ମିନିମମ୍‌ ବାଲାନ୍ସ ନାମରେ ୪୩,୫୦୦ କୋଟି ଆଦାୟ, ସେବା ନାମରେ ଲୁଟ…

The Sakala Picture
Published On

ନୂଆଦିଲ୍ଲୀ: ବ୍ୟାଙ୍କଗୁଡିକୁ ସରକାର କଲେକ୍ସନ ଏଜେଣ୍ଟ କରି ଦେଇଛନ୍ତି। ସେବା ନାମରେ ସରକାର ସାଧାରଣ ଲୋକଙ୍କଠାରୁ ଟଙ୍କା ଲୁଟୁଛନ୍ତି। ୨୦୧୮ରୁ ୨୦୨୪ ମଧ୍ୟରେ ସେଭିଂ ବ୍ୟାଙ୍କ ଆକାଉଣ୍ଟ ଏବଂ ଜନଧନ ଖାତାରେ ସର୍ବନିମ୍ନ ଜମା ରାଶି ନ ଥିବା ଯୋଗୁଁ ଲୋକଙ୍କଠାରୁ ୪୩, ୫୦୦ କୋଟି ଟଙ୍କା ଆଦାୟ କରିଛନ୍ତି। କିଛି ଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଅଭିଯୋଗ କରିଥିଲେ। ଅତିରିକ୍ତ ଶୁଳ୍କ ଲାଗୁ କରି ସରକାର ବୋଝ ବଢ଼ାଇ ଚାଲିଛନ୍ତି ବୋଲି […]

ନୂଆଦିଲ୍ଲୀ: ବ୍ୟାଙ୍କଗୁଡିକୁ ସରକାର କଲେକ୍ସନ ଏଜେଣ୍ଟ କରି ଦେଇଛନ୍ତି। ସେବା ନାମରେ ସରକାର ସାଧାରଣ ଲୋକଙ୍କଠାରୁ ଟଙ୍କା ଲୁଟୁଛନ୍ତି। ୨୦୧୮ରୁ ୨୦୨୪ ମଧ୍ୟରେ ସେଭିଂ ବ୍ୟାଙ୍କ ଆକାଉଣ୍ଟ ଏବଂ ଜନଧନ ଖାତାରେ ସର୍ବନିମ୍ନ ଜମା ରାଶି ନ ଥିବା ଯୋଗୁଁ ଲୋକଙ୍କଠାରୁ ୪୩, ୫୦୦ କୋଟି ଟଙ୍କା ଆଦାୟ କରିଛନ୍ତି। କିଛି ଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଅଭିଯୋଗ କରିଥିଲେ। ଅତିରିକ୍ତ ଶୁଳ୍କ ଲାଗୁ କରି ସରକାର ବୋଝ ବଢ଼ାଇ ଚାଲିଛନ୍ତି ବୋଲି କହିଥିଲେ। ସେ ସବୁ ଶୁଳ୍କର ବିବରଣୀ ମଧ୍ୟ ଦେଇଥିଲେ। ଏଥିରେ ସର୍ବନିମ୍ନ ଜମାରାଶି ସମ୍ବନ୍ଧିତ, ବ୍ୟାଙ୍କ ବିବରଣୀ, ଋଣ ପ୍ରକ୍ରିୟା ଏବଂ ଅନ୍ୟ ଶୁଳ୍କ ସାମିଲ ରହିଥିଲା। ଏବେ ଏଟିଏମ୍‌ରୁ ଟଙ୍କା ଉଠାଣ ଶୁଳ୍କ ମଧ୍ୟ ବଢ଼ି ଯାଇଛି। ସରକାର ସଂସଦରେ ଶୁଳ୍କର ବିଭିନ୍ନ ତଥ୍ୟ ଦେବା ମଧ୍ୟ ବନ୍ଦ କରିଦେଇଛନ୍ତି। ଏହାକୁ ନେଇ ଖଡଗେ କଟାକ୍ଷ କରିଥିଲେ। ଦରଦାମ ବୃଦ୍ଧି ପାଉଥିବାବେଳେ ଜୋର ଜବରଦସ୍ତି ଲୋକଙ୍କଠାରୁ ଟଙ୍କା ଆଦାୟ କରାଯାଉଛି ବୋଲି ସେ କହିଥିଲେ।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ 'ତାରା ଗ୍ୟାସ' ଉପରେ କ୍ଷେପଣାସ୍ତ୍ର ଆକ୍ରମଣ: ସୁରକ୍ଷିତ ଅଛନ୍ତି ୨୪ ଭାରତୀୟ ନାବିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp