ବନ୍ଦହେଲା ଗୋଲ୍ଡ ମନିଟାଇଜେସନ୍‌ ସ୍କିମ୍‌

The Sakala Picture
Published On

ନୂଆଦିଲ୍ଲୀ: ସୁନା ନିବେଶକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବନ୍ଦ ହୋଇଛି ସରକାରଙ୍କ ୯ ବର୍ଷ ପୁରୁଣା ଗୋଲ୍ଡ ମନିଟାଇଜେସନ୍‌ ସ୍କିମ୍‌। ବଜାର ପରିସ୍ଥିତିରେ ଉନ୍ନତିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ବିଷୟରେ ସୂଚନା ଦିଆଯାଇଛି। ମାର୍ଚ୍ଚ ୨୬ ମାର୍ଚ୍ଚରୁ ଗୋଲ୍ଡ ମନିଟାଇଜେସନ୍‌ ସ୍କିମ୍‌କୁ ବନ୍ଦ କରିଦିଆଯାଇଛି। ତଥାପି, ୧ ରୁ ୩ ବର୍ଷ ପାଇଁ ବ୍ୟାଙ୍କଗୁଡ଼ିକ ଦ୍ୱାରା ପରିଚାଳିତ ହେଉଥିବା ସ୍ୱଳ୍ପ କାଳୀନ […]

ନୂଆଦିଲ୍ଲୀ: ସୁନା ନିବେଶକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବନ୍ଦ ହୋଇଛି ସରକାରଙ୍କ ୯ ବର୍ଷ ପୁରୁଣା ଗୋଲ୍ଡ ମନିଟାଇଜେସନ୍‌ ସ୍କିମ୍‌। ବଜାର ପରିସ୍ଥିତିରେ ଉନ୍ନତିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ବିଷୟରେ ସୂଚନା ଦିଆଯାଇଛି। ମାର୍ଚ୍ଚ ୨୬ ମାର୍ଚ୍ଚରୁ ଗୋଲ୍ଡ ମନିଟାଇଜେସନ୍‌ ସ୍କିମ୍‌କୁ ବନ୍ଦ କରିଦିଆଯାଇଛି। ତଥାପି, ୧ ରୁ ୩ ବର୍ଷ ପାଇଁ ବ୍ୟାଙ୍କଗୁଡ଼ିକ ଦ୍ୱାରା ପରିଚାଳିତ ହେଉଥିବା ସ୍ୱଳ୍ପ କାଳୀନ ଜମା ଯୋଜନା ଜାରି ରହିବ। ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୫ ସେପ୍ଟେମ୍ବର ୧୫ରେ ଗୋଲ୍ଡ ମନିଟାଇଜେସନ୍‌ ସ୍କିମ୍‌ଆରମ୍ଭ କରାଯାଇଥିଲା। ସୁନା ଆମଦାନୀ ହ୍ରାସ କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଏହାସହିତ, ସରକାରଙ୍କ ଉଦ୍ଦେଶ୍ୟ ଥିଲା ଦେଶର ପରିବାର ଏବଂ ଅନୁଷ୍ଠାନମାନଙ୍କ ପାଖରେ ଥିବା ସୁନାକୁ ସଂଗ୍ରହ କରିବା। ଯାହା ଦ୍ବାରା ଏହାକୁ ଉତ୍ପାଦକତା ବୃଦ୍ଧି କରିବା ପାଇଁ ବ୍ୟବହାର କରାଯାଇପାରିବ। ଗୋଲ୍ଡ ମନିଟାଇଜେସନ୍‌ ସ୍କିମ୍‌ ଅଧୀନରେ,କେନ୍ଦ୍ର ସରକାର ୨୦୨୪ ନଭେମ୍ବର ସୁଦ୍ଧା ୩୧,୧୬୪ କିଲୋଗ୍ରାମ ସୁନା ସଂଗ୍ରହ କରିଛନ୍ତି। ଏହି ଯୋଜନା ଅଧୀନରେ, ସ୍ୱଳ୍ପକାଳୀନ ଜମା ୧ ରୁ ୩ ବର୍ଷ ପାଇଁ, ମଧ୍ୟମକାଳୀନ ଜମା ୧ ରୁ ୭ ବର୍ଷ ପାଇଁ ଏବଂ ଦୀର୍ଘକାଳୀନ ଜମା ୧୨ ରୁ ୧୫ ବର୍ଷ ପାଇଁ ଥିଲା। ୨୦୨୪ ଜାନୁଆରୀ ପହିଲାରେ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୬୩,୯୨୦ ଟଙ୍କା ଥିଲା,ଯାହା ଏବେ ପ୍ରତି ୧୦ ଗ୍ରାମ ପିଛା୯୦,୦୦୦ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି। ଏହି ଯୋଜନାରେ ୨୬ ମାର୍ଚ୍ଚ, ୨୦୨୫ ଠାରୁ କୌଣସି ନୂତନ ସୁନା ଜମା କରାଯିବ ନାହିଁ, କିନ୍ତୁ ପୂର୍ବରୁ କରାଯାଇଥିବା ଜମା ଅବଧି ସମାପ୍ତ ହେବା ପର୍ଯ୍ୟନ୍ତ ବିଦ୍ୟମାନ ନିର୍ଦ୍ଦେଶାବଳୀ ଅନୁସାରେ ଜାରି ରହିବ ବୋଲି କୁହାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ଦେଶର ପରିବାରଗୁଡିକରେ ୨୧ ହଜାର କୋଟି ଟନ୍‌ ସୁନା ଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଜମିଲା ଧନ୍‌ତେରାସ୍‌ ସେଲ୍‌: ୧୨୦ କୋଟି ଟଙ୍କାର ସୁନା ବୋହିନେଲେ ରାଜଧାନୀବାସୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp