ବର୍ବାଦ କରିଦେଲା ଟ୍ରମ୍ପଙ୍କ ନୀତି: ଆମେରିକାରେ ଦରଦାମ୍ ଆକାଶଛୁଆଁ, ଅଣ୍ଡା ଡଜନ ପିଛା ମୂଲ୍ୟ ୮୭୦ ଟଙ୍କା
ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ଡୋନାଲ୍ଡ ଟ୍ରମ୍ପ ବିଶ୍ବରେ ଅସ୍ଥିରତା ସୃଷ୍ଟି କରିଛନ୍ତି। ଗୋଟିଏ ପରେ ଗୋଟିଏ ଏକପାଖିଆ ନୀତି ଯୋଗୁଁ ଅନେକ ଦେଶ ଚିନ୍ତାରେ ପଡିଛନ୍ତି। ତେବେ ଟ୍ରମ୍ପଙ୍କ ଏହି ନୀତି କେବଳ କାନାଡ଼ା, ମେକ୍ସିକୋ, ଚୀନ୍ ନୁହେଁ, ଆମେରିକା ପାଇଁ ମଧ୍ୟ ବିପଜ୍ଜନକ ସାବ୍ୟସ୍ତ ହୋଇଛି। ଏହା ଆମେରିକୀୟଙ୍କ ସମସ୍ୟାକୁ ବଢ଼ାଇ ଦେଇଛି। ଟାରିଫ (ଶୁଳ୍କ) ଏବଂ ଅନ୍ୟ ନୀତିଯୋଗୁଁ ଆମେରିକାରେ ଦରଦାମ ବୃଦ୍ଧି ଆକାଶ ଛୁଆଁ ହୋଇଛି। ନିତ୍ୟ […]
ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ଡୋନାଲ୍ଡ ଟ୍ରମ୍ପ ବିଶ୍ବରେ ଅସ୍ଥିରତା ସୃଷ୍ଟି କରିଛନ୍ତି। ଗୋଟିଏ ପରେ ଗୋଟିଏ ଏକପାଖିଆ ନୀତି ଯୋଗୁଁ ଅନେକ ଦେଶ ଚିନ୍ତାରେ ପଡିଛନ୍ତି। ତେବେ ଟ୍ରମ୍ପଙ୍କ ଏହି ନୀତି କେବଳ କାନାଡ଼ା, ମେକ୍ସିକୋ, ଚୀନ୍ ନୁହେଁ, ଆମେରିକା ପାଇଁ ମଧ୍ୟ ବିପଜ୍ଜନକ ସାବ୍ୟସ୍ତ ହୋଇଛି। ଏହା ଆମେରିକୀୟଙ୍କ ସମସ୍ୟାକୁ ବଢ଼ାଇ ଦେଇଛି। ଟାରିଫ (ଶୁଳ୍କ) ଏବଂ ଅନ୍ୟ ନୀତିଯୋଗୁଁ ଆମେରିକାରେ ଦରଦାମ ବୃଦ୍ଧି ଆକାଶ ଛୁଆଁ ହୋଇଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ହୁହୁ ହୋଇ ବଢ଼ିବାରେ ଲାଗିଛି। ବିଶେଷ କରି ଅଣ୍ଡା ମୂଲ୍ୟ ରକେଟ ପରି ବଢ଼ିବାରେ ଲାଗିଛି। ଦରଦାମ ବୃଦ୍ଧି ଏବଂ ବାର୍ଡ ଫ୍ଲୁ ଯୋଗୁଁ ମୂଲ୍ୟ ଏତେ ବଢ଼ି ଯାଇଛି ନିଶାଦ୍ରବ୍ୟ ପରି ଏବେ ଅଣ୍ଡା ମଧ୍ୟ ବିଦେଶରୁ ଚୋରାଚାଲାଣ କରାଯାଉଛି। ଲୋକେ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ମେକ୍ସିକୋ ଏବଂ କାନାଡ଼ାରୁ ଅଣ୍ଡା ଚୋରାଚାଲାଣ କରୁଛନ୍ତି। ସୀମାରୁ ଅନେକ ଅଣ୍ଡା ଭର୍ତ୍ତି ଟ୍ରେ ଜବତ କରାଯାଇଛି। ବିନା ଅନୁମତିରେ ଏହା ଚାଲାଣ କରୁଥିବାରୁ ଜୋରିମାନା ଲଗାଯାଉଛି।
‘ଦ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ’ର ଏକ ରିପୋର୍ଟ ଅନୁଯାୟୀ, ଏବେ ଅଣ୍ଡା କଳା ବଜାର ହେଉଥିବା ସବୁଠାରୁ ଲୋକପ୍ରିୟ ସାମଗ୍ରୀ ପାଲଟି ଯାଇଛି। ଗତ ଅକ୍ଟୋବରରୁ ଏ ପର୍ଯ୍ୟନ୍ତ ଆମେରିକା କଷ୍ଟମ ଆଣ୍ଡ ବର୍ଡର ପ୍ରୋଟେକ୍ସନ (ସିବିପି) ପକ୍ଷୀ ଏବଂ କୁକୁଡ଼ା ସମ୍ବନ୍ଧିତ ୩୭୦୦ରୁ ଅଧିକ ଉତ୍ପାଦ ଜବତ କଲାଣି। ଏହି ସଂଖ୍ୟା ସେହି ସମୟରେ ଜବତ ୩୫୨ ଫେଣ୍ଟେନାଇଲ (ଡ୍ରଗ୍ସ)ରୁ ଢେର ଅଧିକ। ଏହି ଡ୍ରଗ୍ସ ଆମେରିକାକୁ ଚୋରାଚାଲାଣ କରାଯାଇଥାଏ। ଏବେ ଆମେରିକାରେ ଅଣ୍ଡା ମୂଲ୍ୟ ରେକର୍ଡସ୍ତରରେ ପହଞ୍ଚି ଯାଇଛି। କିଛି ଡର୍ଜନ ପିଛା ମୂଲ୍ୟ ୧୦ ଡଲାର (ପ୍ରାୟ ୮୭୦ ଟଙ୍କା) ପର୍ଯ୍ୟନ୍ତ ପହଞ୍ଚି ଗଲାଣି। ତେବେ ଏହା ମେକ୍ସିକୋରେ ମାତ୍ର ୨ ଡଲାରରେ ମିଳୁଛି। ଏଥିପାଇଁ ଲୋକେ ସୀମାପାର କରି ଅଣ୍ଡା କିଣିବାକୁ ବେଶୀ ଆଗ୍ରହ ଦେଖାଉଛନ୍ତି। କିନ୍ତୁ ଏଥିରେ ଏକ ସମସ୍ୟା ରହିଛି। ବାର୍ଡ ଫ୍ଲୁ ଏବଂ ଅନ୍ୟ ସ୍ବାସ୍ଥ୍ୟଗତ କାରଣରୁ ଆମେରିକାରେ ଅଣ୍ଡା (କଞ୍ଚା) ଆମଦାନୀକୁ ବେଆଇନ ଘୋଷଣା କରାଯାଇଛି। ବେଆଇନ ସତ୍ତ୍ବେ ଅଣ୍ଡା ଚୋରାଚାଲାଣ ମାମଲା ୩୬ ପ୍ରତିଶତ ବୃଦ୍ଧି ପାଇଛି। ସାନ ଡିଏଗୋ ଭଳି କିଛି କ୍ଷେତ୍ରରେ ଏହି ଚାଲାଣ ୧୫୮ ପ୍ରତିଶତକୁ ବୃଦ୍ଧି ପାଇଛି। ଅଣ୍ଡା ଚାଲାଣ କରିବା ବେଆଇନ ତାହା ଆମେ ଜାଣିନାହୁଁ ବୋଲି ଅନେକ ଅପରାଧୀ କହିଛନ୍ତି। ଲୋକେ ଅଣ୍ଡା ଚୋରାଚାଲାଣ ପାଇଁ ଅଭିନବ ଉପାୟ ବ୍ୟବହାର କରୁଛନ୍ତି। କିଛି ଲୋକ ଏହାକୁ କମ୍ବଳରେ ଲୁଚାଇ ତ ଆଉ କେହି ଟାୟାର ଭିତରେ ନେଉଛନ୍ତି।
ଆଉ କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ଅଣ୍ଡା ଆଣି ଧରାପଡ଼ିଛନ୍ତି। ସେହିପରି ସୀମା ଆରପଟେ ବସିଥିବା ଲୋକ ସାମାଜିକ ଗଣମାଧ୍ୟମ ଏବଂ ସ୍ଥାନୀୟ ହ୍ବାଟସଆପ ଗ୍ରୁପ ମାଧ୍ୟମରେ ଅଣ୍ଡା ବିକ୍ରି କରୁଛନ୍ତି। ଏମାନେ ବିଭିନ୍ନ ରିଆତି ଦେଉଥିବା ମଧ୍ୟ ବିଜ୍ଞାପନ କରୁଛନ୍ତି। ବଡ଼ ବଡ଼ ବ୍ୟବସାୟୀ ମଧ୍ୟ ଏହି ଅଣ୍ଡା କିଣିବାକୁ ଚାହୁଁଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଥମ ଥର ପାଇଁ ଅଣ୍ଡା ଚୋରାଚାଲାଣ କରି ଧରାପଡ଼ିଲେ ୩୦୦ ଡଲାର ଜୋରିମାନା ଲଗାଯାଉଛି। କ୍ରମାଗତ ଭାବେ ଏହି ଅପରାଧ କଲେ ଜୋରିମାନା ରାଶିକୁ ବୃଦ୍ଧି କରାଯାଉଛି। ଆଉ ଆମେରିକା ପୁଲିସ ଜବତ ଅଣ୍ଡାକୁ ଜାଳିବାରେ ଲାଗିଛି।