ରକ୍ତ ସଂପର୍କରେ ଲାଗିଲା ରକ୍ତର ଛିଟା: ସାନ ଭଉଣୀକୁ ଛୁରୀଭୁସି ନିର୍ମମ ଭାବେ ହତ୍ୟା କଲା ଭାଇ

The Sakala Picture
Published On

ଗଞ୍ଜାମ: ଭାଇ ଭଉଣୀ ସଂପର୍କରେ ଲାଗିଲା ରକ୍ତର ଛିଟା । ସାନ ଭଉଣୀକୁ ହତ୍ୟା କଲା ନିଜ ବଡ ଭାଇ । ଗଞ୍ଜାମ ଜିଲ୍ଲା ଆସିକା ଥାନା ରାଇପୋଲି ଗାଁରେ ସାନ ଭଉଣୀକୁ ହତ୍ୟା କଲା ଭାଇ । ନିଜ ସାନ ଭଉଣୀକୁ ଶିଳପୁଆରେ ଛେଚିବା ସହିତ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା । ଆଜି ଭୋର ସମୟରେ ଗାଁର ଶତ୍ରୁଘ୍ନ ପାତ୍ରଙ୍କ ୪୫ ବର୍ଷୀୟ ପୁଅ ବାବାଜୀ ପାତ୍ର ନିଜ ବିବାହିତା ଭଉଣୀ ଲକ୍ଷ୍ମୀ […]

ଗଞ୍ଜାମ: ଭାଇ ଭଉଣୀ ସଂପର୍କରେ ଲାଗିଲା ରକ୍ତର ଛିଟା । ସାନ ଭଉଣୀକୁ ହତ୍ୟା କଲା ନିଜ ବଡ ଭାଇ । ଗଞ୍ଜାମ ଜିଲ୍ଲା ଆସିକା ଥାନା ରାଇପୋଲି ଗାଁରେ ସାନ ଭଉଣୀକୁ ହତ୍ୟା କଲା ଭାଇ । ନିଜ ସାନ ଭଉଣୀକୁ ଶିଳପୁଆରେ ଛେଚିବା ସହିତ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା । ଆଜି ଭୋର ସମୟରେ ଗାଁର ଶତ୍ରୁଘ୍ନ ପାତ୍ରଙ୍କ ୪୫ ବର୍ଷୀୟ ପୁଅ ବାବାଜୀ ପାତ୍ର ନିଜ ବିବାହିତା ଭଉଣୀ ଲକ୍ଷ୍ମୀ ମହାନ୍ତିକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଭାଇ ବାବାଜୀ ପାତ୍ର ଫେରାର୍ ହୋଇଯାଇଛି । ମୃତ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀ ମହାନ୍ତି । ଘର ଭିତରେ ଲକ୍ଷ୍ମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରିବା ସହ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ପୋଲିସ ।

About The Author

ରାଶିଫଳ