ଅଷ୍ଟ୍ରେଲିଆ ବିପକ୍ଷ ଆଉ ଦୁଇ ଟେଷ୍ଟ ଓ ଦିନିକିଆ ସିରିଜ୍‌ ପାଇଁ ଘୋଷଣା ହେଲା ଭାରତୀୟ ଦଳ : ଫେରିଲେ ଉନାଦକତ, ଫିଟ୍‌ ହୋଇନାହାନ୍ତି ବୁମରା

The Sakala Picture
Published On

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ସିରିଜ୍‌ର ଶେଷ ଦୁଇ ଟେଷ୍ଟ ଏବଂ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ ଟେଷ୍ଟ ଦଳରେ କୌଣସି ପରିବର୍ତ୍ତନ କରାଯାଇନଥିବା ବେଳେ ଦିନିକିଆ ଦଳକୁ ଦ୍ରୁତ ବୋଲର ଜୟଦେବ ଉନାଦକତ ଏବଂ ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜା ଫେରିଛନ୍ତି। ଜୟଦେବ ଉନାଦକତ ଶେଷ ଥର ପାଇଁ ନଭେମ୍ବର ୨୦୧୩ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ପାଇଁ ଏକ ଦିନିକିଆ ଖେଳିଥିଲେ। ଏଥି […]

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ସିରିଜ୍‌ର ଶେଷ ଦୁଇ ଟେଷ୍ଟ ଏବଂ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ ଟେଷ୍ଟ ଦଳରେ କୌଣସି ପରିବର୍ତ୍ତନ କରାଯାଇନଥିବା ବେଳେ ଦିନିକିଆ ଦଳକୁ ଦ୍ରୁତ ବୋଲର ଜୟଦେବ ଉନାଦକତ ଏବଂ ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜା ଫେରିଛନ୍ତି। ଜୟଦେବ ଉନାଦକତ ଶେଷ ଥର ପାଇଁ ନଭେମ୍ବର ୨୦୧୩ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ପାଇଁ ଏକ ଦିନିକିଆ ଖେଳିଥିଲେ। ଏଥି ସହିତ ଜାଡେଜା ଜୁଲାଇ ୨୦୨୨ ରେ ଇଂଲଣ୍ଡ ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ। ତେବେ ମାର୍ଚ୍ଚ ୧୭ରୁ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହେବ।

ଅନ୍ୟପଟେ ଶେଷ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ତେବେ ଗୋଟିଏ ପରିବର୍ତ୍ତନ କରାଯାଇଛି, ତାହା ହେଉଛି କେଏଲ ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ହଟାଇ ଦିଆଯାଇଛି। ଯେତେବେଳେ ଦଳ ପ୍ରଥମ ଦୁଇଟି ଟେଷ୍ଟ ଖେଳୁଥିବା ସେତେବେଳେ ରାହୁଲ ଦଳର ଉପ-ଅଧିନାୟକ ରହିଥିଲେ। ଅନ୍ୟପଟେ ଭାରତ ପ୍ଲେଇଙ୍ଗ-୧୧ରେ କୌଣସି ପରିବର୍ତ୍ତନ କରିନପାରେ ବୋଲି ଆଶା କରାଯାଉଛି। ସେପଟେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତ ପାଇଁ ବାକି ଦୁଇଟି ଟେଷ୍ଟ ମଧ୍ୟରୁ ଗୋଟିଏ ଜିତିବା ଅତ୍ୟନ୍ତ ଜରୁରୀ। WTC ଫାଇନାଲ୍ ଜୁନ୍ ମାସରେ ଓଭାଲରେ ଖେଳାଯିବ।

ତୃତୀୟ-ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, କେ.ଏସ୍ ଭାରତ (ୱିକେଟ କିପର), ଇଶାନ କିଶନ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଉମେଶ ଯାଦବ, ଜୟଦେବ ଉନାଦକତ।

ଅଷ୍ଟ୍ରେଲିଆ ବିପକ୍ଷ ୩ ଦିନିକିଆ ମ୍ୟାଚ ପାଇଁ ଭାରତ ଦଳ ରୋହିତଙ୍କ ଅଧିନାୟକତ୍ବରେ ଖେଳିବ। ଟେଷ୍ଟ ପରେ ଉନାଦକତଙ୍କୁ ଦିନିକିଆ ଦଳରେ ସ୍ଥାନ ଦିଆଯାଇଛି। ଏହି ଦଳରେ ଇଶାନ କିଶନ ଏବଂ କେ.ଏଲ୍ ରାହୁଲଙ୍କ ରୂପରେ ଦୁଇଜଣ ୱିକେଟ୍ କିପର ରହିବେ। ଏଥି ସହିତ ଦଳରେ ପାଞ୍ଚଜଣ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ ଅଛନ୍ତି। ଅକ୍ଷର, ଜାଡେଜା, ଚହଲ, କୁଲଦୀପ ଏବଂ ସୁନ୍ଦର ରୂପରେ ପାଞ୍ଚ ଜଣ ସ୍ପିନରଙ୍କୁ ଦଳରେ ସାମିଲ କରାଯାଇଛି।

ଅଷ୍ଟ୍ରେଲିଆ ବିପକ୍ଷ ଦିିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, ଜୟଦେବ ଉନାଦକତ।

About The Author

ରାଶିଫଳ