ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର

The Sakala Picture
Published On

ନୂଆଦିଲ୍ଲୀ: ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର ଘୋଷଣା ହୋଇଛି । ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଏହି ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର। ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ।  ଇନଫର୍ମେସନ ଓ ବ୍ରଡକାଷ୍ଟିଂ ମନ୍ତ୍ରୀ ଅନୁରାଗ ଠାକୁର ଆଓ୍ବାର୍ଡ ଘୋଷଣା କରିଛନ୍ତି । ୱାହିଦା ରେହମାନ ୩ ଫେବୃଆରୀ ୧୯୩୮ ମସିହାରେ ଭାରତର ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୨ରେ ପଦ୍ମଶ୍ରୀ ଓ ୨୦୧୧ ମସିହାରେ […]

ନୂଆଦିଲ୍ଲୀ: ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର ଘୋଷଣା ହୋଇଛି । ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଏହି ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର। ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ।  ଇନଫର୍ମେସନ ଓ ବ୍ରଡକାଷ୍ଟିଂ ମନ୍ତ୍ରୀ ଅନୁରାଗ ଠାକୁର ଆଓ୍ବାର୍ଡ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆନ୍ଧ୍ର ଉପକୂଳ ମୁହାଁ ବାତ୍ୟା ଅର୍ଣ୍ଣବ: ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ୱାହିଦା ରେହମାନ ୩ ଫେବୃଆରୀ ୧୯୩୮ ମସିହାରେ ଭାରତର ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୨ରେ ପଦ୍ମଶ୍ରୀ ଓ ୨୦୧୧ ମସିହାରେ ପଦ୍ମ ଭୂଷଣରେ ସମ୍ମାନିତ ହୋଇଛନ୍ତି। ଅଭିନେତ୍ରୀ ସହ ନୃତ୍ୟଶିଳ୍ପୀ ଭାବେ ମଧ୍ୟ ୱାହିଦା ରେହମାନ ପରିଚିତ। ସେ ୯୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ସିନେ ଜଗତରେ ପାଞ୍ଚ ଦଶନ୍ଧି ଧରି କାର୍ଯ୍ୟକରିଛନ୍ତି। ଗୋଟିଏ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହ ୩ଟି ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ ଆଶଙ୍କା: ଆଗାମୀ ୨ ଘଣ୍ଟା ପାଇଁ 'ଅରେଞ୍ଜ ୱାର୍ଣ୍ଣିଂ' ଜାରି

ରେହମାନ ୱାହିଦା ୧୯୫୫ରେ ତେଲୁଗୁ ଚଳଚ୍ଚିତ୍ର ରୋଜୁଲୁ ମାରାୟିରୁ କ୍ୟାରିଅରେ ଆରମ୍ଭ କରିଥିଲେ। ଏହାପରେ ସେ ଆଉ ପଛକୁ ଫରେ ନ ଥିଲେ। ପରେ  ପାୟାସା, କାଗାଜ କେ ଫୁଲ, ଚୌଧଭିନ କା ଚାନ୍ଦ, ସାହିବ ବିବି ଅର ଗୁଲାମ, ନୀଲ କମଲ, ରାମ ଅର ଶ୍ୟାମ, ଖାମୋସି ଆଦିରେ ଅଭିନୟ କରି ନିଜର ସ୍ବତନ୍ତ୍ର ଛାପ ଛାଡିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଅର୍ଣ୍ଣବର ତାଣ୍ଡବ; ପବନରେ ମୋଡ଼ି ହୋଇ ପଡ଼ିଲା ଲକ୍ଷ୍ମୀପୂଜା ତୋରଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର