ମନୋରଞ୍ଜନ
ନିର୍ବାଚନୀ ପ୍ରଚାରରେ ଛୋଟ ପିଲାଙ୍କୁ ବ୍ୟବହାର କରୁଛି ବିଜେପି, ସିଇଓଙ୍କ ନିକଟରେ ଅଭିଯୋଗକଲା ବିଜେଡ଼ି

ଭୁବନେଶ୍ବର: ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି। ବିଜେପି ନେତାଙ୍କ ବିରୋଧରେ ଫେରାଦ ହୋଇଛି ବିଜେଡି। ବିଜେପିର ପ୍ରାର୍ଥୀମାନେ ନିର୍ବାଚନ ଆଚରଣ ବିଧିଙ୍କୁ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରିଛନ୍ତି। ପୁଲିସ କର୍ମଚାରୀ ଏବଂ ସରକାରୀ କର୍ମଚାରୀଙ୍କୁ ଧମକାଉଥିବା ସହ ବଦଳି କରି ଦେବାର ଧମକ ଦେଉଛନ୍ତି ବିଜେପି ପ୍ରାର୍ଥୀ। ଏପରିକି ଛୋଟ ପିଲାଙ୍କୁ ପ୍ରଚାରରେ ବ୍ୟବହାର କରୁଥିବା କହିଛି ବିଜେଡି। ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର ସମୟରେ ଛୋଟ ପିଲାଙ୍କୁ ବ୍ୟବହାର କରିଥିବାର ଉଦାହରଣ ଦେଇଛି […]
ଭୁବନେଶ୍ବର: ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି। ବିଜେପି ନେତାଙ୍କ ବିରୋଧରେ ଫେରାଦ ହୋଇଛି ବିଜେଡି। ବିଜେପିର ପ୍ରାର୍ଥୀମାନେ ନିର୍ବାଚନ ଆଚରଣ ବିଧିଙ୍କୁ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରିଛନ୍ତି। ପୁଲିସ କର୍ମଚାରୀ ଏବଂ ସରକାରୀ କର୍ମଚାରୀଙ୍କୁ ଧମକାଉଥିବା ସହ ବଦଳି କରି ଦେବାର ଧମକ ଦେଉଛନ୍ତି ବିଜେପି ପ୍ରାର୍ଥୀ। ଏପରିକି ଛୋଟ ପିଲାଙ୍କୁ ପ୍ରଚାରରେ ବ୍ୟବହାର କରୁଥିବା କହିଛି ବିଜେଡି। ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର ସମୟରେ ଛୋଟ ପିଲାଙ୍କୁ ବ୍ୟବହାର କରିଥିବାର ଉଦାହରଣ ଦେଇଛି ବିଜେଡି। ବିଜେପି ନେତାମାନେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବାବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେଡି। କିଛି ଦିନ ତଳେ ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ରାଲିରେ ପିଲାମାନଙ୍କୁ ବ୍ୟବହାର କରିଥିଲେ। ସେହିପରି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଘଣ୍ଟା ବଣ୍ଚନ କରୁଛନ୍ତି। ବ୍ରହ୍ମପୁର ବିଜ ପ୍ରଶାନ୍ତ ଜଗଦ୍ଦେବ ପୋଲିସ ଓ ଆଶା କର୍ମୀଙ୍କୁ ଧମକାଉଛନ୍ତି। ଏବେ ବିଜେପି କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଗରଦପୁର ବ୍ଲକ ଟିକାନପୁର ପଂଚାୟତରେ ଗତ ଏପ୍ରିଲ ୧୪ ତାରିଖରେ ପିଲାମାନଙ୍କୁ ନେଇ ରାଲି କରିଥିଲେ। ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି ରଖିଛୁ ଯେ ବିଜେପି ପ୍ରାର୍ଥୀ ଓ କର୍ମୀ ଯେଉଁମାନେ ନିର୍ବାଚନ ଆଚରଣ ଵିଧି ଉଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।