ବାଲିଅନ୍ତାଠାରେ ବିଜେଡି ପାଳିଲା ରାଜ୍ୟସ୍ତରୀୟ ଅକ୍ଷୟ ତୃତୀୟା ଦିବସ

The Sakala Picture
Published On

ଭୁବନେଶ୍ୱର: ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କ ଜନ୍ମମାଟି ଜୟଦେବ ନିର୍ବାଚନ ମଣ୍ଡଳୀ ଠାରେ ଚାଷୀମାନଙ୍କ ଗଣପର୍ବ ରାଜ୍ୟସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବ ବିଜୁ ଜନତା ଦଳ ତରଫରୁ ବାଲିଅନ୍ତା ବ୍ଲକ ପୁରୁଣାପ୍ରଧାନ ଗ୍ରାମପଞ୍ଚାୟତଠାରେ ମହାସମାରୋହରେ ପାଳନ କରାଯାଇଅଛି। ଅକ୍ଷୟ ତୃତୀୟା ରାଜ୍ୟ କୃଷକ ସମାଜ ପାଇଁ ଏକ ମହତ୍ୱପୂର୍ଣ୍ଣ ଦିନ। ଏହି ଦିନ ଚଷା ପୁଅ ଭଗବାନକୁ ସ୍ମରଣ କରି ଭଲ ଫସଲ ପାଇବା ପାଇଁ ବିଲରେ ବିହନ ବୁଣି ତାର ଚାଷ କାର୍ଯ୍ୟ ଆରମ୍ଭ କରେ। ଆଜି […]

ଭୁବନେଶ୍ୱର: ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କ ଜନ୍ମମାଟି ଜୟଦେବ ନିର୍ବାଚନ ମଣ୍ଡଳୀ ଠାରେ ଚାଷୀମାନଙ୍କ ଗଣପର୍ବ ରାଜ୍ୟସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବ ବିଜୁ ଜନତା ଦଳ ତରଫରୁ ବାଲିଅନ୍ତା ବ୍ଲକ ପୁରୁଣାପ୍ରଧାନ ଗ୍ରାମପଞ୍ଚାୟତଠାରେ ମହାସମାରୋହରେ ପାଳନ କରାଯାଇଅଛି। ଅକ୍ଷୟ ତୃତୀୟା ରାଜ୍ୟ କୃଷକ ସମାଜ ପାଇଁ ଏକ ମହତ୍ୱପୂର୍ଣ୍ଣ ଦିନ। ଏହି ଦିନ ଚଷା ପୁଅ ଭଗବାନକୁ ସ୍ମରଣ କରି ଭଲ ଫସଲ ପାଇବା ପାଇଁ ବିଲରେ ବିହନ ବୁଣି ତାର ଚାଷ କାର୍ଯ୍ୟ ଆରମ୍ଭ କରେ।

ଆହୁରି ପଢ଼ନ୍ତୁ: ଆଜିଠାରୁ ୫ ଦିନ ବ୍ୟାଙ୍କ ବନ୍ଦ; ସପ୍ତାହରେ ୫ଦିନିଆ କାର୍ଯ୍ୟ ସମେତ ୩ ଦଫା ଦାବିରେ ୟୁଏଫ୍‌ବିୟୁ ପକ୍ଷରୁ ଧର୍ମଘଟ

ଆଜି ସକାଳ ୧୦ ଘଟିକା ସମୟରେ ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟମାନେ ବାଲିଅନ୍ତା ବ୍ଲକ ପୁରୁଣାପ୍ରଧାନ ପଞ୍ଚାୟତ ଅଫିସଠାରେ ଉପସ୍ଥିତ ହୋଇଥିଲେ। ସେଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଦଳୀୟ କର୍ମୀମାନେ ନେତୃମଣ୍ଡଳୀଙ୍କୁ ଉତ୍ସବ ସ୍ଥଳକୁ ପାଛୋଟି ନେଇଥିଲେ। ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ସଭାସ୍ଥଳରେ ପ୍ରଦୀପ ପ୍ରଜ୍ୱଳନ କରି କ୍ଷେତକୁ ଯାଇ ଅଖିମୁଠି ଅନୁକୂଳ କରିଥିଲେ। ତାଙ୍କ ସହିତ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ବିଭୂତି ବଳବନ୍ତରାୟ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଖୋର୍ଦ୍ଧା ଜିଲ୍ଲାପରିଷଦ ଅଧ୍ୟକ୍ଷ ରୂପଶ୍ରୀରାଣୀ ଗୁମାନସିଂହ, ରାଜ୍ୟ ମିଡିଆ ସହସଂଯୋଜକ ଡ଼ ଲେନିନ ମହାନ୍ତି, ବରିଷ୍ଠ ନେତା କୌଳାସ ଚନ୍ଦ୍ର ମହାପାତ୍ର, ଚନ୍ଦନ ପାତ୍ର, ଦୁର୍ଗା ସାମନ୍ତରାୟ, ନାରାୟଣ ଜେନା, ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଖୋର୍ଦ୍ଧା ମ୍ୟୁନିସିପାଲିଟି ଅଧ୍ୟକ୍ଷା କନକଲତା ମହାନ୍ତି, ବାଲିଅନ୍ତ ବାଲିପାଟଣା ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ଜିଲ୍ଲାପରିଷଦ ସଭ୍ୟମାନେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଗଣେଶ ଚତୁର୍ଥୀ, ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ଉତ୍ସବମୁଖର ଗାଁଠୁ ସହର

ଅଖିମୁଠି ଅନୁକୂଳ ପରେ ସ୍ଥାନୀୟ ବିଧାୟକ ନବ କିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ଦାସବର୍ମା କହିଥିଲେ ଯେ, ଚାଷୀ କୂଳର ଶୁଭ ମନାସିବା ସହ ଚାଷୀର କ୍ଷେତରେ ସୁନାର ଫସଲ ନିମନ୍ତେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ବିଗତ ଦିନରେ ନବୀନ ବାବୁ କିଭଳି ଚାଷୀମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା କରିଥିଲେ ତାହା ପ୍ରକାଶ କରିଥିଲେ। ସେହିଭଳି ଶ୍ରୀ ପଣ୍ଡା ମଧ୍ୟ କହିଥିଲେ ଯେ, ଚାଷୀର ସମୃଦ୍ଧିରେ ରାଜ୍ୟ ହୁଏ ସମୃଦ୍ଧି। ଚାଷ କ୍ଷେତ୍ରରେ ନବୀନ ବାବୁଙ୍କ ନେତୃତ୍ୱରେ ଓଡିଶା କିଭଳି ଆତ୍ମନିର୍ଭରଶୀଳ ହୋଇପାରିଛି ତାହା ସେ ଉପସ୍ଥାପନ କରିଥିଲେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର