଏହି ତଥ୍ୟ ପ୍ରକାଶ କରିଛି। କେବଳ ୨୦୨୪ରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟମାନଙ୍କ ଦ୍ୱାରା ଜମା କରାଯାଇଥିବା […]

ନୂଆଦିଲ୍ଲୀ : ସ୍ବିସ୍‌ ବ୍ୟାଙ୍କରେ ବଢ଼ିବାରେ ଲାଗିଛି ଭାରତୀୟଙ୍କ ସମ୍ପତ୍ତି। ୨୦୨୩ ତୁଳନାରେ ୨୦୨୪ରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟମାନଙ୍କ ଦ୍ୱାରା ଜମା କରାଯାଇଥିବା ଅର୍ଥ ପରିମାଣରେ ତିନି ଗୁଣ ବୃଦ୍ଧି ଘଟି ଏହା ୩.୫ ବିଲିୟନ ସ୍ୱିସ୍ ଫ୍ରାଙ୍କ ହୋଇଛି। ଏହି ପରିମାଣ ଭାରତୀୟ ଟଙ୍କାରେ ପ୍ରାୟ ୩୭,୬୦୦ କୋଟି ଟଙ୍କା। ସ୍ୱିସ୍ ନ୍ୟାସନାଲ୍ ବ୍ୟାଙ୍କ (ଏସ୍‌ଏନ୍‌ବି) ଜୁନ୍ ୧୯ରେ ଏହି ତଥ୍ୟ ପ୍ରକାଶ କରିଛି। କେବଳ ୨୦୨୪ରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟମାନଙ୍କ ଦ୍ୱାରା ଜମା କରାଯାଇଥିବା ଟଙ୍କା ୩.୫ ବିଲିୟନ ସ୍ୱିସ୍ ଫ୍ରାଙ୍କକୁ ବୃଦ୍ଧି ପାଇଛି। ଏହା ୨୦୨୩ ତୁଳନାରେ ତିନି ଗୁଣ ଅଧିକ। ସେତେବେଳେ ଏହି ପରିମାଣ ମାତ୍ର ୧.୦୪ ବିଲିୟନ ସ୍ୱିସ୍ ଫ୍ରାଙ୍କ (ପ୍ରାୟ ୧୧,୦୦୦ କୋଟି ଟଙ୍କା) ଥିଲା। ୨୦୨୧ ପରେ ଏହା ସର୍ବାଧିକ ଜମା ରାଶି, କାରଣ ସେତେବେଳେ ଏହା ୩.୮୩ ବିଲିୟନ ସ୍ୱିସ୍ ଫ୍ରାଙ୍କ (ପ୍ରାୟ ୪୧ ହଜାର କୋଟି) ଥିଲା। ଏହି ଟଙ୍କା ଭାରତୀୟ ବ୍ୟକ୍ତି ବିଶେଷ ଏବଂ କମ୍ପାନୀଗୁଡ଼ିକ ଦ୍ବାରା ସ୍ୱିସ୍ ବ୍ୟାଙ୍କରେ ଜମା କରାଯାଇଛି, କିନ୍ତୁ ଜମା ରାଶିରେ ଅଧିକାଂଶ ବୃଦ୍ଧି ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ମାଧ୍ୟମରେ ଆସୁଥିବା ପାଣ୍ଠି ଯୋଗୁଁ ହୋଇଛି।

ଆହୁରି ପଢ଼ନ୍ତୁ: ସୁନା ଦରରେ ବଡ଼ ଧରଣର ହ୍ରାସ: ୧.୮୦ ଲକ୍ଷରୁ ଖସି ୧.୨୫ ଲକ୍ଷ ତଳକୁ ଆସିଲା ୧୦ ଗ୍ରାମର ମୂଲ୍ୟ

ବ୍ୟକ୍ତିଗତ ଗ୍ରାହକଙ୍କ ଆକାଉଣ୍ଟରେ ଜମା ହୋଇଥିବା ଅର୍ଥ ପରିମାଣରେ କେବଳ ୧୧% ବୃଦ୍ଧି ପାଇଛି, ଯାହା ପ୍ରାୟ ୩୪୬ ନିୟୁତ ସ୍ୱିସ୍ ଫ୍ରାଙ୍କ, ଅର୍ଥାତ୍ ପ୍ରାୟ ୩୬୭୫ କୋଟି ଟଙ୍କା। ଅର୍ଥାତ୍, ମୋଟ ଜମା ପରିମାଣର କେବଳ ୧୦ ଭାଗ ବ୍ୟକ୍ତିଗତ ଆକାଉଣ୍ଟରୁ ଆସିଛି। ଅବଶିଷ୍ଟ ଟଙ୍କା ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ, ବଣ୍ଡ୍‌ ଏବଂ ସିକ୍ୟୁରିଟି ଭଳି ରୁଟ୍‌ରୁ ଆସିଛି। ସ୍ୱିସ୍ କର୍ତ୍ତୃପକ୍ଷ ଏବଂ ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ସ୍ୱିସ୍ ବ୍ୟାଙ୍କରେ ଜମା ହୋଇଥିବା ସମସ୍ତ ଟଙ୍କାକୁ କଳାଧନ ଭାବରେ ବିବେଚନା କରାଯାଇପାରିବନାହିଁ। ଏହି ସଂଖ୍ୟାଗୁଡ଼ିକ ସ୍ୱିସ୍ ନ୍ୟାସନାଲ୍ ବ୍ୟାଙ୍କର ସରକାରୀ ରେକର୍ଡରୁ ଆସିଛି।

ଆହୁରି ପଢ଼ନ୍ତୁ: ଗୁଜରାଟର ହାଜିରାରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଏଏମ୍/ଏନ୍ଏସ୍ ଇଣ୍ଡିଆର ଅଟୋମୋଟିଭ୍ ଷ୍ଟିଲ୍ କମ୍ପ୍ଲେକ୍ସ

ଏଥିରେ ଭାରତୀୟ ଏନ୍‌ଆର୍‌ଆଇ କିମ୍ବା ଅନ୍ୟ ଲୋକମାନେ ତୃତୀୟ ଦେଶର କମ୍ପାନୀ ନାମରେ ଜମା କରିଥିବା ଟଙ୍କା ଅନ୍ତର୍ଭୁକ୍ତ ହୋଇନାହିଁ। ସ୍ୱିସ୍ କର୍ତ୍ତୃପକ୍ଷ କୁହନ୍ତି ଯେ ସେମାନେ ଟିକସ ଫାଙ୍କି ଏବଂ ଠକେଇ ବିରୁଦ୍ଧରେ ଲଢ଼େଇରେ ଭାରତକୁ ସହଯୋଗ କରୁଛନ୍ତି। ଭାରତ ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ୨୦୧୮ ମସିହାରୁ ଆର୍ଥିକ ସୂଚନା ବାଣ୍ଟିବା ପାଇଁ ଏକ ଚୁକ୍ତି ହୋଇଛି। ଏହା ଅଧୀନରେ, ପ୍ରତିବର୍ଷ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଆକାଉଣ୍ଟ ବିଷୟରେ ସୂଚନା ଭାରତକୁ ପ୍ରଦାନ କରାଯାଏ। ୨୦୧୯ ଏବଂ ୨୦୨୦ ମସିହାରେ ମଧ୍ୟ ବ୍ୟାଙ୍କ ଭାରତକୁ ଏପରି ସୂଚନା ଦେଇଥିଲା।

ଆହୁରି ପଢ଼ନ୍ତୁ:  ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ନେଉଛି ଭିଏଏମଏଲ କୋଇଲା ଖଣିର ପ୍ରକଳ୍ପ 'ଆରୋଗ୍ୟମ୍'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp