ମନୋରଞ୍ଜନ
ଟ୍ରମ୍ପ୍ଙ୍କ କଟାକ୍ଷ : ଭାରତ ଏକ ମୃତ ଅର୍ଥନୀତି, ରୁଷ ସହ ଡୁବିବ ଭାରତ

ୱାଶିଂଟନ୍/ନୂଆଦିଲ୍ଲୀ, : ଶୁଳ୍ପ ପ୍ରସଙ୍ଗରେ ଭାରତ ଓ ଆମେରିକା ମଧ୍ୟରେ ୫ଟି ପର୍ଯ୍ୟାୟ କଥାବାର୍ତ୍ତା ନିଷ୍ଫଳ ହୋଇଛି । ଭାରତ ଉପରେ ଆମେରିକୀୟ ରାଷ୍ଟ୍ରପତି ଡେ଼ାନାଲ୍ଡ ଟ୍ରମ୍ପ ୨୫% ଶୁଳ୍କ ଲଗାଇଛନ୍ତି ଯାହା ଆଜିଠାରୁ କାର୍ଯ୍ୟକାରୀ ହେବ । ରୁଷ ସହ ଭାରତର ସମ୍ପର୍କ ଓ ରୁଷରୁ ଅଶୋଧିତ ତୈଳ କ୍ରୟ ଯୋଗୁଁ କ୍ରୋଧାନ୍ୱିତ ଟ୍ରମ୍ପ ଭାରତ ଉପରେ ରାଗ ଶୁଝାଇଛନ୍ତି । କେବଳ ସେତିକି ନୁହେଁ, ଭାରତର ପାରମ୍ପରିକ ଶତ୍ରୁ ପାକିସ୍ତାନକୁ ପ୍ରୋତ୍ସାହିତ କରିବା ପରି […]
ୱାଶିଂଟନ୍/ନୂଆଦିଲ୍ଲୀ, : ଶୁଳ୍ପ ପ୍ରସଙ୍ଗରେ ଭାରତ ଓ ଆମେରିକା ମଧ୍ୟରେ ୫ଟି ପର୍ଯ୍ୟାୟ କଥାବାର୍ତ୍ତା ନିଷ୍ଫଳ ହୋଇଛି । ଭାରତ ଉପରେ ଆମେରିକୀୟ ରାଷ୍ଟ୍ରପତି ଡେ଼ାନାଲ୍ଡ ଟ୍ରମ୍ପ ୨୫% ଶୁଳ୍କ ଲଗାଇଛନ୍ତି ଯାହା ଆଜିଠାରୁ କାର୍ଯ୍ୟକାରୀ ହେବ । ରୁଷ ସହ ଭାରତର ସମ୍ପର୍କ ଓ ରୁଷରୁ ଅଶୋଧିତ ତୈଳ କ୍ରୟ ଯୋଗୁଁ କ୍ରୋଧାନ୍ୱିତ ଟ୍ରମ୍ପ ଭାରତ ଉପରେ ରାଗ ଶୁଝାଇଛନ୍ତି । କେବଳ ସେତିକି ନୁହେଁ, ଭାରତର ପାରମ୍ପରିକ ଶତ୍ରୁ ପାକିସ୍ତାନକୁ ପ୍ରୋତ୍ସାହିତ କରିବା ପରି ପଦକ୍ଷେପ ନେଉଛନ୍ତି । ଯାହା ଫଳେ ର ଭାରତର ଅର୍ଥନୀତି ଗଭୀର ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି । ଟ୍ରମ୍ପଙ୍କ ଘୋଷଣା ପରେ ଟଙ୍କା ମୂଲ୍ୟ୦.୨% ହ୍ରାସ ପାଇଛି ଓ ଗତକାଲି ଡ଼ଲାର ସହ ଟଙ୍କାର ବିନିମୟ ମୂଲ୍ୟ ୮୭.୫୮ ଟଙ୍କାରେ ପହଞ୍ଚିଛି। ଟଙ୍କାର ବିନିମୟ ମୂଲ୍ୟ ୯୦ ଟଙ୍କାରେ ପହଞ୍ଚିପାରେ ବୋଲି ଭାରତୀୟ ଅର୍ଥଶାସ୍ତ୍ରୀମାନେ ଆକଳନ କରୁଛନ୍ତି ।
ବିଡ଼ମ୍ବନା ହେଉଛି ଯେତେବେଳେ ଆମେରିକୀୟ ବ୍ୟବସାୟିକ ପ୍ରତିନିଧିଦଳ ଭାରତ ଗସ୍ତରେ ଦ୍ୱିପାକ୍ଷିକ ବାଣିଜ୍ୟ ସଂକ୍ରାନ୍ତରେ ଆଲୋଚନା କରୁଛନ୍ତି, ଠିକ୍ ସେହି ସମୟରେ ଟ୍ରମ୍ପ ଭାରତ ଉପରେ ଟିକସ ଲଗାଇଛନ୍ତି । ଗତ ମାର୍ଚ୍ଚ ମାସରୁ ଦୁଇ ଦେଶ ପାରସ୍ପରିକ ବ୍ୟବସାୟିକ ସହଯୋଗ ସଂକ୍ରାନ୍ତରେ ଆଲୋଚନା କରି ଆସିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପ୍ରତି ୧୯୧ ଆରବ ଡ଼ଲାର କାରବାର ହେଉଛି ଓ ୨୦୩୦ ସୁଦ୍ଧା ଏହାକୁ ୫୦୦ ଆରବ ଡ଼ଲାରରେ ପହଞ୍ଚାଇବାକୁ ଆଲୋଚନା ଚାଲିଛି। ମାତ୍ର ଏହି ସମୟରେ ୨୫% ଶୁଳ୍କ ଲାଗୁ ଭାରତୀୟ ବ୍ୟବସାୟୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।
ଆସନ୍ତା ଅଗଷ୍ଟ ୨୬ ତାରିଖରେ ଆମେରିକାର ଏକ ପ୍ରତିନିଧିଦଳ ବ୍ୟବସାୟିକ ଆଲୋଚନା ନିମନ୍ତେ ପୁଣି ଭାରତ ଗସ୍ତରେ ଆସିବେ ଓ ଅକ୍ଟୋବର-ନଭେମ୍ବର ମାସ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା କରାଯିବାକୁ ଉଭୟ ଦେଶ ଲକ୍ଷ୍ୟ ରଖିଥିବାବେଳେ ଆସନ୍ତାକାଲିଠାରୁ ନୂଆ ଟିକସ ଲାଗୁ ଭବିଷ୍ୟତରେ ବ୍ୟବସାୟିକ ସମ୍ପର୍କକୁ ବାଧାପ୍ରାପ୍ତ କରିବାର ଆଶଙ୍କା ରହିଛି ।
ଅପରପକ୍ଷେ ରୁଷ ସହ ଭାରତର ବନ୍ଧୁତା ଟ୍ରମ୍ପଙ୍କ ଗାତ୍ରଦାହର କାରଣ ହୋଇଛି । ଏଥିପାଇଁ ଭାରତକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଟ୍ରମ୍ପ ଖୋଲାଖୋଲି ଚେତାବନୀ ଦେଇଛନ୍ତି। ଟ୍ରମ୍ପ୍ ତାଙ୍କର ସୋସିଆଲ ମିଡିଆ ଟ୍ରୁଥ୍ରେ ଲେଖିଛନ୍ତି ଯେ, ଆମେ ଭାରତ ସହିତ ବହୁତ କମ୍ ବାଣିଜ୍ୟ କାରବାର କରୁଛୁ। ଭାରତ ଆମେରିକା ଉପରେ ଲାଗୁ କରୁଥିବା ଶୁଳ୍କ ବହୁତ ଅଧିକ। ଆମେରିକୀୟ ସାମଗ୍ରୀ ଉପରେ ଭାରତ ବହୁତ ଅଧିକ ଶୁଳ୍କ ଲଗାଉଛି। ତେଣୁ ସେ ତାଙ୍କର “ପାରସ୍ପରିକ ଶୁଳ୍କ” ନୀତି ଅନୁଯାୟୀ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଭାରତ ତାଙ୍କ ସାମଗ୍ରୀ ଉପରେ ଉଚ୍ଚ ଟିକସ ଟିକସ ଲଗାଇବ, ତେବେ ଏବେ ସେ ଭାରତୀୟ ସାମଗ୍ରୀ ଉପରେ ମଧ୍ୟ ଭାରି ଶୁଳ୍କ ଲଗାଇବେବୋଲି ଚେତାବନୀ ଦେଇଛନ୍ତି । ଏହା ସହ ଭାରତର ଅର୍ଥନୀତିକୁ ଏକ ମୃତ ଅର୍ଥନୀତି ବୋଲି ଟ୍ରମ୍ପ କଟାକ୍ଷ କରିଛନ୍ତି। ଉଭୟ ଭାରତ ଓ ରୁଷ ନିଜର ମୃତ ଅର୍ଥନୀତିକୁ ନେଇ ଡ଼ୁବିବେ ବୋଲି ଟ୍ରମ୍ପ କହିଛନ୍ତି।
୬ ଭାରତୀୟ କମ୍ପାନୀ ଉପରେ କଟକଣା
ଇରାନ ସହ ପେଟ୍ରୋକେମିକାଲ୍ ଉତ୍ପାଦ ବ୍ୟବସାୟରେ ଜଡିତ ୬ ଭାରତୀୟ କମ୍ପାନୀ ଆଲକେମିକାଲ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍, ଗ୍ଲୋବାଲ୍ ଇଣ୍ଡଷ୍ଟ୍ରିଆଲ୍ କେମିକାଲ୍ସ ଲିମିଟେଡ, ଜୁପିଟର୍ ଡାଏ କେମ ପ୍ରାଇଭେଟ୍ ଲିମିଟେଡ୍, ରମଣୀକଲାଲ୍ ଏସ୍ ଗୋସାଲିଆ ଆଣ୍ଡ କୋ, ପର୍ସିଷ୍ଟେଣ୍ଟ୍ ପେଟ୍ରୋକେମ ପ୍ରାଇଭେଟ୍ ଲିମିଟେଡ୍ ଏବଂ କାଞ୍ଚନ ପଲିମର୍ସ। ଉପରେ କଟକଣା ଲଗାଇଛି ଆମେରିକା। ଭାରତୀୟ କମ୍ପାନୀଗୁଡ଼ିକ ଇରାନ ପେଟ୍ରୋଲିୟମ୍ ଉତ୍ପାଦ କ୍ରୟ ଏବଂ ବିପଣନ ପାଇଁ ଜାଣିଶୁଣି କାରବାର ବୃଦ୍ଧି କରିଥିବା ଅଭିଯୋଗରେ ଏହି କଟକଣା ଜାରି କରାଯାଇଛି ।