କାଲିଠୁ ବାରବାଟୀ ଟିକଟ୍‌ ବୁକିଂ : ଜାଣନ୍ତୁ କେଉଁ ଆପ୍‌ରେ, କେମିତି କରିବେ ଅନ୍‌ଲାଇନ୍‌ ଟିକଟ୍‌ ବୁକ୍‌……

The Sakala Picture
Published On

କଟକ : ବାରବାଟୀ ମୁକାବିଲା ପାଇଁ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଅନଲାଇନ୍‌‌ ଟିକଟ ବୁକିଂ। ଫେବୃୟାରୀ ୯ରେ ଏଠାରେ ହେବାକୁ ଥିବା ଭାରତ-ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ମ୍ୟାଚ୍‌‌ ନିମନ୍ତେ ଆଶାୟୀ କ୍ରିକେଟପ୍ରେମୀ ରବିବାର  ଅପରାହ୍ନ ୪ଟାରୁ ଟିକଟ୍‌‌ ବୁକ୍‌‌ କରିପାରିବେ।  ମୋବାଇଲ ଆପ୍ଲିକେସନ district by zomato କିମ୍ବା ଗୁଗଲ୍‌‌ ବ୍ରାଉଜରରେ zomato.in ଲଗ୍‌‌ ଇନ କରି ଟିକଟ୍‌‌ ବୁକ୍‌‌ କରିହେବ। ଅଗଣିତ କ୍ରିକେଟପ୍ରେମୀ ବାରବାଟୀ ମୁକାବିଲା ନିମନ୍ତେ ଟିକଟକୁ ଅପେକ୍ଷା କରି ରହିଛନ୍ତି। ଆସନ୍ତା […]

କଟକ : ବାରବାଟୀ ମୁକାବିଲା ପାଇଁ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଅନଲାଇନ୍‌‌ ଟିକଟ ବୁକିଂ। ଫେବୃୟାରୀ ୯ରେ ଏଠାରେ ହେବାକୁ ଥିବା ଭାରତ-ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ମ୍ୟାଚ୍‌‌ ନିମନ୍ତେ ଆଶାୟୀ କ୍ରିକେଟପ୍ରେମୀ ରବିବାର  ଅପରାହ୍ନ ୪ଟାରୁ ଟିକଟ୍‌‌ ବୁକ୍‌‌ କରିପାରିବେ।  ମୋବାଇଲ ଆପ୍ଲିକେସନ district by zomato କିମ୍ବା ଗୁଗଲ୍‌‌ ବ୍ରାଉଜରରେ zomato.in ଲଗ୍‌‌ ଇନ କରି ଟିକଟ୍‌‌ ବୁକ୍‌‌ କରିହେବ।

ଅଗଣିତ କ୍ରିକେଟପ୍ରେମୀ ବାରବାଟୀ ମୁକାବିଲା ନିମନ୍ତେ ଟିକଟକୁ ଅପେକ୍ଷା କରି ରହିଛନ୍ତି। ଆସନ୍ତା କାଲି ଅନ୍‌ଲାଇନ୍‌ରେ ପ୍ରଥମ ପର୍ଯ୍ୟାୟରେ ଟିକଟ୍‌‌ ଉପଲବ୍ଧ ହେବ। କାଉଣ୍ଟର ଖୋଲିବା ଆଗରୁ ଅନଲାଇନ୍‌‌ ଜରିଆରେ ଟିକଟ ବୁକିଂ ଆରମ୍ଭ ହେବ। ମୋଟ୍‌‌ ୪ହଜାର ଟିକଟ୍‌‌ ଅନଲାଇନ୍‌‌ରେ ବିକ୍ରି ନିମନ୍ତେ ଓସିଏ ସ୍ଥିର ରହିଛି। ଏହା ଭିତରେ ଗ୍ୟାଲେରୀ ନଂ-୨ର ୧୦୭୦ଟି, ଗ୍ୟାଲେରୀ ନଂ-୪ର ୧୦୮୦ଟି, ଗ୍ୟାଲେରୀ ନଂ-୭ର ୧୫୦୦ଟି, ସ୍ପେଶିଆଲ ଏନକ୍ଲୋଜରର ୨୦୦ଟି, ଏସି ବକ୍ସର ୫୦ଟି ଏବଂ ନ୍ୟୁ ପ୍ୟାଭିଲିୟନର ୧୦୦ଟି ଟିକଟ ରହିଛି।

ତେବେ ମୋବାଇଲ ଆପ୍ଲିକେସନ district by zomato କିମ୍ବା ଗୁଗଲ୍‌‌ ବ୍ରାଉଜରରେ zomato.in ଲଗ୍‌‌ ଇନ୍‌‌ କରିବା ନିମନ୍ତେ ମୋବାଇଲ ନମ୍ବର କିମ୍ବା ମେଲ୍‌‌ ଆଇଡିର ଆବଶ୍ୟକତା ରହିବ। ଓଟିପି ବ୍ୟବହାର କରି ପଞ୍ଜୀକରଣ କରିବାକୁ ପଡ଼ିବ। ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକଟ୍‌‌ ବୁକିଂ କରି ପାରିବ। ଲଗ୍‌‌ ଆଉଟ୍‌‌ କରି ପୁର୍ନବାର ଲଗ୍‌‌ ଇନ୍‌‌ କଲେ ମଧ୍ୟ ଆଉ ଟିକଟ୍‌‌ ବୁକିଂ ସମ୍ଭବପର ହେବନାହିଁ। ତେବେ ଟିକଟ ବୁକିଂ ନିମନ୍ତେ ପରିଚୟପତ୍ରର ଆବଶ୍ୟକତା ପଡ଼ିବନାହିଁ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

ଅନଲାଇନ୍‌‌ରେ ଟିକଟ୍‌‌ କ୍ରୟ କରିଥିବା କ୍ରୀଡ଼ାପ୍ରେମୀ ୭, ୮ ଓ ୯ ତାରିଖ ତିନି ଦିନ ଭିତରେ ଏହା ସଂଗ୍ରହ କରିବେ। କଟକର କେମ୍ବ୍ରିଜ ସ୍କୁଲ ଏବଂ ଭୁବନେଶ୍ୱରର କିଟ୍‌‌ ଆଥଲେଟିକ ଷ୍ଟାଡିୟମରେ ଏଥି ପାଇଁ ସ୍ୱତନ୍ତ୍ର ଭାବେ କାଉଣ୍ଟର ଖୋଲାଯିବ। ୭ ଓ ୮ ତାରିଖରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବା ବେଳେ ୯ ତାରିଖ ତଥା ମ୍ୟାଚ୍‌‌ ଦିନ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲାଯିବ।

About The Author

ରାଶିଫଳ