ରାଜ୍ୟ କ୍ୟାବିନେଟ୍‌ରେ ୫ ପ୍ରସ୍ତାବକୁ ମୋହର, ନିଯୁକ୍ତି ବୟସ ସୀମା ୪୨କୁ ବୃଦ୍ଧି

The Sakala Picture
Published On

ଭୁବନେଶ୍ୱର: ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ସର୍ବୋଚ୍ଚ ବୟସ ସୀମାକୁ ରାଜ୍ୟ ସରକାର ୩୨ରୁ ୪୨ ବର୍ଷକୁ ବୃଦ୍ଧି କରିଛନ୍ତି। ଏଥିପାଇଁ ଓଡ଼ିଶା ବେସାମରିକ ସେବା(ସର୍ବୋଚ୍ଚ ବୟସ ସୀମା ସ୍ଥିରୀକରଣ) ନିୟମାବଳୀ ୧୯୮୯ରେ ସଂଶୋଧନ ପ୍ରସ୍ତାବକୁ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି। ଏଥÒସହ କ୍ୟାବିନେଟରେ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ରାଜ୍ୟରେ କୃତ୍ରିମ ବୁଦ୍ଧିମତାକୁ ପ୍ରୋତ୍ସାହନ ଦେବାକୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ। […]

ଭୁବନେଶ୍ୱର: ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ସର୍ବୋଚ୍ଚ ବୟସ ସୀମାକୁ ରାଜ୍ୟ ସରକାର ୩୨ରୁ ୪୨ ବର୍ଷକୁ ବୃଦ୍ଧି କରିଛନ୍ତି। ଏଥିପାଇଁ ଓଡ଼ିଶା ବେସାମରିକ ସେବା(ସର୍ବୋଚ୍ଚ ବୟସ ସୀମା ସ୍ଥିରୀକରଣ) ନିୟମାବଳୀ ୧୯୮୯ରେ ସଂଶୋଧନ ପ୍ରସ୍ତାବକୁ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି। ଏଥÒସହ କ୍ୟାବିନେଟରେ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ରାଜ୍ୟରେ କୃତ୍ରିମ ବୁଦ୍ଧିମତାକୁ ପ୍ରୋତ୍ସାହନ ଦେବାକୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ। ଓଡ଼ିଶା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନୀତି, ୨୦୨୫କୁ ଅନୁମୋଦନ ମିଳିଥିବା ବେଳେ, ଏହି ନୀତି ଓଡ଼ିଶାରେ ଶ୍ରେଷ୍ଠ ଡିଜିଟାଲ ପରିବର୍ତ୍ତନ ପ୍ରକ୍ରିୟାର ଅଂଶବିଶେଷ ହେବ। ଏହାସହ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଦ୍ୱାରା ରାଜ୍ୟ ପ୍ରଶାସନିକ କ୍ଷେତ୍ରରେ ଅପରିସୀମ ସୁଫଳ ମିଳିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ଉପରୋକ୍ତ ୨ ପ୍ରସ୍ତାବ ସମେତ ମୋଟ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ନେଇ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

କ୍ୟାବିନେଟ ବୈଠକ ସମାପ୍ତ ହେବା ପରେ ବୈଠକର ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସବିଶେଷ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ବିଭିନ୍ନ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ସର୍ବୋଚ୍ଚ ବୟସ ସୀମାକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରୁ ବହୁ ନିବେଦନ ଆସିଥିଲା। ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର କେତେକ ସେବା ଓ ପଦବୀ ଯେଉଁଠାରେ ସର୍ବୋଚ୍ଚ ବୟସସୀମା ଅଧିକ ଉଲ୍ଲେଖ ରହିଛି, ସେଗୁଡ଼ିକୁ ଛାଡ଼ି ସର୍ବୋଚ୍ଚ ବୟସସୀମାକୁ ୪୨କୁ ବୃଦ୍ଧି କରିଛନ୍ତି। ଏହାସହ ୟୁନିଫର୍ମ ସେବା ଯଥା ପୁଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ସେବା, ଆଦିରେ ଶାରିରୀକ ଦକ୍ଷତା ପରୀକ୍ଷା ରହିଥିବାରୁ ଏହାକୁ ସର୍ବୋଚ୍ଚ ବୟସସୀମାକୁ ବାଦ୍‌ ଦିଆଯାଇଛି। ଉପରୋକ୍ତ ସର୍ବୋଚ୍ଚ ବୟସସୀମା ଏସସି, ଏସଟି, ଏସଇବିସି, ଅବସରପ୍ରାପ୍ତ ସୈନିକ ଏବଂ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ କୋହଳ ହେବ ବୋଲଲି ସରକାର କହିଛନ୍ତି।

ଆହୁରି ପଢ଼ନ୍ତୁ: ପୁଅକୁ ଡାକ୍ତର କରିବାକୁ ପଣ: ଋଣ ଶୁଝିବା ଯାଏଁ ଏସ୍‌ଏଚ୍‌ଜି ନିକଟରେ ବାର୍ଦ୍ଧକ୍ୟ କାର୍ଡ ବନ୍ଧକ

ସେହିପରି ସ୍ୱନ୍ତ୍ର ଏଆଇ ନୀତିକୁ ଅନୁମୋଦନ ଦେଇ ସରକାର କହିଛନ୍ତି ଯେ ଏହାଦ୍ୱାରା ଏକ ସ୍ୱତନ୍ତ୍ର ଏଆଇ ମିଶନର ସୃଷ୍ଟି କରାଯିବ। ଯାହା ସରକାରୀ ବିଭାଗମାନଙ୍କ ମଧ୍ୟରେ ଏଆଇ ପ୍ରୟୋଗର ପ୍ରୟାସଗୁଡ଼ିକୁ କାର୍ଯ୍ୟାନ୍ୱିତ କରିବା ପାଇଁ ସର୍ବୋଚ୍ଚ ପ୍ରତିଷ୍ଠାନ ଭାବେ କାର୍ଯ୍ୟ କରିବ। ଓଡ଼ିଶା ଏଆଇ ମିଶନରେ ଦୁଇ-ସ୍ତରୀୟ ପରିଚାଳନା ବ୍ୟବସ୍ଥା କରାଯାଇଛି। ଗୋଟିଏ ଏଆଇ ଟାସ୍କ ଫୋର୍ସ ହୋଇଥିବା ବେଳେ ଅନ୍ୟଟି ଏଆଇ ସେଲ ରହିଛି। ଏହା ବ୍ୟତୀତ ରାଜ୍ୟ ସରକାର ମେଇତି ଏବଂ ନାସକମ ସହ ସହଭାଗିତାରେ ଏକ ଏଆଇ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଛନ୍ତି। ଯାହା ଓଡ଼ିଶାର ବୈଷୟିକ ଗବେଷଣା, ଆବିଷ୍କାର ଓ ବିକାଶ ଏବଂ କ୍ଷମତା ବିକାଶ ପାଇଁ ସ୍ୱତନ୍ତ୍ର ବାବେ କାମ କରିବ ବୋଲି କୁହାଯାଇଛି। ସେହିପରି ଅନ୍ୟଏକ ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାସ୍ଥିତ ମହିମା ଗାଦିରେ ଉନ୍ନତିମୂଳକ କାର୍ଯ୍ୟ ଓ ଭବ୍ୟ ଶୂନ୍ୟ ମଣ୍ଡପର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କ୍ୟାବିନେଟ ୧୭୧ କୋଟି ୧୧ ଲକ୍ଷ ଟଙ୍କାର ସର୍ବନିମ୍ନ ଟେଣ୍ଡରକୁ ଏମ/ଏସ ଆଇରନ୍‌ ଟ୍ରାଏଙ୍ଗଲ ଲିମିଟେଡ ସପକ୍ଷରେ ଅନୁମୋଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂଜା ଗେଟ୍ ଏବଂ ତୋରଣ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

୩୬ ମାସ ମଧ୍ୟରେ ଏହି କାର୍ଯ୍ୟ ସମାପନ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା ସ୍ଥାନୀୟ ବିକାଶ ସହ ପର୍ଯ୍ୟଟନମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ସରକାର କହିଛନ୍ତି। କ୍ୟାବିନେଟରେ ଓଡ଼ିଶା ଚକ୍ଷୁ ଚିକିତ୍ସା ସେବା(ନିଯୁକ୍ତି ପ୍ରମାଳୀ ଓ ସେବା ସର୍ତ୍ତ) ନିୟମାବଳୀ, ୨୦୨୫କୁ ସରକାର ଅନୁମୋଦନ ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୧୯୭ ଜଣ ଚକ୍ଷୁଚିକିତ୍ସା ସହାୟକ କାର୍ଯ୍ୟରତ ଅଛନ୍ତି। ଏହାସହ ରାଜ୍ୟ ସରକାର ଗତବର୍ଷ ଚକ୍ଷୁଚିକିତ୍ସା ସେବା ସମ୍ବର୍ଗ ଅଧିନରେ ମୂଳ ପଦବୀରେ ମୋଟ ୫୩୮ଟି ପଦବୀ ସୃଷ୍ଟି କରିଥିଲେ। ବର୍ତ୍ତମାନ ମୂଳ ପଦବୀରେ ୧୪୧ଟି ନୂଆ ପଦବୀ ସୃଷ୍ଟି ହେବାକୁ ଯାଉଛି। ଏହାସହ ପଦୋନ୍ନତି ଭିତ୍ତିରେ ପଦାନୁକ୍ରମେ ବିଭିନ୍ନ ପଦବୀ ପୂରଣ ପାଇଁ ମୋଟ ୨୦୦ଟି ପଦବୀ ସୃଷ୍ଟି କରାଯାଇଛି। ଏହି ସେବା ସମ୍ବର୍ଗ ସୃଷ୍ଟି ହୋଇଥିବାରୁ ନିୟମିତ ଭାବେ କାର୍ଯ୍ୟ କରୁଥିବା ଯୋଗ୍ୟ ଚକ୍ଷୁ ଚିକିତ୍ସା ସହାୟକମାନଙ୍କର ବୃତ୍ତିଗତ ଜୀବନରେ ଉନ୍ନତି ଆସିବ ବୋଲି ସରକାର ଆଶା ରଖିଛନ୍ତି।

ଅପରପକ୍ଷେ ଜଗତସିଂହପୁର ଜିଲ୍ଲାର ଜଟାଧାର ମୁହାଣଠାରେ ଏକ ନିଜସ୍ୱ ଜେଟି ନିର୍ମାଣ ପାଇଁ ରାଜ୍ୟ ସରକାର ଏବଂ ଜେଏସଡବ୍ଲ୍ୟୁ ଉକ୍ରଳ ଷ୍ଟିଲ ମଧ୍ୟରେ ରିଆତି ଚୁକ୍ତିନାମା ସ୍ୱାକ୍ଷରକୁ ଅନୁମୋଦନ ଦେଇଛନ୍ତି। ଏହି ଜେଟି ଦ୍ୱାରା ରାଜ୍ୟ ସରକାର ରାଜସ୍ୱ ସୃଷ୍ଟି ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଓଡ଼ିଶା ବନ୍ଦର ନୀତି, ୨୦୨୨ ଅନୁଯାୟୀ ବନ୍ଦର ସମ୍ପର୍କିତ ଶିଳ୍ପର ବିକାଶ ସହ ବନ୍ଦରକୁ ସଂଯୋଗ କରୁଥିବା ଭିତ୍ତିଭୂମିର ବିକାଶକୁ ଏହି ଜେଟି ପ୍ରୋତ୍ସାହିତ କରିବ। ଏହି ପ୍ରକଳ୍ପ ମାଧ୍ୟମରେ ୩୪୫୦ ଲୋକଙ୍କୁ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ନିଯୁକ୍ତି ମିଳିବା ନେଇ ଲକ୍ଷ୍ୟ ରଖାଯାଇଛି।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର