ମନୋରଞ୍ଜନ
ମହଙ୍ଗା ହେବ ବିଦେଶରେ କ୍ରେଡିଟ୍ କାର୍ଡ ବ୍ୟବହାର, ଜୁଲାଇ ପହିଲାରୁ ଲାଗିବ ୨୦% ଟିକସ

ନୂଆଦିଲ୍ଲୀ : ଆଗାମୀ ଦିନରେ ବିଦେଶରେ ଏକ କ୍ରେଡିଟ୍ କାର୍ଡ ବ୍ୟବହାର କରିବା ମହଙ୍ଗା ହେବାକୁ ଯାଉଛି। କାରଣ ଆସନ୍ତା ଜୁଲାଇ ପହିଲାରୁ ଏହା ଉପରେ ୨୦ ପ୍ରତିଶତ ଉତ୍ସରୁ ଟିକସ ସଂଗ୍ରହ (ଟିସିଏସ୍) ଆଦାୟ କରାଯିବ। ମେ’ ୧୬ରେ ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ ଅନୁଯାୟୀ କେନ୍ଦ୍ର ସରକାର ଏହି ନିୟମରେ ସଂଶୋଧନ କରିଛନ୍ତି। ଏହି ସଂଶୋଧନ ପରେ ଭାରତ ବାହାରେ ନ୍ତର୍ଜାତୀୟ କ୍ରେଡିଟ କାର୍ଡର ବ୍ୟବହାର ଲିବରାଲାଇଜଡ୍ ରିମିଟାନ୍ସ ସ୍କିମ୍ ଅର୍ଥାତ୍ ଏଲ୍ଆର୍ଏସ୍ ଅଧୀନରେ ଆସିଛି। […]
ନୂଆଦିଲ୍ଲୀ : ଆଗାମୀ ଦିନରେ ବିଦେଶରେ ଏକ କ୍ରେଡିଟ୍ କାର୍ଡ ବ୍ୟବହାର କରିବା ମହଙ୍ଗା ହେବାକୁ ଯାଉଛି। କାରଣ ଆସନ୍ତା ଜୁଲାଇ ପହିଲାରୁ ଏହା ଉପରେ ୨୦ ପ୍ରତିଶତ ଉତ୍ସରୁ ଟିକସ ସଂଗ୍ରହ (ଟିସିଏସ୍) ଆଦାୟ କରାଯିବ। ମେ’ ୧୬ରେ ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ ଅନୁଯାୟୀ କେନ୍ଦ୍ର ସରକାର ଏହି ନିୟମରେ ସଂଶୋଧନ କରିଛନ୍ତି। ଏହି ସଂଶୋଧନ ପରେ ଭାରତ ବାହାରେ ନ୍ତର୍ଜାତୀୟ କ୍ରେଡିଟ କାର୍ଡର ବ୍ୟବହାର ଲିବରାଲାଇଜଡ୍ ରିମିଟାନ୍ସ ସ୍କିମ୍ ଅର୍ଥାତ୍ ଏଲ୍ଆର୍ଏସ୍ ଅଧୀନରେ ଆସିଛି। ଭାରତ ରିଜର୍ଭ ବ୍ୟାଙ୍କ ସହିତ ପରାମର୍ଶ କରି ଏହା କରିଥିବା ସରକାର କହିଛନ୍ତି। ଏହି ପରିବର୍ତ୍ତନ ପରେ କ୍ରେଡିଟ୍ କାର୍ଡର ବ୍ୟବହାର ହ୍ରାସ ହୋଇପାରେ।
ଜୁନ୍ ୩୦ ପର୍ଯ୍ୟନ୍ତ ଟିସିଏସ୍ ହାର ୫% ରହିବ। ସରକାରଙ୍କ ଦ୍ବାରା ଜାରି ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ଭାରତରୁ ବିଦେଶୀ ସାମଗ୍ରୀ/ସେବା କ୍ରୟ ପାଇଁ ଦେୟ ଉପରେ ଏହି ପରିବର୍ତ୍ତନ ପ୍ରଯୁଜ୍ୟ ହେବନାହିଁ। ଟିକସଦାତାମାନେ ଏହାକୁ ଆୟକର ଦାଖଲରେ ଦାବି କରିପାରିବେ। ଭାରତ ବାହାରେ କ୍ରେଡିଟ୍ କାର୍ଡ ବ୍ୟବହାର ବର୍ତ୍ତମାନ ପର୍ଯ୍ୟନ୍ତ ବୈ ଦେଶିକ ବିନିମୟ ପରିଚାଳନା (ସାମ୍ପ୍ରତିକ ଆକାଉଣ୍ଟ୍ କାରବାର) ନିୟମ ୨୦୦୦ର ଅଧିନିୟମ ୭ ଅନର୍ଗତ ଏଲ୍ଆର୍ଏସ୍ଠାରୁ ବାହାରେ ରଖାଯାଇଥିଲା। ଚଳିତଥର ବଜେଟରେ ଟିସିଏସ୍କୁ ୫%ରୁ ୨୦%କୁ ବୃଦ୍ଧି କରାଯାଇଥିଲା। ତେଣୁ, ଜୁଲାଇ ପହିଲାରୁ ୫% ପରିବର୍ତ୍ତେ ଟିସିଏସ୍ ୨୦% ହେବ।
ଅନ୍ତର୍ଜାତୀୟ କ୍ରେଡିଟ କାର୍ଡ ଖର୍ଚ୍ଚ ଉପରେ କେନ୍ଦ୍ରର ନୂତନ ସଂଶୋଧିତ ନିୟମକୁ ଭାରତ ପେ’ର ପୂର୍ବତନ ମୁଖ୍ୟ ଅଶନୀର୍ ଗ୍ରୋଭର ସମାଲୋଚନା କରିଛନ୍ତି। ସେ କହିଛନ୍ତି- ବିଦେଶୀ କ୍ରେଡିଟ୍ କାର୍ଡ ଖର୍ଚ୍ଚ ଉପରେ ୨୦% ଟିସିଏସ୍ ଏବଂ ଏଲ୍ଆର୍ଏସ୍ ସୀମା ଆଣିବା ଅତ୍ୟନ୍ତ ମଜାଦାର ନିୟମ` ଏହା ନିଶ୍ଚିତ ଯେ ରାଜନୈତିକ ଦାନ ଉପରେ ଟିସିଏସ୍ କଦାପି ଲାଗୁ ହେବ ନାହିଁ। ସେଠାରେ ଆପଣ ଓଲଟା ଆୟକରରେ ରିଆତି ପାଇବେ। ରାଜନୈତିକ ଦାନଗୁଡିକ ୮୦ ଜିଜିବି ଅଧୀନରେ ଟିକସ ଛାଡ କରାଯାଇଛି। ପୁରୁଣା ଟିକସ ବ୍ୟବସ୍ଥା ଅନୁଯାୟୀ, ଆୟକର ଅଧିନିୟମ ୧୯୬୧ର ଧାରା ୮୦ ଜିଜିବି ଅନୁଯାୟୀ ଟିକସ ଛାଡ କରିଦିଆଯାଇଛି। ଏହି ନିୟମ ଅନୁଯାୟୀ, ଯେ କୌଣସି ଭାରତୀୟ କମ୍ପାନୀ କିମ୍ବା ଉଦ୍ୟୋଗ ଯାହାକି ଏକ ରାଜନୈତିକ ଦଳ କିମ୍ବା ଭାରତରେ ପଞ୍ଜୀକୃତ ଏକ ନିର୍ବାଚନୀ ଟ୍ରଷ୍ଟକୁ ଦାନ କରେ ୮୦ ଜିଜିବି ଅଧୀନରେ ପ୍ରଦାନ କରାଯାଇଥିବା ରାଶି ପାଇଁ ରିଆତି ଦାବି କରିପାରିବ। ଏହାର ଅର୍ଥ ହେଉଛି ଟିକସ ଛାଡ ନିଆଯାଇପାରେ।