NIAର ମୋଷ୍ଟ ୱାଣ୍ଟେଡ ତଥା ଲସ୍କର-ଏ-ତୋଏବା ଆତଙ୍କବାଦୀ ଅବୁ କତାଲକୁ ପାକିସ୍ତାନରେ ହତ୍ୟା

The Sakala Picture
Published On

ନୂଆଦିଲ୍ଲୀ: ଲସ୍କର ଆତଙ୍କୀ ଅବୁ କତାଲ ନିହତ । ଲସ୍କର-ଏ-ତୋଏବା ଆତଙ୍କବାଦୀ ଅବୁ କତାଲକୁ ହତ୍ୟା । NIAର ମୋଷ୍ଟ ୱାଣ୍ଟେଡ ତଥା ହାପିଜ ସଇଦର ଘନିଷ୍ଠ ଥିବା ଆତଙ୍କବାଦୀ ଅବୁ କତାଲକୁ ପାକିସ୍ତାନରେ ହତ୍ୟା କରାଯାଇଛି । ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡ଼ରେ ପ୍ରାଣ ହରାଇଛି ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଅବୁ କତାଲ। ଶନିବାର ରାତି ୮ଟାରେ ଆତଙ୍କୀ ଅବୁ କତାଲକୁ ପାକିସ୍ତାନରେ ହତ୍ୟା କରାଯାଇଛି । କାଶ୍ମୀରରେ ହୋଇଥିବା ଅନେକ ଆକ୍ରମଣରେ ଜଡ଼ିତ ଥିଲା କତାଲ […]

ନୂଆଦିଲ୍ଲୀ: ଲସ୍କର ଆତଙ୍କୀ ଅବୁ କତାଲ ନିହତ । ଲସ୍କର-ଏ-ତୋଏବା ଆତଙ୍କବାଦୀ ଅବୁ କତାଲକୁ ହତ୍ୟା । NIAର ମୋଷ୍ଟ ୱାଣ୍ଟେଡ ତଥା ହାପିଜ ସଇଦର ଘନିଷ୍ଠ ଥିବା ଆତଙ୍କବାଦୀ ଅବୁ କତାଲକୁ ପାକିସ୍ତାନରେ ହତ୍ୟା କରାଯାଇଛି । ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡ଼ରେ ପ୍ରାଣ ହରାଇଛି ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଅବୁ କତାଲ। ଶନିବାର ରାତି ୮ଟାରେ ଆତଙ୍କୀ ଅବୁ କତାଲକୁ ପାକିସ୍ତାନରେ ହତ୍ୟା କରାଯାଇଛି । କାଶ୍ମୀରରେ ହୋଇଥିବା ଅନେକ ଆକ୍ରମଣରେ ଜଡ଼ିତ ଥିଲା କତାଲ । NIAର ୱାଣ୍ଟେଡ୍‌ ତାଲିକାରେ ଥିଲା ଆତଙ୍କୀ ଅବୁ କତାଲ । ଭାରତରେ ତୀର୍ଥଯାତ୍ରୀଙ୍କ ଏକ ବସ୍ ଉପରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯାହାର ମାଷ୍ଟରମାଇଣ୍ଡ ଥିଲା ଅବୁ କତାଲ ସିଂଘି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

କତାଲ ପିଓକେରେ ବସି ଲସ୍କରକୁ ଅପରେଟ୍ କରୁଥିଲା । କାଶ୍ମୀର ଅଶାନ୍ତି ସୃଷ୍ଟି କରିବାର ମୁଖ୍ୟ କାରଣ ଥିଲା ଅବୁ କତାଲ । ଜମ୍ମୁ-କାଶ୍ମୀରରେ ଆତଙ୍କୀ ହମଲା ପାଇଁ ଅବୁକୁ ଦାୟିତ୍ବ ଦେଇଥିଲା ହାଫିଜ୍ ସାଈଦ୍ । ଲସ୍କରର ଚିଫ୍ ଅପରେସନାଲ କମାଣ୍ଡର ଥିଲା ଅବୁ କତାଲ । ଗତବର୍ଷ ଜୁନ୍ ୯ ତାରିଖରେ କାଶ୍ମୀରରେ ହୋଇଥିବା ହମଲାର ମାଷ୍ଟରମାଇଣ୍ଡ୍ ଥିଲା । ଭାରତୀୟ ସେନାକୁ ଅନେକ ସମୟରେ ଚ୍ୟାଲେଞ୍ଜ ଦେଉଥିଲା ଅବୁ ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ଜୁନ୍ ୯ ତାରିଖରେ, ଆତଙ୍କବାଦୀମାନେ ଜମ୍ମୁ ଓ କାଶ୍ମୀରର ରିଆସି ଜିଲ୍ଲାର ଶିବ-ଖୋରୀରୁ ଫେରୁଥିବା ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍‌କୁ ଟାର୍ଗେଟ କରିଥିଲେ, ଯାହା ପାଇଁ ଏନଆଇଏନ ଆବୁ କତାଲକୁ ଦାୟୀ କରିଥିଲା। ଆବୁ କତାଲ କାଶ୍ମୀରରେ ଅନେକ ଆତଙ୍କବାଦୀ ଆକ୍ରମଣ କରିଥିଲା। ୨୦୨୩ ରଜୌରୀ ଆକ୍ରମଣର ମଧ୍ୟ ମାଷ୍ଟରମାଇଣ୍ଡ୍ ଥିଲା ଆବୁ କତାଲ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର